ETV Bharat / state

ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ଝାଡ଼ାବାନ୍ତି, ୪୦ରୁ ଅଧିକ ଆକ୍ରାନ୍ତ

କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ଦୁଇଟି ଛାତ୍ରାବାସରେ ଫୁଡ୍ ପଏସନିଂ ହୋଇଥିବା ସନ୍ଦେହ । ୪୦ରୁ ଉର୍ଦ୍ଧ୍ଵ ଅନ୍ତେବାସୀ ଝାଡ଼ାବାନ୍ତିର ଶିକାର, ସମସ୍ତେ ଏସସିବିରେ ଭର୍ତ୍ତି ।

Ravenshaw hostel food poisoning
Ravenshaw hostel food poisoning (ETV Bharat Odisha)
author img

By ETV Bharat Odisha Team

Published : July 12, 2025 at 11:49 PM IST

|

Updated : July 13, 2025 at 12:10 AM IST

1 Min Read
Choose ETV Bharat

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ଝାଡ଼ାବାନ୍ତି । ନ୍ୟୁ ପିଜି ଏବଂ ଧର୍ମପଦ ଛାତ୍ରାବାସରେ ୪୦ରୁ ଉର୍ଦ୍ଧ୍ବ ଅନ୍ତେବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ରାତ୍ରି ଭୋଜନ ଖାଇବା ପରେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ ଅନ୍ତେବାସୀ । ସେମାନଙ୍କ ମଧ୍ୟରୁ ୩୦ରୁ ଉର୍ଦ୍ଧ୍ବ ଅନ୍ତେବାସୀଙ୍କୁ SCBରେ ଭର୍ତ୍ତି କରାଯାଇଛି । ସମସ୍ତେ ଫୁଡ ପଏସନିଂର ଶିକାର ହୋଇଥିବା ନେଇ ଆଶଙ୍କା କରାଯାଉଛି । ବର୍ତ୍ତମାନ ସମସ୍ତଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ସେପଟେ ଘଟଣା ସ୍ଥଳରେ ଜିଲ୍ଲା ପ୍ରଶାସନ ପହଞ୍ଚି ଅସୁସ୍ଥମାନଙ୍କୁ ଚିକିତ୍ସା ପାଇଁ ବ୍ୟବସ୍ଥା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Ravenshaw hostel food poisoning
Ravenshaw hostel food poisoning (ETV Bharat Odisha)

ଏନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି," ଗତକାଲି ରାତ୍ରି ଭୋଜନ ପରେ ନ୍ୟୁ ପିଜି ଏବଂ ଧର୍ମପଦ ଛାତ୍ରାବାସରେ ଜଣକ ପରେ ଜଣେ ଅସୁସ୍ଥ ହୋଇଥିଲେ ।ଏପରିକି 40 ଉର୍ଦ୍ଧ୍ବ ଅନ୍ତେବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଆମେ ଖବର ପାଇଁ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଏସସିବି ମେଡ଼ିକାଲରେ ଭର୍ତ୍ତି କରିଥିଲୁ । ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏହା ଖାଦ୍ୟ କିମ୍ବା ଜଳ ପାଇଁ ଏପରି ହୋଇଥାଇ ପାରେ ବୋଲି ଆମେ ଅନୁମାନ କରୁଛୁ । ନ୍ୟୁ ପିଜି ଏବଂ ଧର୍ମପଦ ଛାତ୍ରାବାସରେ 100ରେ ଅଧିକ ଛାତ୍ର ରୁହନ୍ତି, ଅନ୍ୟାମାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି ।"

Ravenshaw hostel food poisoning
Ravenshaw hostel food poisoning (ETV Bharat Odisha)

ଏହି ଘଟଣା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୁରା ଛାତ୍ରାବାସକୁ ବିଶୋଧନ କରିବା ସହ କାହିଁକି ଏପରି ଘଟିଲା ତାହାର ଅନୁଧ୍ୟାନ କରୁଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଏସସିବି ମେଡ଼ିକାଲରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଅସୁସ୍ଥଙ୍କ ଚିକିତ୍ସା ଜାରି ରଖିଛନ୍ତି । ରାଜ୍ୟରେ ଦିନକୁ ଦିନ ଡ଼ାଇରିଆ ସ୍ଥିତି ସଙ୍ଗୀନ ହେଉଥିବା ବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୪୦ରୁ ଉର୍ଦ୍ଧ୍ବ ଅନ୍ତେବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ଚିନ୍ତାଜନକ ପାଲଟିଛି । ତେବେ ଅନ୍ତେବାସୀ କାହିଁକି ଏଭଳି ଝାଡ଼ାବାନ୍ତିର ଶିକାର ହେଲେ ତାହାର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ଫୁଡ୍ ପଏସନିଂ ବୋଲି ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ... ଡରାଉଛି ଡାଇରିଆ;ଗଞ୍ଜାମ ପରେ ବରଗଡ଼ରେ ସ୍ଥିତି ସଙ୍ଗୀନ - ODISHA DIARRHEA OUTBREAK 2025

ଏହା ମଧ୍ୟ ପଢନ୍ତୁ... କଣାସରେ ବ୍ୟାପୁଛି ଡାଇରିଆ, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ - DIARRHEA OUTBREAK KANASA PURI

ଇଟିଭି ଭାରତ, କଟକ

Last Updated : July 13, 2025 at 12:10 AM IST