ETV Bharat / state

ଡରାଉଛି ଡାଇରିଆ;ଗଞ୍ଜାମ ପରେ ବରଗଡ଼ରେ ସ୍ଥିତି ସଙ୍ଗୀନ

ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡୁଛି ଡାଇରିଆ। ଗଞ୍ଜାମ ସମେତ ବରଗଡ଼ରେ ସ୍ଥିତି ସଙ୍ଗୀନ।ଦୂଷିତ ପାଣି ଓ ଅସ୍ୱାସ୍ଥ୍ୟକର ପରିବେଶ ହିଁ ଡାଇରିଆ ମୁଖ୍ୟ କାରଣ ବୋଲି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Odisha Diarrhea Outbreak 2025
Odisha Diarrhea Outbreak 2025 (ETV Bharat Odisha)
author img

By ETV Bharat Odisha Team

Published : July 10, 2025 at 7:45 PM IST

2 Min Read
Choose ETV Bharat

ଭୁବନେଶ୍ବର: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡ଼ି ଚାଲିଛି ଡାଇରିଆ । ଯାଜପୁର ଜିଲ୍ଲା ପରେ ଏବେ ବିଶେଷକରି ଗଞ୍ଜାମ ସମେତ ବରଗଡ଼ରେ ମଧ୍ୟ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ଦୂଷିତ ପିଇବା ପାଣି ଓ ଅସ୍ୱାସ୍ଥ୍ୟକର ପରିବେଶ ହିଁ ସଂକ୍ରମଣର କାରଣ ।ଏପଟେ ଅନ୍ୟ ସମସ୍ତ ଜିଲ୍ଲାରେ ଡାଇରିଆ ସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।

'ସ୍ଥିତି ନିୟନ୍ତ୍ରଣରେ ରହିଛି'

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି,"ସାଧାରଣ ଭାବରେ ବର୍ଷା ଋତୁରେ ଡାଇରିଆ ଦେଖାଯାଇଥାଏ । ଏହାରି କାରଣ ଯୋଗୁଁ ଝାଡାବାନ୍ତି ଅଧିକ ବ୍ୟାପିଥାଏ। ଏପରିକି କିଛି ଦିନ ମଧ୍ୟରେ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି । ଏହାସହ ଲୋକ ଆକ୍ରାନ୍ତରେ ପଡୁଛନ୍ତି ।ଏପରିକି ଅନେକ ଲୋକଙ୍କ ମଧ୍ୟ ମୃତ୍ୟୁ ଘଟିଛି । କଣାସରେ ଡାଇରିଆ ସଂଖ୍ୟା ଧିରେ ଧିରେ କମିବାରେ ଲାଗୁଛି । ଅଭିଯୋଗ ଅନୁସାରେ କଣାସରେ ଡାଇରିଆ ମୃତ୍ୟୁ ହୋଇନି । ତାହା ହୃଦ ରୋଗ ଜନିତ ମୃତ୍ୟୁ ।କଣାସରେ ଜନସ୍ୱାସ୍ଥ୍ୟ ଟିମ ଅଛି। ସେଠାରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି, ଏପରିକି ଖୋର୍ଦ୍ଧା ଜିଲ୍ଲାର ଭୂଷଣ୍ଡପୁର ଅଞ୍ଚଳରେ ମଧ୍ୟ କିଛି ଦିନ ଧରି ଲାଗି ରହିଥିଲା ଡାଇରିଆ । ଏବେ ସମ୍ପୂର୍ଣ୍ଣ ସ୍ଥିତି ନିୟନ୍ତ୍ରଣରେ ରହିଛି । "

Odisha Diarrhea Outbreak 2025 (ETV Bharat Odisha)

'ବରଗଡ଼ ଜିଲ୍ଲାରେ ଡାଇରିଆ ଦେଖା ଦେଇଛି'

ସେ ଆହୁରି ମଧ୍ୟ କହିଛନ୍ତି,"ଖୋର୍ଦ୍ଧାରେ ମଧ୍ୟ ଡାଇରିଆ ନିୟନ୍ତ୍ରଣରେ ଅଛି। ବିଶେଷ ଭାବରେ ଡାଇରିଆ ମାମଲା ଅଧିକ ହେଉନାହିଁ । ଏବେ ନୂଆ କରି ବରଗଡ଼ ଜିଲ୍ଲାରେ ଡାଇରିଆ ଦେଖା ଦେଇଛି । ସେଠି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଟିମ ସମ୍ବଲପୁରରୁ ବରଗଡ ଯାଉଛି । ୫ରୁ୬ ଜଣ ହସ୍ପିଟାଲରେ ଡାଇରିଆ ରୋଗୀ ଅଛନ୍ତି । ହେଲେ କାହାର ମୃତ୍ୟୁ ହୋଇନି। ଯାଜପୁରରେ ହଇଜା ହେବା ପରେ ସ୍ୱାସ୍ଥ୍ୟ ବିଭାଗ ମାର୍ଗଦର୍ଶିକା ଦିଆଯାଇଛି । ସେହି ଅନୁସାରେ କାମ କରି ଜଳ ବିଶୋଧନ କରାଯାଉଛି ।"


ଗଞ୍ଜାମ ଡାଇରିଆ ସ୍ଥିତି:
ବିଶେଷ ଭବରେ ଏହି ସମୟରେ ସ୍କୁଲର ପାନୀୟ ଜଳ ସ୍ୱଚ୍ଛ କରିଯିବା ସହ ରାଜ୍ୟରେ ଥିବା ସମସ୍ତ ନଳକୂପ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ମଧ୍ୟ କୂପ ନିକଟରେ ଥିବା ଚାନ୍ଦିନୀକୁ ମଧ୍ୟ ମରାମତି ବା ପରିଷ୍କାର କରିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି । ଏହା ସହିତ ସମସ୍ତ ଜିଲ୍ଲାର ସିଡିଏମଓଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗ ଯୋଗାଯୋଗରେ ରହିଛି ।ସେହିପରି ଭାବରେ ଦେଖିଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଉସ୍ତପଲ୍ଲୀ ଗ୍ରାମରେ ଦେଖାଦେଇଥିବା ଡାଇରିଆ ରୋଗକୁ ନିୟନ୍ତ୍ରଣାଧୀନ କରାଯାଇଛି । ୬ ତାରିଖ ଠାରୁ ଗତକାଲି ସନ୍ଧ୍ୟା ସୁଦ୍ଧା ଉପ୍ତପଲ୍ଲୀ ଗ୍ରାମରେ ସମୁଦାୟ ୧୧ ଜଣ ବ୍ୟକ୍ତି ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ଆଜି ସେହି ଗ୍ରାମରୁ କୌଣସି ନୂଆ ରୋଗୀ ହସ୍ପିଟାଲ ଆସିନାହାନ୍ତି । ସଂକ୍ରମିତ ୧୧ ଜଣଙ୍କ ମଧ୍ୟରୁ ଦୁଇଦିନ ଭିତରେ ୬ ଜଣଙ୍କୁ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲ କଲେଜ ହସ୍ପିଟାଲକୁ ପଠାଯାଇଥିଲା। ଅବଶିଷ୍ଟ ୫ ଜଣଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।

ଏହା ମଧ୍ୟ ପଢନ୍ତୁ...କଣାସରେ ବ୍ୟାପୁଛି ଡାଇରିଆ, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ - DIARRHEA OUTBREAK KANASA PURI

ଏହା ମଧ୍ୟ ପଢନ୍ତୁ... ଦଶହରା ଯାଏଁ ଓଡ଼ିଶାରେ ଡାଇରିଆ ପ୍ରତିରୋଧକ ବ୍ୟବସ୍ଥା : ମୁଖ୍ୟମନ୍ତ୍ରୀ - ODISHA DIARRHEA OUTBREAK

ଗଞ୍ଜାମରେ ଡାଇରିଆ ଜନିତ ମୃତ୍ୟୁ ! :

ଗଞ୍ଜାମରେ ଯେଉଁ ୨ଜଣଙ୍କ ଡାଇରିଆରେ ମୃତ୍ୟୁ ବିଷୟରେ ଅଭିଯୋଗର ହୋଇଥିଲା, ତାହା ପ୍ରାଥମିକ ତଦନ୍ତ ପରେ ଡାଇରିଆ ଜନିତ ମୃତ୍ୟୁ ନୁହେଁ ବୋଲି ଜଣାପଡିଛି । ତେବେ ଏହି ଦୁଇ ଜଣଙ୍କ ମଧ୍ୟରେ ପ୍ରଥମ ବ୍ୟକ୍ତି ଯିଏକି ଶବର ଦାସ ପ୍ରାୟ ୭୦ ବର୍ଷ ବୟସ୍କ ଥିଲେ। ତାଙ୍କର କଳାଝାଡା ଯୋଗୁଁ ଜୁଲାଇ ୩ ତାରିଖ ସକାଳ ୭.୩୦ ମିନଟ୍ ସମୟରେ ମୃତ୍ୟୁ ହୋଇଥିଲା।ତେବେ ଅନ୍ୟ ମୃତକ ଜଣକ ହେଉଛନ୍ତି ପ୍ରକାଶ ରାଇତିଆ । ତାଙ୍କର ପେଟରେ ଯନ୍ତ୍ରଣା ଓ ବାନ୍ତି ହେବାରୁ ୭ ତାରିଖ ଦିନ ସେ ନିକଟସ୍ଥ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଚିକିତ୍ସା ପରେ ବିଶେଷ ଚିକିତ୍ସା ନିମନ୍ତେ ଡାକ୍ତର ତାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବାକୁ ସୁପାରିଶ କରିଥିଲେ। ରାତିରେ ଅଧିକ ଯନ୍ତ୍ରଣା ହେବାରୁ ଘରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଯାଉଥିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ପୋଷ୍ଟମର୍ଟମ କରାଯାଇଛି । ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ । ତେବେ ମୃତ୍ୟୁ ବେଳକୁ ସେ ପ୍ରାୟ ୩୫ ବର୍ଷ ବୟସ୍କ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।




ଇଟିଭି ଭାରତ, ଭୁବନେଶ୍ବର