ETV Bharat / state

କଣାସରେ ବ୍ୟାପୁଛି ଡାଇରିଆ, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ବୁଧବାର ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଅନେକ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

ପରିସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ
ପରିସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ (ETV Bharat)
author img

By ETV Bharat Odisha Team

Published : July 10, 2025 at 2:09 PM IST

2 Min Read
Choose ETV Bharat

ପୁରୀ: କଣାସରେ ବ୍ୟାପୁଛି ଝାଡ଼ାବାନ୍ତି । ଏନେଇ ଝାଡ଼ାବାନ୍ତି ଗ୍ରସିତ ଅଞ୍ଚଳକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି ପୁରୀ ଜିଲ୍ଲାପାଳ ଚଞ୍ଚଳ ରାଣା । ପୁରୀ CDMOଙ୍କ ସହିତ ବିଜିପୁର ପଞ୍ଚାୟତର ଜଗନ୍ନାଥପୁର ଗ୍ରାମକୁ ଯାଇ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଲୋକ ମାନଙ୍କ ସହିତ ସମସ୍ୟା ସଂମ୍ପର୍କରେ ଆଲୋଚନା କରିଛନ୍ତି ।

କଣାସରେ ବ୍ୟାପୁଛି ଡାଇରିଆ (ETV Bharat)

ଦୂଷିତ ପାଣି ମୂଳ କାରଣ:

କଣାସ ଅଞ୍ଚଳରେ ଡାଇରିଆ ବ୍ୟାପିବାର ମୁଖ୍ୟ କାରଣ ଦୂଷିତ ପାଣି ବୋଲି କୁହାଯାଇଛି । ଆଗାମୀ ୧୫ ଦିନ ମଧ୍ୟରେ ମେଗା ପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ଯକ୍ଷମ କରି ଳୋକଙ୍କୁ ପର୍ଯ୍ୟାପ୍ତ ପରିମାଣରେ ପାଣି ଯୋଗାଇବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏହା ସହିତ ସଚେତନତାକୁ ତ୍ୱରାନିତ କରିବାକୁ ଆଶା ଅଙ୍ଗନୱାଡ଼ି ଓ ସ୍ଵାସ୍ଥ୍ୟ କର୍ମୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭୋଜି ଭାତ ଉପରେ କଟକଣା ଲଗାଯାଇଛି । ସରକାର ଲୋକଙ୍କୁ ପର୍ଯ୍ୟାପ୍ତ ପାଣି ଯୋଗାଇ ନଦେଇ ନଦୀ ପୋଖରୀ ପାଣି ବ୍ୟବହାର ଉପରେ ବରଣକୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ ଥମୁନି ଡାଇରିଆ ପ୍ରକୋପ; 3 ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞ ଟିମ, ବାସି ଖାଦ୍ୟ, ପାଣିକୁ ନେଇ ତତ୍ପରତା

ବ୍ୟାପୁଛି ଝାଡାବାନ୍ତି:

ଦୀର୍ଘ ୮ଦିନ ହେଲା ପୁରୀ ଜିଲ୍ଲା କଣାସ ବ୍ଲକରେ ପାନୀୟଜଳ ସମସ୍ୟାକୁ ନେଇ ବିଭିନ୍ନ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଛି । ଅନେକ ଆକ୍ରାନ୍ତ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ନନ୍ଦିଗୋଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗଡିଶାଗୋଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ବୁଧବାର ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଅନେକ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

ସ୍ଥିତି ଅନୁଧ୍ୟାନ କଲେ ପୁରୀ ଜିଲ୍ଲାପାଳ:

ସ୍ଥିତି ଅନୁଧ୍ୟାନ ପାଇଁ ପୁରୀ ଜିଲ୍ଲାପାଳ ଚଞ୍ଚଳ ରଣା, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଅକ୍ଷୟ ଶତପଥୀ, କଣାସ ବିଡିଓ ସୌମ୍ୟରଂଜନ ସ୍ବାଇଁ, କଣାସ ତହସିଲଦାର ହିମାଂଶୁଶେଖର ଗିରି ଝାଡାବାନ୍ତି ଲାଗିଥିବା ଜଗନ୍ନାଥପୁର ଗ୍ରାମକୁ ଯାଇ କାରଣ ସଂପର୍କରେ ପଚାରି ବୁଝିଥିଲେ। ସେଠାରୁ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ରୋଗୀମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ଡାକ୍ତରଖାନା ପରିଷ୍କାର ପରିଚ୍ଛନ୍ନ ରଖିବା ସୁଷମଖାଦ୍ୟ ରୋଗୀମାନଙ୍କୁ ଯୋଗାଇଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଏହା ମଧ୍ୟ ପଢନ୍ତୁ: ଦଶହରା ଯାଏଁ ଓଡ଼ିଶାରେ ଡାଇରିଆ ପ୍ରତିରୋଧକ ବ୍ୟବସ୍ଥା : ମୁଖ୍ୟମନ୍ତ୍ରୀ

ନଦୀଜଳ ବ୍ୟବହାରକୁ ନା:

ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ସହ ଆଲୋଚନା କରିଥିଲେ । କଣାସରେ ପାନୀୟଜଳ ମେଗାପ୍ରକଳ୍ପ କାର୍ଯ୍ୟକାରୀ ନ ହେବା ପର୍ଯ୍ୟନ୍ତ ସମସ୍ତ ପଞ୍ଚାୟତକୁ ଟ୍ୟାଙ୍କ ଯୋଗେ ନଳକୂପ ଜଳ ଯୋଗାଇଦେବା ପାଇଁ ଦାବି କରିଥିଲେ । ଏହାସହ ଦୟାନଦୀ, ରାଜୁଆ, ମଲାଗୁଣି, ଲୁଣାନଦୀର ବିଷାକ୍ତଜଳ ନ ବ୍ୟବହାର କରିବା ପାଇଁ କହିଥିଲେ ।

ପୁରୁଣା ଘଟଣା ମନରୁ ଲିଭିନି:

ପ୍ରକାଶ ଥାଉ କି, ଦୟାନଦୀ ଜଳ ଦୂଷିତ ଥିବାରୁ କଣାସ ଅଞ୍ଚଳର ନୂଆଗାଁ, ନଈକୂଳପାଟଣା, ଗଡିଶାଗୋଦା, ଯାଗୁଳେଇପଦର, କଳାପଦର, ଗୋପୀନାଥପୁର ଗ୍ରାମରେ କିଛି ମାସ ତଳେ ଝାଡାବାନ୍ତି ଦୀର୍ଘ ୧ ମାସ ଧରି ଲାଗି ରହିବା ସହିତ ୪ଜଣଙ୍କର ମୃତ୍ୟୁ ହୋଇଥିବାର ସରକାରୀ ରିପୋର୍ଟରେ କୁହା ଯାଇଥିଲା । ଏହି ଘଟଣା ଜିଲ୍ଲା ଓ ରାଜ୍ୟ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇପଡିଥିଲା । ନୂଆଗାଁ ଓ ଜାଗୁଳେଇପଦରଠାରେ ଦୁଇଟି ଅସ୍ଥାୟୀ ସ୍ବାସ୍ଥ୍ୟଶିବିର ଖୋଲାଯାଇଥିଲା । ନଦୀପାଣି ବ୍ୟବାହର ନ କରିବାକୁ ନଦୀକୂଳ ଗ୍ରାମବାସୀଙ୍କୁ ସଚେତନ କରି ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଇବା ପରେ ଝାଡ଼ାବାନ୍ତି ଥମିଥିଲା ।

ଏହା ମଧ୍ୟ ପଢନ୍ତୁ: ଡରାଉଛି ଡାଇରିଆ, ସମ୍ବଲପୁରରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ


ଇଟିଭି ଭାରତ,ପୁରୀ