ETV Bharat / state

ବାରମ୍ୱାର ଗୁହାରି ପରେ ବି ମିଲିଲାନି ମୌଳିକ ସୁବିଧା; ଏଥର ଭୋଟ୍ ବର୍ଜନ, ଗାଁକୁ ଆସିବେନି ରାଜନେତା - Vote Boycott threatened

author img

By ETV Bharat Odisha Team

Published : May 10, 2024, 5:06 PM IST

Villagers Vote Boycott threatened: ବାରମ୍ବାର ଗୁହାରି ପରେ ପୂରଣ ହେଲାନି ମୌଳିକ ସମସ୍ୟା । ସାଧାରଣ ନିର୍ବାଚନରେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ବାରମ୍ୱାର ଗୁହାରି ପରେ ବି ମିଲିଲାନି ମୌଳିକ ସୁବିଧା
ବାରମ୍ୱାର ଗୁହାରି ପରେ ବି ମିଲିଲାନି ମୌଳିକ ସୁବିଧା (ETV Bharat Odisha)

ବାରମ୍ୱାର ଗୁହାରି ପରେ ବି ମିଲିଲାନି ମୌଳିକ ସୁବିଧା (ETV Bharat Odisha)

ରାୟଗଡ଼ା: ଗାଁରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି । ବାରମ୍ବାର ନିବେଦନ ପରେ ବି ଶୁଣୁନି ପ୍ରଶାସନ । ଏଭଳି ଅଭିଯୋଗ ଆଣି ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ୍ ଧାମୁଣିପଙ୍ଗା ପଞ୍ଚାୟତର ରାବୁଗୁଡ଼ାବାସୀ । ବିଭିନ୍ନ ସମସ୍ୟାର ସମାଧାନ ନେଇ ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ସମସ୍ୟା ଘେରରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତ ରାବଗୁଡା ଗ୍ରାମବାସୀ । ଗ୍ରାମବାସୀଙ୍କ କହିବାନୁଯାୟୀ, ଏହି ଗାଁରେ ୩୧ ଆଦିବାସୀ ପରିବାର ବସବାସ କରୁଛନ୍ତି । ଜନସଂଖ୍ୟା ୫ଶହରୁ ଅଧିକ ରହିଛନ୍ତି । ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ବି ଗାଁରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି । ଗାଁରୁ ବ୍ଲକ ସଦରକୁ ପକ୍କା ରାସ୍ତା ନାହିଁ । ପାନୀୟ ଜଳ ଓ ଜମିକୁ ଜଳ ଯୋଗାଣର କୌଣସି ବ୍ୟବସ୍ଥା ନାହିଁ । ଗାଁ ପୋଖରୀରେ ଗାଧୁଆ ତୁଠ, ଶ୍ମଶାନ ଘାଟ, ସୋଲାର ଲାଇଟ୍ ବ୍ୟବସ୍ଥା ହୋଇନି । ଅନେକ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି ।

ଏହାମଧ୍ୟ ପଢନ୍ତୁ..ଦୂର ହେଉନି ଜଳକଷ୍ଟ, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ - Water Problem

ଗ୍ରାମବାସୀମାନେ ଆଉମଧ୍ୟ କହିଛନ୍ତି ଯେ, ଏହି ସମସ୍ୟାର ସମାଧାନ ପାଇଁ ବ୍ଳକ୍ ଓ ଜିଲ୍ଲା ପ୍ରଶାସନରେ ବାରମ୍ବାର ଦାବି କରିବା ସତ୍ତ୍ୱେ ଏବେସୁଦ୍ଧା ଦାବି ପୂରଣ ହୋଇପାରିଲା ନାହିଁ । ନିର୍ବାଚନମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କର ମଧ୍ୟ ଏନେଇ ଦୃଷ୍ଟି ଆକର୍ଷଣ କରାଯାଇଛି । କୌଣସି ସୁଫଳ ମିଳିନାହିଁ । ଯେଉଁଥିପାଇଁ ନିର୍ବାଚନରେ ଭୋଟ ବର୍ଜନ କରାଯିବା ନେଇ କହିଛନ୍ତି ଗ୍ରାମବାସୀ । କୌଣସି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀଙ୍କୁ ଗାଁ ଭିତରକୁ ପଶେଇ ଦେବେନି ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଗାଁ ଭିତରକୁ ପ୍ରଚାର ଗାଡ଼ି ପ୍ରବେଶ ମନା ବୋଲି କହିଛନ୍ତି । ଏଥିପାଇଁ ଗାଁ ମୁଣ୍ଡରେ ବାଡ଼ ଦେବା ସହ ପୋଷ୍ଟର୍ ମଧ୍ୟ ମରାଯାଇଛି । ରାବୁଗୁଡ଼ାବାସୀଙ୍କ ଏହି ଅଭିନବ ପ୍ରତିବାଦକୁ ନିକଟସ୍ଥ ଗ୍ରାମବାସୀ ସମର୍ଥନ ଜଣାଇଛନ୍ତି । ଆବଶ୍ୟକ ହେଲେ ସେମାନେ ଏହି ଆନ୍ଦୋଳନରେ ସାମିଲ ହେବେ ବୋଲି କହିଛନ୍ତି ।

ଅନ୍ୟପଟେ ଏ ସମ୍ପର୍କରେ ବିଡିଓ ମନିଷା ଦାସ କହିଛନ୍ତି, "କଲ୍ୟାଣୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଗ୍ରାମ୍ୟ ନିର୍ମାଣ ବିଭାଗକୁ ଜଣାଯାଇଛି । ପାନୀୟ ଜଳ ସମସ୍ୟା ସମାଧାନ କରାଯିବ । ଆବାସ ଯୋଜନା ତଥ୍ୟ ସଂଗ୍ରହ କରାଯାଉଛି । ଗ୍ରାମବାସୀ କିଭଳି ଭୋଟଦାନ କରିବେ ସେ ନେଇ ସଚେତନତା କରାଯିବ ।"

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.