ETV Bharat / state

ରାଇରଙ୍ଗପୁରରେ ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ - BJD Preparatory Meeting

author img

By ETV Bharat Odisha Team

Published : Apr 8, 2024, 9:36 PM IST

BJD Preparatory Meeting: ରାଇରଙ୍ଗପୁରରେ ବିଜେଡିର ପ୍ରସ୍ତୁତି ବୈଠକ ବସିଛି । ନିର୍ବାଚନରେ ବାଜିମାତ କରିବାକୁ ତୃଣମୂଳ ସ୍ତରର କର୍ମୀଙ୍କୁ ଗୁରୁମନ୍ତ୍ର ଦିଆଯାଇଛି । ଅଧିକ ପଢନ୍ତୁ

BJD Preparatory Meeting
BJD Preparatory Meeting

BJD Preparatory Meeting

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଶେଷ ପର୍ଯ୍ୟାୟରେ ହେବ ସାଧାରଣ ନିର୍ବାଚନ। ସେଥ‌ିପାଇଁ ଏବେଠୁ ଦେଖାଦେଇଛି ନିର୍ବାଚନୀ ଉଷ୍ମତା। ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡ଼ି ରାଇସେନ ମୁର୍ମୁଙ୍କୁ ବିଧାନସଭା ପ୍ରାର୍ଥୀ କରିଥିବାବେଳେ ମୟୂରଭଞ୍ଜ ଲୋକସଭା ଆସନ ପାଇଁ ସୁଦାମ ମାର୍ଣ୍ଡିଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ। ଅବସରପ୍ରାପ୍ତ ପୋଲିସ ଅଫିସର ରାଇସେନ ମୁର୍ମୁଙ୍କୁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ପାଇ ରାଇରଙ୍ଗପୁର ବିଜେଡି କର୍ମୀ ବେଶ ଖୁସି ଥ‌ିବା ଦେଖିବାକୁ ମିଳିଛି। ତେବେ ନିର୍ବାଚନକୁ ନେଇ ରାଇରଙ୍ଗପୁରରେ ବିଜେଡିର ପ୍ରସ୍ତୁତି ବୈଠକ ବସିଛି ।

ସେହିପରି ମୟୂରଭଞ୍ଜ ଜିଲ୍ଲାରେ ସୁଦାମ ମାର୍ଣ୍ଡି ଜଣେ ଲୋକପ୍ରିୟ ନେତା ଭାବରେ ବେଶ ପରିଚିତ। ଗତ ଦୁଇ ଦୁଇଥର ଓଡ଼ିଶା ବିଧାନସଭା ନିର୍ବାଚନରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରୁ ସୁଦାମ ମାର୍ଣ୍ଡି ବିଧାୟକ ଭାବରେ ବିଜୟୀ ହୋଇଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ କ୍ରୀଡ଼ା ଓ ଯୁବ ବ୍ୟାପାର, ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ବ ଭାର ମଧ୍ୟ ନେଇଛନ୍ତି । ତେବେ ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଆସନରେ ବସାଇବାକୁ ମନସ୍ଥ କରିଛି ଦଳ। ଏନେଇ ତୃଣମୂଳ ସ୍ତରର କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳୀୟ ନେତା ଓ କର୍ମୀ ।

ଏହା ମଧ୍ୟ ପଢନ୍ତୁ...କେନ୍ଦ୍ରାପଡା ବିଜେଡିର ଅସନ୍ତୁଷ୍ଟ କର୍ମୀ ସମ୍ମିଳନୀ, ବିଜେଡି ଗଣେଶ୍ବରଙ୍କୁ ଟିକେଟ ଦେବା ଚର୍ଚ୍ଚାକୁ ବିରୋଧ - BJD Workers Meeting

ଏହା ମଧ୍ୟ ପଢନ୍ତୁ...ବିରାଟ କର୍ମୀ ସମ୍ମିଳନୀ କରି ବିଜେଡିକୁ ଚ୍ୟାଲେଞ୍ଜ ଦେଲେ ସମ୍ବିତ - Sambit Patra Challenges BJD

ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକଙ୍କ ନେତୃତ୍ବରେ ରାଇରଙ୍ଗପୁରଠାରେ ଏକ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ବୈଠକରେ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ସୁଦାମ ମାର୍ଣ୍ଡି, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାନ ସଭା ପ୍ରାର୍ଥୀ ରାଇସେନ ମୁର୍ମୁ, ବିଜେଡିର ବରିଷ୍ଠ ନେତା କାଶିନାଥ ହେମ୍ବ୍ରମ, ବରିଷ୍ଠ ବିଜେଡି ନେତ୍ରୀ ତନୁଜା ମହାନ୍ତଙ୍କ ସମେତ ବରିଷ୍ଠ ନେତା ଏବଂ ରାଇରଙ୍ଗପୁର ଉପଖଣ୍ଡର ପଞ୍ଚାୟତ ସ୍ତରର କର୍ମୀମାନେ ଯୋଗ ଦେଇଥିଲେ। ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ସୁଦାମ ମାର୍ଣ୍ଡି କହିଛନ୍ତି, ସମ୍ପୂର୍ଣ୍ଣ ଦଳୀୟ ଭିତ୍ତିରେ ଏହି ବୈଠକ କରାଯାଇଥିଲା । ତୃଣମୂଳ ସ୍ତରରେ କାମ କରୁଥିବା କର୍ମୀଙ୍କ ସହ ଆଲୋଚନା କରାଯାଇଛି । ଏହି ବୈଠକରେ ବହୁ ସଂଖ୍ୟାରେ ମା' ମାନେ ଯୋଗ ଦେଇଥିଲେ । ଆଗାମୀ ନିର୍ବାଚନରେ କିଭଳି ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବେ ସେନେଇ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବା ନେଇ ଅଧିକ ଆଲୋଚନା ହୋଇଛି ।"

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.