ETV Bharat / state

ସାଧାନାରୁ ସିଦ୍ଧି: ଚିତ୍ରଶିଳ୍ପୀ ବିନୋଦ ମହାରଣାଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

author img

By ETV Bharat Odisha Team

Published : Jan 27, 2024, 8:30 PM IST

Padma Shri Awardee Binod Maharana: ହଜାର ବର୍ଷର ପ୍ରାଚୀନ କଳାକୁ ରାଷ୍ଟ୍ରୀୟସ୍ତରରେ ପହଞ୍ଚାଇଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ ବିନୋଦ ମହାରଣା । ଚଳିତବର୍ଷ ତାଙ୍କୁ ପଦ୍ମଶ୍ରୀ ଉପାଧି ପାଇଁ ମୋନେନୀତ କରାଯାଇଛି । ଯାହାକୁ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ

ସାଧାନାରୁ ସିଦ୍ଧି: ଚିତ୍ରଶିଳ୍ପୀ ବିନୋଦ ମହାରଣାଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର
ସାଧାନାରୁ ସିଦ୍ଧି: ଚିତ୍ରଶିଳ୍ପୀ ବିନୋଦ ମହାରଣାଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

ସାଧାନାରୁ ସିଦ୍ଧି: ଚିତ୍ରଶିଳ୍ପୀ ବିନୋଦ ମହାରଣାଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

ଭୁବନେଶ୍ୱର: ବିଶିଷ୍ଟ ଚିତ୍ରଶିଳ୍ପୀ ବିନୋଦ ମହାରଣା ସମ୍ମାନଜନକ ପଦ୍ମଶ୍ରୀ ଉପାଧିରେ ମନୋନୀତ ହୋଇଛନ୍ତି । ୫୦ ବର୍ଷର ସାଧନାର ସିଦ୍ଧିକୁ ନେଇ ସୁନାମଧନ୍ୟ ସେ ଆଜି ଏହି ଉପାଧିର ଅଧିକାରୀ ହୋଇପାରିଛନ୍ତି । ପଟ୍ଟଚିତ୍ର ଶିଳ୍ପୀ ଭାବେ ହଜାର ହଜାର ବର୍ଷର ପ୍ରାଚୀନ କଳାକୁ ରାଷ୍ଟ୍ରୀୟ ସ୍ତରରେ ସୀକୃତି ମିଳିବା ଓ ଲୁକ୍କାୟିତ ପ୍ରତିଭାକୁ ସମ୍ମାନୀତ କରିଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ । ତେବେ ପଦ୍ମଶ୍ରୀ ପାଇଁ ମନୋନୀତ ହେବା ପରେ ସେ କହିଛନ୍ତି, "ସାଧାନାରୁ ସିଦ୍ଧି ମିଳିଥିବବେଳେ ପ୍ରତିଟି ଚିତ୍ରଶିଳ୍ପୀକୁ ସାଧନା ଜାରି ରଖିବାର ଆବଶ୍ୟକତା ରହିଛି । ତେବେ ଯାଇ ସଫଳତା ନିଶ୍ଚୟ ଆସିବ ।"

ଜଗନ୍ନାଥ ମାଟିର ବା ପୁରୀବାସୀ ହୋଇଥିବାବେଳେ କଳା ପ୍ରତିଥିବା ଦୁର୍ବଳତା ତାଙ୍କୁ ଏହି ପଟ୍ଟଚିତ୍ରର କଳା ଓ ନୈପୁଣ୍ୟତା ଶିଖାଇଛି । ସେ ସପ୍ତମ ଶ୍ରେଣୀରୁ ନିଜ ପୂର୍ବ ପିଢିଙ୍କ ଠାରୁ ଏହି ଚିତ୍ରକଳା ଶିଖିଥିଲେ । ସେ ମହାପ୍ରଭୁ ଜଗନ୍ନାଥଙ୍କର ଅଣସରର ଚିତ୍ରପଟ୍ଟର ସାହାଯ୍ୟକାରୀ କିଶୋର ଚିତ୍ରକାର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ପଟ୍ଟଚିତ୍ର କଳାକୁ ଆପଣାଇ ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ,ସେ ଏହି କାଳର ପ୍ରତିଭା ଦେଖାଇ ଆସୁଛନ୍ତି । ପଟ୍ଟଚିତ୍ରକୁ ନେଇ ତାଙ୍କୁ ଅନେକ ସମ୍ମାନ ମିଳିଥିବାବେଳେ ଏହି ସୁକ୍ଷ୍ମ କାରୁକାର୍ଯ୍ୟର ପ୍ରଚାର ପ୍ରସାର କରିଛନ୍ତି । କଳା ପ୍ରତିଥିବା ତାଙ୍କ ଉତ୍ସର୍ଗୀକୃତ ଭଲପାଇବା ଓ ନିଷ୍ଠା ତାଙ୍କୁ ଆଜି ଏହି ଶ୍ରେଷ୍ଠ ପୁରସ୍କାରର ଅଧିକାରୀ କରିଥିବା ବେଳେ ଏହି କାଳର ବିକାଶ ଓ ପ୍ରଚାର ପାଇଁ ସେ ସର୍ବଦା ଚେଷ୍ଟିତ ।

ଏହା ମଧ୍ୟ ପଢନ୍ତୁ .....କଳା ପ୍ରତି ଥିବା ନିଷ୍ଠା ଓ ସାଧନା ସଫଳତା ଓ ସମ୍ମାନ ଆଣିଦିଏ: ବିନୋଦ ମହାରଣା

ସେଥିପାଇଁ ତା ଆଜିବି ପଟ୍ଟଚିତ୍ରର କଳାକୃତୀକୁ ନିଜ ତୂଳିରେ ଆଙ୍କି ଚାଲିଥିବାବେଳେ ଏନେଇ ଅନେକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି । ସେ କହିଛନ୍ତି ,"କଳା ପ୍ରତିଥିବା ସମର୍ପଣକୁ ନେଇ ଶେଷ ବିନ୍ଦୁ ଯାଏଁ, ମୁଁ ଏହାକୁ ପୂଜା କରିବି । ଏହି କଳାକୃତୀକୁ ଆଙ୍କି ଚାଲିଥିବି ଆଉ ଏହାର ସୁଦୂର ପ୍ରସାରି ପାଇଁ ପ୍ରୟାସ ଚଳାଇବି ।"ଏହାସହ ଯୁବ ଚିତ୍ରଶିଳ୍ପୀଙ୍କୁ ଅନେକ ଉପଦେଶ ଦେଇଥିବାବେଳେ କଳାକୁ ସାଧୁ ପରି ନିଷ୍ଠାର ସହ ଭଲପାଇ ପରିଶ୍ରମ କରିବାକୁ କହିଛନ୍ତି । କଳା ପଇସା ରୋଜଗାର ମାଧ୍ୟମ ପାଇଁ ନହେଉ ବରଂ କଳାକୁ ସମ୍ମାନ ଦେଇ ତାର ବିକାଶ ପାଇଁ ହେଉ ବୋଲି କହିଛନ୍ତି ।

ଅନ୍ୟପଟେ ସେ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି , ଜଣେ କଳାକାର ବା ଚିତ୍ରଶିଳ୍ପୀର କଳାକୁ ସମ୍ମାନ ସହ କାଳର ବିକାଶରେ ସହଭାଗିତା ହୁଅନ୍ତୁ । ଆଉ କଳାକୃତିର ବିକ୍ରି ଓ ରୋଜଗାର ପାଇଁ ବଜାର ସୃଷ୍ଟି ପାଇଁ ସରକାରଙ୍କ ଆଗରେ ଦାବି ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.