ETV Bharat / state

ଜଳବାୟୁ ପରିବର୍ତ୍ତନରେ ବୃଦ୍ଧି ପାଉଛି ଧାନ ଉତ୍ପାଦନ: NRRI - 79th Foundation Day of NRRI

author img

By ETV Bharat Odisha Team

Published : Apr 23, 2024, 6:06 PM IST

79th Foundation Day of NRRI
79th Foundation Day of NRRI

79th Foundation Day of NRRI: ଆଜି ଜାତୀୟ ଧାନ ଗବେଷଣା କେନ୍ଦ୍ରର 79ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଏନଆରଆରଆଇ ପକ୍ଷରୁ କୁହାଯାଇଛି ଯେ ଜଳବାୟୁ ପରିବର୍ତ୍ତନରେ ଧାନ ଉତ୍ପାଦନ ବୃଦ୍ଧି ହୋଇଛି । ଅଧିକ ପଢ଼ନ୍ତୁ

79th Foundation Day of NRRI

କଟକ: ଆଜି କଟକ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର 79 ବର୍ଷରେ ପଦାର୍ପଣ କରିଛି । ଏହା ଭିତରେ ଏନ.ଆର.ଆର.ଆଇ 160ରୁ ଊର୍ଦ୍ଧ୍ବ ନୂଆ କିସମର ଧାନର ଗବେଷଣା ସହ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ସଫଳତା ପାଇଛି । ଏଥି ସହିତ ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ସୁରକ୍ଷା, କୃଷି ସ୍ଥିରତା ଓ ପୁଷ୍ଟିକର ଚାଉଳ ଉତ୍ପାଦନ କ୍ଷେତ୍ରରେ ସଫଳ ଗବେଷଣା କରିଛନ୍ତି NRRIର ବୈଜ୍ଞାନିକ । ତେବେ ଆଜି ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ର ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ଦେଶରେ ଥିବା ଅନ୍ୟ ଗବେଷଣା କେନ୍ଦ୍ରର ବିଶେଷଜ୍ଞ ତଥା ବୈଜ୍ଞାନିକମାନେ ଯୋଗ ଦେଇଥିଲେ । ତେବେ ପ୍ରତିଷ୍ଠା ଦିବସ ଅବସରରେ ଜିନମ ଗବେଷଣା ଲ୍ୟାବ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିବା ନିର୍ଦ୍ଦେଶକ ଡଃ ଅମରେଶ କୁମାର ନାୟକ କହିଛନ୍ତି ।

ପ୍ରତିଷ୍ଠା ଦିବସ ଅବସରରେ ଏକ ଗବେଷଣା ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଯେଉଁଥିରେ ନୂଆ କିସମର ଧାନ, ଅନ୍ୟ ଚାଷ, କୃଷି ଯନ୍ତ୍ରପାତି ଓ ପୋକ ଚିହ୍ନଟ ସହିତ ଔଷଧ ବ୍ୟବହାର ସମ୍ପର୍କରେ ବିସ୍ତୁତ ବିବରଣୀ ଦିଆଯାଇଥିଲା । ପରେ ଉପସ୍ଥିତ ବୈଜ୍ଞାନିକଙ୍କ ସହ ଏକ ଆଲୋଚନା ଚକ୍ର କରାଯାଇଥିଲା । ଏହି ଅବସରରେ କଟକ ଜାତୀୟ ଧାନ ଗବେଷଣା କେନ୍ଦ୍ର ଗଠନ ହେବା ପରେ ଦେଶରେ ବିଶେଷ କରି ରାଜ୍ୟରେ କଣ ସବୁ ଉନ୍ନୟନ ମୂଳକ ପରିବର୍ତ୍ତନ ଆସିଛି ସେ ସମ୍ପର୍କରେ ସୂଚନା ଦେଇଥିଲେ । ରାଜ୍ୟରେ ଯେଉଁଭଳି ଖାଦ୍ୟର ଅଭାବ ଥିଲା ତାହା ଦୂର ହେବା ସହିତ ସଂପୂର୍ଣ୍ଣ ସମୟ ଉପଯୋଗୀ ଧାନ ଉତ୍ପାଦନରେ ବଡ ସଫଳତା ପାଇଥିବା ବୈଜ୍ଞାନିକମାନେ ମତ ଦେଇଥିଲେ । ବିଶେଷ କରି ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଧାନର ଉତ୍ପାଦନ ହାର କିପରି ବୃଦ୍ଧି କରାଯିବ ତାହା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ... 19ରୁ 'ଏଗ୍ରିଭିଜନ ୨୦୨୪', ଯୋଗ ଦେବେ ଦେଶର ସୁନାମଧନ୍ୟ ବୈଜ୍ଞାନିକ

ମୁଖ୍ୟ ଅତିଥି ଭାବରେ ICARର ମୁଖ୍ୟ ଡଃ ହିମାଂଶୁ ପାଠକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେ କହିଛନ୍ତି, "ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟାର ବିକାଶ ଭାରତକୁ ଖାଦ୍ୟଶସ୍ୟ, ମାଛ, ଉଦ୍ୟାନ, କୃଷି ଫସଲ ଏବଂ ଦୁଗ୍ଧ ଉତ୍ପାଦନକୁ ଅନେକ ଗୁଣାରେ ବୃଦ୍ଧି କରିବାରେ ସାହାଯ୍ୟ କରିଛି । ଏହାସହ ICARର ପଦକ୍ଷେପ ମଧ୍ୟ ପ୍ରାକୃତିକ ସମ୍ପଦ ପରିଚାଳନା, ଜଳବାୟୁ ସ୍ଥିରତା ଏବଂ ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ଆଣିଛି ।" ସେହିପରି ଏନଆରଆରଆଇ ନିର୍ଦ୍ଦେଶକ ଡଃ ଅମରେଶ କୁମାର ନାୟକ ମତ ପ୍ରକାଶ କରି କହିଛନ୍ତି, "ବିଭିନ୍ନ ପ୍ରକାର କୃଷି ବିକାଶ, ମୃତ୍ତିକା ସ୍ବାସ୍ଥ୍ୟ ରକ୍ଷଣାବେକ୍ଷଣର ପଦ୍ଧତି, କୃଷି ଯାନ୍ତ୍ରିକରଣ, ଚାଉଳର ଗୁଣାତ୍ମକ ନିୟନ୍ତ୍ରଣ, କୀଟପୋକ ନିୟନ୍ତ୍ରଣ ତଥା କୃଷକ ସମ୍ପ୍ରଦାୟର ଉନ୍ନତି ଦିଗରେ NRRI ଅନୁଷ୍ଠାନର ଭୂମିକା ବେଶ ଅଧିକ ରହିଛି। ଧାନ ଚାଷରେ କିଭଳି ଟେକ୍ନୋଲୋଜିର ବ୍ୟବହାର ହୋଇପାରିବ ସେ ଦିଗ ପ୍ରତି ଧ୍ୟାନ ଦିଆଯାଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.