ETV Bharat / state

19ରୁ 'ଏଗ୍ରିଭିଜନ ୨୦୨୪', ଯୋଗ ଦେବେ ଦେଶର ସୁନାମଧନ୍ୟ ବୈଜ୍ଞାନିକ

author img

By ETV Bharat Odisha Team

Published : Jan 17, 2024, 8:00 PM IST

Agri Vision 2024: କୃଷି ଅନୁସନ୍ଧାନ ଓ ପରିଚାଳନା ସଂସ୍ଥା (ଏସ.ଏ.ଆର.ଏମ) ଓ ଜାତୀୟ ଧାନ ଗବେଷଣା କେନ୍ଦ୍ର (NRRI)ଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି "ଏଗ୍ରିଭିଜନ ୨୦୨୪" । ଅଧିକ ପଢ଼ନ୍ତୁ....

ଏଗ୍ରିଭିଜନ ୨୦୨୪
ଏଗ୍ରିଭିଜନ ୨୦୨୪

ଏଗ୍ରିଭିଜନ ୨୦୨୪

କଟକ: କୃଷି ଅନୁସନ୍ଧାନ ଓ ପରିଚାଳନା ସଂସ୍ଥା (ଏସ.ଏ.ଆର.ଏମ) ଓ ଜାତୀୟ ଧାନ ଗବେଷଣା କେନ୍ଦ୍ର (NRRI)ଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି "ଏଗ୍ରିଭିଜନ ୨୦୨୪" । କୃଷି ନିମନ୍ତେ ପୋଷଣୀୟ ବିକାଶ ବିଷୟବସ୍ତୁ ଉପରେ ଏହି ସମ୍ମିଳନୀ ଆଧାରିତ । ଚଳିତ ମାସ ୧୯ ରୁ ୨୧ ତାରିଖ, ୩ ଦିନ ଧରି ଏମ.କେ.ସି.ଜି ପ୍ରେକ୍ଷାଳୟ, ଏନ.ଆର.ଆର.ଆଇ କ୍ୟାମ୍ପସରେ ଅନୁଷ୍ଠିତ ହେବ । ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର ସୁନାମଧନ୍ୟ ବୈଜ୍ଞାନିକ, ଗବେଷକ ଏବଂ ଛାତ୍ରଛାତ୍ରୀ ଏହି ସମ୍ମିଳନୀରେ ଯୋଗଦେବେ ।

ଏହି ସମ୍ମିଳନୀ ଅବସରରେ ବୈଜ୍ଞାନିକ ଅଧିବେଶନ, ପୋଷ୍ଟର ଅଧିବେଶନ, ପ୍ରଦର୍ଶନୀ ଏବଂ କୃଷକ ମିଳନ କାର୍ଯକ୍ରମର ଆୟୋଜନ କରାଯାଇଛି । ଭାରତ ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ଅନୁଷ୍ଠାନ ଏହି ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନଆରଆରଆଇର ନିର୍ଦ୍ଦେଶକ ଡକ୍ଟର ଅମରେଶ କୁମାର୍ ନାୟକ ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଠାରେ ଦ୍ବିତୀୟ ଭାରତୀୟ ରାଇସ କଂଗ୍ରେସ ଶେଷ ହୋଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନୁଷ୍ଠାନିକ ଭାବେ ଏହି ଅଧିବେଶନକୁ ଉଦଘାଟନ କରିଥିଲେ । ଜାତୀୟ ଖାଦ୍ୟ ନିରାପତ୍ତା ବିଶ୍ବ ଖାଦ୍ୟ ସଙ୍କଟ ପରିବର୍ତ୍ତନ ଶିଳ ଜଳବାୟୁରେ ଧାନ ଉତ୍ପାଦନ ବୃଦ୍ଧି ଏବଂ ଅତ୍ୟାଧୁନିକ ପ୍ରଣାଳୀରେ ଭାରତରେ ଧନ କିସମର ବିଷୟ ବସ୍ତୁକୁ ନେଇ ବୈଜ୍ଞାନିକମାନେ ଆଲୋଚନା କରିଥିଲେ । ଦେଶ ବିଦେଶରୁ ବିଭିନ୍ନ କୃଷି ଓ ଧାନ ଗବେଷଣା ପ୍ରତିଷ୍ଠାନରୁ ତିନି ଶହରୁ ଉର୍ଦ୍ଧ୍ବ ପ୍ରତିନିଧିମାନେ ଏହି ଅଧିବେଶନରେ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ......କୃଷି ଓଡିଶା-୨୦୨୪; 'ମାଆଙ୍କ ସଶକ୍ତିକରଣ ପରିବାରକୁ ନୁହେଁ, ସମାଜକୁ ସଶକ୍ତ କରେ'

ଏନେଇ ଏନଆରଆରଆଇର ନିର୍ଦ୍ଦେଶକ ଡକ୍ଟର ଅମରେଶ କୁମାର୍ ନାୟକ କହିଛନ୍ତି, " 19 ତାରିଖରୁ 21 ତାରିଖ ମଧ୍ୟରେ ଏକ ଆନ୍ତର୍ଜାତୀକ ସମ୍ମିଳନୀ କରିବାକୁ ଯାଉଛି । ଯାହାର ବିଷୟବସ୍ତୁ ରହିଛି 'ନିରବଚ୍ଛିନ ବିକାଶ ମାଧ୍ୟମରେ ଆର୍ଥିକ ବିକାଶକୁ ପ୍ରାପ୍ତି କରିବା' । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ମିଳିତ ଜାତିସଂଘର ଥିବା 17ଟି ସ୍ଥାୟୀ ବିକାଶ ଲକ୍ଷ୍ୟ ମେମ୍ବର ନେସନ ପାଇଁ କରାଯାଇଛି । ଭାରତ ମଧ୍ୟ ଏହା ପାଇଁ ପ୍ରତିବଦ୍ଧ । 2030 ସୁଦ୍ଧା 17ଟି ସ୍ଥାୟୀ ବିକାଶ ଲକ୍ଷ୍ୟକୁ ପ୍ରାପ୍ତି କରିବା ଆମର ଆଭିମଖ୍ୟ । କୃଷିର ଗବେଷଣା ମାଧ୍ୟରେ ହୋଇଥିବା ବିକାଶ, ବୈଷୟିକ ଓ ସମ୍ପ୍ରସାରଣ ମାଧ୍ୟମରେ ଯେଉଁ ବିକାଶ ହୋଇଛି, ସ୍ଥାୟୀ ବିକାଶକୁ ନିରବଚ୍ଛିନ କୃଷି ମାଧ୍ୟମରେ କିପରି ପ୍ରାପ୍ତି କରାଯିବ ଏହି ସମ୍ମିଳନୀରେ ଆଲୋଚନା କରାଯିବ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.