ETV Bharat / state

ଦୁଇ ଜଣଙ୍କୁ ନୂଆ ଜୀବନ ଦେଇ ଅମର ହୋଇଗଲେ ଓମ୍

author img

By ETV Bharat Odisha Team

Published : Mar 2, 2024, 1:45 PM IST

Organ Donation in Kendrapara: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ଓମ ଶିବୁଙ୍କ ଅନ୍ତିମ ସଂସ୍କାର । ଦୁଇଟି କିଡନୀ ଦାନ କରି ଅମର ହେଲେ ଓମ୍ । ଅଧିକ ପଢନ୍ତୁ

Organ Donation
Organ Donation

Organ Donation

କେନ୍ଦ୍ରାପଡା: ପୁଅ ପାଇଁ କେତେ କଣ ସ୍ୱପ୍ନ ଦେଖିଥିଲେ । କିନ୍ତୁ ପୁଅ ଅକାଳରେ ଦୁନିଆ ଛାଡ଼ି ଚାଲିଗଲା । ୧୭ ବର୍ଷ ପୁଅର ମୃତ୍ୟୁରେ ଆଖିରୁ ଲୁହ ଶୁଖୁନାହିଁ ସିନା, ହେଲେ ବାପାଙ୍କ ମନରେ ପୁଅ ପାଇଁ ଗର୍ବ । ପୁଅ ସିନା ଚାଲିଗଲା ହେଲେ ଅଙ୍ଗଦାନ କରି ୨ଜଣଙ୍କୁ ଜୀବନ ବଞ୍ଚାଇ ଦେଇଗଲା । ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । କେନ୍ଦ୍ରପଡା ଜିଲ୍ଲା ରମେଶ ଚନ୍ଦ୍ର ଦାସଙ୍କ ପୁଅ ଓମ୍ ଶିବୁ ଦାସ ନିଜର ଦୁଇ କିଡ୍‌ନୀ ଦାନ କରି ଆଉ ୨ ଜଣକୁ ନୂଆ ଜୀବନ ଦେଇଛନ୍ତି ।

ଗତ ଦେଢ଼ମାସ ହେବ ଏସ୍‌ସିବି ମେଡ଼ିକାଲରେ ବ୍ରେନ୍‌ ଟ୍ୟୁମରରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ ଶିବୁ । ଗୁରୁବାର ଜୀବନ ଯୁଦ୍ଧରେ ସେ ହାରି ଯାଇଥିଲେ। ପୁଅର ମସ୍ତିଷ୍କ ମୃତ୍ୟୁ ପରେ ତାଙ୍କ ଅଙ୍ଗଦାନ କରିବାକୁ ପରିବାର ଲୋ​‌କେ ନିଷ୍ପତ୍ତି ନେଇଥିଲେ । ଏହାପରେ ଏସସିବିରେ ଚିକିତ୍ସା ଓ ବୃକକ୍ ପ୍ରତିରୋପଣ ବିଭାଗରେ ତାଙ୍କର ଦୁଇଟି କିଡ୍‌ନୀକୁ ସଫଳତାର ସହ ବାହାର କରାଯାଇ ଅନ୍ୟ ଦୁଇ ଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ଗୋଟିଏ କିଡ୍‌ନୀକୁ ଏସ୍‌ସିବି ମେଡ଼ିକାଲରେ ପିପିଲି ଅଞ୍ଚଳର ୨୧ ବର୍ଷୀୟ ମହିଳାଙ୍କଠାରେ ପ୍ରତିରୋପଣ କରାଯାଇଛି । ମୂତ୍ରରୋଗ ବିଭାଗର ଡା ସମୀର ସ୍ବାଇଁ, ଡା ସଞ୍ଜୟ ଚୌଧୂରୀ, ଡା. ପ୍ରତିମା ପଟ୍ଟନାୟକ, ଡା. ଅରୁଣା ଆଚାର୍ଯ୍ୟ, ଡା. ରାକେଶ ରାଉତରାୟଙ୍କ ସମେତ ଏକ ଡାକ୍ତରୀ ଦଳ ପ୍ରତିରୋପଣ କରିଥିଲେ। ଆଉ ଗୋଟିଏ କିଡ୍‌ନୀ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି।

ଏହା ମଧ୍ୟ ପଢନ୍ତୁ- ମୃତ୍ୟୁ ପରେ ବି ଅମର ଉଷା ରାଣୀ, ଅଙ୍ଗଦାନ କଲା ପରିବାର

ଗତକାଲି (ଶୁକ୍ରବାର) ସନ୍ଧ୍ୟାରେ ଶିବୁଙ୍କ ମର ଶରୀରକୁ ଏସ୍‌ସିବି କର୍ତ୍ତୃପକ୍ଷ ତାଙ୍କ ଗାଁ ପଟ୍ଟାମୁଣ୍ଡାଇର ନୟାକଟକୁ ପଠାଇଥିଲେ। ସେଠାରେ ତାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଏନେଇ ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁରଙ୍କ ସହ ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଶିବୁଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପ୍ରକାଶ ଥାଉକି,ପଟ୍ଟାମୁଣ୍ଡାଇ ନୟାକୋଟ ଗାଁର ରମେଶ ଚନ୍ଦ୍ର ଦାସଙ୍କ ପୁଅ ଶିବୁ କେନ୍ଦ୍ରାପଡ଼ା ସ୍ୱୟଂସାଶିତ କଲେଜରେ +୨ ଦ୍ଵିତୀୟ ବର୍ଷ ବିଜ୍ଞାନରେ ଅଧ୍ୟୟନ କରୁଥିଲେ। ହଠାତ୍ ତାଙ୍କ ଶରୀର ଅସୁସ୍ଥ ହେବାରୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବ୍ରେନ୍ ଟ୍ୟୁମରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ଚିକିତ୍ସା ସମୟ ଓ ଅସ୍ତ୍ରୋପଚାର ବେଳେ ଗତ ଗୁରୁବାର ଦିନ ତାଙ୍କର ବ୍ରେନ ଡେଡ ହୋଇଥିଲା। ପରେ ଓମ୍ ଶିବୁଙ୍କ ବାପା,ମା’ ଓ ପରିବାର ଲୋକ ତାଙ୍କର ଅଙ୍ଗଦାନ ପାଇଁ ନିଷ୍ପତି ନେଇଥିଲେ। ଶଲ୍ୟ ଚିକିତ୍ସା ଓ ବୃକକ ପ୍ରତ୍ୟାରୋପଣ ବିଭାଗରେ ଶିବୁଙ୍କ ଦୁଇଟି କିଡନୀ ସଫଳତାର ସହ ବାହାର କରାଯାଇଥିଲା।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.