ETV Bharat / state

ବାଜି ମାରିଲା 'ଓଡ଼ିଶା ପ୍ରଜ୍ଞାପନ ମେଢ', ଦିଲ୍ଲୀ ପରେଡରେ ଏକ ନମ୍ବର

author img

By ETV Bharat Odisha Team

Published : Jan 29, 2024, 6:03 PM IST

Updated : Jan 29, 2024, 6:45 PM IST

Odisha's Tableau Wins First Prize: ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସ ପରେଡରେ ସାମିଲ ହୋଇଥିବା 'ଓଡ଼ିଶାର ପ୍ରଜ୍ଞାପନ ମେଢ' ପ୍ରଥମ ସ୍ଥାନ ହାସଲ କରିଛି । ଦ୍ବିତୀୟ ଓ ତୃତୀୟରେ କିଏ କିଏ ଅଛନ୍ତି ଦେଖନ୍ତୁ

Odisha's Tableau
ଓଡ଼ିଶା ପ୍ରଜ୍ଞାପନ ମେଢ

ଭୁବନେଶ୍ବର: ପ୍ରଥମ ସ୍ଥାନ ଅକ୍ତିଆର କଲା ଓଡ଼ିଶାର ପ୍ରଜ୍ଞାପନ ମେଢ । ଗଣତନ୍ତ୍ର ଦିବସ ପରେଡରେ ସାମିଲ ହୋଇଥିବା 'ଓଡ଼ିଶାର ପ୍ରଜ୍ଞାପନ ମେଢ' ପ୍ରଥମ ସ୍ଥାନ ହାସଲ କରିଛି । ଏହା ପଛକୁ ରହିଛି ଗୁଜରାଟ ଓ ତୃତୀୟରେ ରହିଛି ତାମିଲନାଡୁର ପ୍ରଜ୍ଞାପନ ମେଢ । ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ପ୍ରଦର୍ଶନ ହୋଇଥିବା ମେଢମାନଙ୍କ ମଧ୍ୟରୁ ଓଡ଼ିଶା ପ୍ରଥମରେ ରହିଛି । ତେବେ ଏହି ପ୍ରଜ୍ଞାପନ ମେଢରେ ଓଡ଼ିଶାର କଳା, ସଂସ୍କୃତି ଓ ନାରୀ ସଶକ୍ତିକରଣର ଝଲକ ଦେଖିବାକୁ ମିଳିଥିଲା । ଯାହାକୁ ପ୍ରଥମ ସ୍ଥାନ ପାଇଁ ଚୟନ କରିଛନ୍ତି ବିଚାରକ ମଣ୍ଡଳୀ ।

  • It is a matter of great pride and joy that Odisha’s tableau has been adjudged as the best tableau in the #RepublicDay Parade this year in the Judges Choice category. The tableau was indeed a visual delight that showcased the colours, culture and craftsmanship of Odisha in its… https://t.co/mFDuxXEjd3 pic.twitter.com/OtPi3PNtHt

    — Dharmendra Pradhan (@dpradhanbjp) January 29, 2024 " class="align-text-top noRightClick twitterSection" data=" ">

ବିଶ୍ଵ ଦେଖିଥିଲା ବିକଶିତ ଭାରତରେ ହସ୍ତତନ୍ତ ଓ ହସ୍ତଶିଳ୍ପ ମାଧ୍ୟମରେ ଓଡ଼ିଶାରେ ମହିଳା ସଶକ୍ତିକରଣର ଝଲକ । ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ଦେଶର ସର୍ବାଙ୍ଗୀନ ବିକଶିତ ରାଜ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଓ ପଦକ୍ଷେପ । ଦେଶର ଅର୍ଥନୈତିକ ବିକାଶ ଓ ସାମାଜିକ ଉନ୍ନତି ପାଇଁ ମହିଳା ସଶକ୍ତିକରଣ ଜରୁରୀ । ତେଣୁ ବିକଶିତ ଭାରତ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଓଡିଶାର ପ୍ରଜ୍ଞାପନ ମେଢ ପ୍ରସ୍ତୁତ ହୋଇଥିଲା । ଓଡି଼ଶାର ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ମାଧ୍ୟମରେ ରାଜ୍ୟରେ ମହିଳା ସଶକ୍ତିକରଣକୁ ପ୍ରଦର୍ଶନ କରାଯାଇଥିଲା ।

ଦିଲ୍ଲୀ ପରେଡରେ ଏକ ନମ୍ବର
ଦିଲ୍ଲୀ ପରେଡରେ ଏକ ନମ୍ବର



ବିକଶିତ ଭାରତରେ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଶକ୍ତି ଓ ସାମର୍ଥ୍ୟ, ହାତୀର ଶକ୍ତି ଓ ସାମର୍ଥ୍ୟ ସହ ସମକକ୍ଷ ବୋଲି ପ୍ରଜ୍ଞାପନ ମେଢର ଅଗ୍ର ଭାଗରେ ଥିବା ଉତ୍କଳୀୟ କଳାକୃତି ମାଧ୍ୟମରେ ଦର୍ଶାଯାଇଥିଲା । ଏହା ସହିତ ରାସଲୀଳାରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଗୋପୀମାନଙ୍କ ପ୍ରେମ ଓ ଭକ୍ତି ପରି ବିକଶିତ ଭାରତ ପ୍ରତି ଓଡ଼ିଶାର ମହିଳାମାନଙ୍କ ନିଷ୍ଠା ଓ ସମର୍ପଣକୁ ଦର୍ଶାଯାଇଥିଲା । ସେହିପରି ମେଢ ଅଗ୍ରଭାଗର ଉଭୟ ପାର୍ଶ୍ୱରେ ଥିବା ଶ୍ରୀଜଗନ୍ନାଥଙ୍କ ରଥର ଚକକୁ ଓଡ଼ିଶାର ପ୍ରଗତିର ଚକ ଭାବେ ପ୍ରତିପାଦିତ କରାଯାଇଥିଲା । ହସ୍ତକଳା ଓ ହସ୍ତତନ୍ତ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣକୁ ଦର୍ଶାଉଥିବା ଏହି ମେଢର ମଧ୍ୟ ଭାଗରେ ପିପିଲିର ଚାନ୍ଦୁଆ, ରଘୁରାଜପୁରର ପଟ୍ଟଚିତ୍ର କଳା ଭଳି ଉତ୍ପାଦକୁ ପ୍ରଦର୍ଶିତ କରାଯାଇଥିଲା । ଏହା ଓଡ଼ିଶାର ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ବୃଦ୍ଧିକୁ ପ୍ରମାଣିତ କରିବା ସହିତ ରାଜ୍ୟର ଗ୍ରାମାଞ୍ଚଳ ଅର୍ଥନୀତି ସୁଦୃଢ଼ ହୋଇଥିବା ପ୍ରଦର୍ଶିତ କରିଥିଲା ।

ଦିଲ୍ଲୀ ପରେଡରେ ଏକ ନମ୍ବର
ଦିଲ୍ଲୀ ପରେଡରେ ଏକ ନମ୍ବର



ସେହିପରି ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ଓଡି଼ଶାର ଗ୍ରାମୀଣ ମହିଳାମାନେ କିଭଳି କ୍ୟାସଲେସ କାରବାର ସହ ଇ-ପ୍ଲାଟଫର୍ମରେ ନିଜ ଉତ୍ପାଦର ମାର୍କେଟିଂ କରିପାରୁଛନ୍ତି ତାହା ଉପସ୍ଥାପିତ କରାଯାଇଥିଲା । କାରିଗରମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକ ସମର୍ଥନକୁ ଦର୍ଶାଯାଇଥିଲା। ଯାହାକି ଦେବାଦେବୀଙ୍କ ଚଳନ୍ତି ପ୍ରତିମାଙ୍କ ଯାତ୍ରା ସମୟରେ ବ୍ୟବହାର ହେଉଥିବା ବିରାଟକାୟ ଛତା ମେଢର ମଧ୍ୟ ଭାଗରେ ସ୍ଥାପନ କରାଯାଇଥିଲା । ପଟ୍ଟଚିତ୍ର କଳା ମାଧ୍ୟମରେ ପୌରାଣିକ ଚରିତ୍ରକୁ ନେଇ ରଘୁରାଜପୁର ଗ୍ରାମର ମହିଳାମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ସାଜସଜ୍ଜା ସାମଗ୍ରୀ ଓ ମୁଖାକୁ ପ୍ରଜ୍ଞାପନ ମେଢର ପଛ ଭାଗରେ ଦର୍ଶାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେଲା ଓଡିଶାର ପ୍ରଜ୍ଞାପନ ମେଢ, ଖୁସିବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ

ବିକାଶ ପଥରେ ଓଡ଼ିଶା ଅଶ୍ଵ ବେଗରେ ଅଗ୍ରସର ହେଉଥିବା ମଧ୍ୟ ଦର୍ଶାଯାଇଥିଲା । ଓଡ଼ିଶା ସରକାରଙ୍କ ପ୍ରତୀକ ତଥା ପ୍ରସିଦ୍ଧ କୋଣାର୍କ ମନ୍ଦିରର ଯୁଦ୍ଧ ଘୋଡ଼ାକୁ ମଧ୍ୟ ସ୍ଥାନିତ କରାଯାଇଥିଲା । ପ୍ରଜ୍ଞାପନ ମେଢର ଉଭୟ ପାର୍ଶ୍ୱରେ ଥିବା ଓଡ଼ିଶାର ଅନନ୍ୟ ଓ ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ଡିଜାଇନ, କଳା ଓ କାରିଗରୀ ମାଧ୍ୟମରେ ରାଜ୍ୟରେ ଜୀବିକା ବିକାଶର ସଫଳ କାହାଣୀକୁ ପ୍ରଦର୍ଶିତ କରାଯାଇଥିଲା । ପ୍ରଜ୍ଞାପନ ମେଢର ଉଭୟ ପାର୍ଶ୍ୱରେ ସମ୍ବଲପୁରୀ ସଙ୍ଗୀତର ତାଳେତାଳେ କଳାକାରମାନେ ପରିବେଷଣ କରିଥିବା ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 29, 2024, 6:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.