ETV Bharat / state

ମହିଳାଙ୍କୁ ଋତୁସ୍ରାବ ଜନିତ ସଂକ୍ରମଣରୁ ରକ୍ଷାକରିବାକୁ ପଦକ୍ଷେପ, ରାଜ୍ୟରେ ଖୁସି ପ୍ଲସ ଯୋଜନା

author img

By ETV Bharat Odisha Team

Published : Mar 18, 2024, 10:14 AM IST

Khushi Plush Scheme: କାର୍ଯ୍ୟକ୍ଷମ ହେବ ଖୁସି ପ୍ଲସ ଯୋଜନା । ରାଜ୍ୟରେ ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ବାଳିକା ଓ ପ୍ରସବ ପର ମହିଳାଙ୍କୁ ଋତୁସ୍ରାବ ଜନିତ ସଂକ୍ରମଣରୁ ରୋକିବା ପାଇଁ ସାନିଟାରୀ ନାପକିନ ଦିଆଯାଉଛି । ଏହି ଦୁଇ କାର୍ଯ୍ୟକ୍ରମକୁ ଗୋଟିଏ ଯୋଜନା ଅଧିନରେ କାର୍ଯ୍ୟକାରୀ ହେବ । ଯାହାର ନାଁ ରଖାଯାଇଛି ଖୁସି ପ୍ଲସ । ଅଧିକ ପଢ଼ନ୍ତୁ

ଖୁସୀ ପ୍ଲସ ଯୋଜନା କାର୍ଯ୍ୟକ୍ଷମ
ଖୁସୀ ପ୍ଲସ ଯୋଜନା କାର୍ଯ୍ୟକ୍ଷମ

ଭୁବନେଶ୍ବର: ଋତୁସ୍ରାବ ଜନିତ ସଂକ୍ରମଣରୁ ରୋକିବା ପାଇଁ ରାଜ୍ୟ ସରକାର ନେଇଛନ୍ତି ପଦକ୍ଷେପ । ରାଜ୍ୟରେ ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ବାଳିକା ଓ ପ୍ରସବ ପର ମହିଳାଙ୍କୁ ଋତୁସ୍ରାବ ଜନିତ ସଂକ୍ରମଣରୁ ରୋକିବା ପାଇଁ ସାନିଟାରୀ ନାପକିନ ଦିଆଯାଉଛି । ଖୁସୀ ଯୋଜନା ଅଧୀନରେ ୨୦୧୮ରୁ ରାଜ୍ୟର ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ବାଳିକାଙ୍କୁ ସାନିଟାରୀ ନାପକିନ ଦିଆଯାଉଥିବା ବେଳେ ୨୦୧୫ - ୧୬ରୁ ପ୍ରସବ ପରବର୍ତ୍ତୀ ମେଡିକାଲ ଟର୍ମିନେସନ ପ୍ରେଗ୍ନେନ୍ସି (ଏମ୍‌ଟିପି) ମହିଳାଙ୍କୁ ସାନିଟାରୀ ନାପକିନ ଦିଆଯାଉଛି । ଏଣିକି ଏହି ଦୁଇ କାର୍ଯ୍ୟକ୍ରମକୁ ଗୋଟିଏ ଯୋଜନା ଅଧୀନରେ କାର୍ଯ୍ୟକାରୀ ହେବ । ଯାହାର ନାମ ଖୁସି ପ୍ଲସ ରଖାଯାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

୨୦୨୫ - ୨୬ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକ୍ଷମ ହେବ । ଏଥିରେ ୧୭ ଲକ୍ଷ ୮୩ ହଜାର ୯୦୧ ବାଳିକା ଏବଂ ୯ ଲକ୍ଷ ୩୧ ହଜାର ୮୩୧ ଜଣ ଏମ୍‌ଟିପି ମହିଳା ଉପକୃତ ପାଇବେ । ସମସ୍ତଙ୍କୁ ମାଗଣାରେ ସାନିଟାରି ନାପକିନ୍ ଯୋଗାଇ ଦିଆଯିବ । ଏଥିପାଇଁ ୫୧୧ .୯୩ କୋଟି ଟଙ୍କା ଖର୍ଚ୍ଚ କରାଯିବ । ସେହିଭଳି ଶିଶୁ ଓ ମାତୃ ମୃତ୍ୟୁ ପୂର୍ଣ୍ଣ ନିରାକରଣ ଅଭିଯାନ (ସମ୍ପୂର୍ଣ୍ଣ)ର ଦ୍ବିତୀୟ ପର୍ଯ୍ୟାୟକୁ ରାଜ୍ୟ ସରକାର ଶନିବାର ଦିନ ଅନୁମୋଦନ କରିଛନ୍ତି । ୨୦୧୫ରୁ ଏହା କାର୍ଯ୍ୟକାରୀ ହୋଇ ଆସୁଥିବାବେଳେ ଆଗାମୀ ୫ ବର୍ଷ ପାଇଁ ଏହି ଯୋଜନାକୁ ଜାରି ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଶିଶୁ ମୃତ୍ୟୁହାର ଏବଂ ମାତୃ ମୃତ୍ୟୁହାର ହ୍ରାସ ତ୍ବରାନ୍ବିତ କରିବାକୁ ୨୦୨୩ - ୨୪ରୁ ୨୦୨୭ - ୨୮ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବାର ସୂଚନା ମିଳିଛି ।

ଏହା ମଧ୍ୟ ପଡ଼ନ୍ତୁ.... ନିର୍ବାଚନ ଆଚରଣ ବିଧି ଲାଗୁ ପରେ ମଧ୍ୟ ରାଜଧାନୀରେ ମାଳମାଳ ହୋଡିଂ, ଉଚ୍ଛେଦ ଆରମ୍ଭ କଲା ବିଏମସି

ସୂଚନା ଅନୁଯାୟୀ, ସ୍କୁଲ ଛାତ୍ରୀଙ୍କୁ ମାଗଣା ଏବଂ ଗାଁ କିଶୋରୀମାନଙ୍କୁ ସ୍ବଳ୍ପ ମୂଲ୍ୟରେ ସାନିଟାରୀ ନାପକିନ ଯୋଗାଇ ଦେବା ଲାଗି ସରକାର ଖୁସି ଯୋଜନା ଆରମ୍ଭ କରିଥିଲେ । ଏହା ୨୦୧୮ ମସିହାରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଅନେକ ସମୟରେ ରାଜ୍ୟ ସାରା ଅବ୍ୟବସ୍ଥା ଦେଖାଯାଇଥିବା ନଜରକୁ ଆସିଥିଲା । କିଶୋରୀ ଏବଂ ସ୍କୁଲ ଛାତ୍ରୀମାନଙ୍କ ଲାଗି ଆସିଥିବା ନାପକିନ କେଉଁଠି ବଣ୍ଟା ଯାଉନଥିବା ବେଳେ ଆଉ କେଉଁଠି ଖତ ଖାଉଥିବା ଦେଖିବାକୁ ମିଳିଛି । ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ସାନିଟାରି ନାପକିନ ପଡି ଖତ ଖାଉଥିବା ବେଳେ କିଶୋରୀମାନେ ବାହାରୁ ନାପକିନ କିଣୁଛନ୍ତି । ସରକାରଙ୍କ ଦ୍ବାରା ସାନିଟାରୀ ନାପକିନ ଯୋଗାଇ ପାଇଁ ଏଥିରେ ୫ଟି ସଂସ୍ଥା ଅଂଶଗ୍ରହଣ କରିଥିଲେ । ଟେଣ୍ଡର ମୂଲ୍ୟାୟନ କମିଟି ବୈଷୟିକ ବିଡକୁ ଯାଞ୍ଚ କରି ଆବଶ୍ୟକ କାଗଜପତ୍ର ଅଭାବରୁ ୩ଟି ସଂସ୍ଥାକୁ ବାଦ କରିଥିଲେ । ବାକି ୨ଟି କମ୍ପାନୀ ନାପକିନ ପ୍ରତି ୟୁନିଟ ପିଛା ୨.୯୭ ଟଙ୍କା ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.