ETV Bharat / state

ଭୋଟ ଦେଲେ ଓଲିଉଡ ତାରକା, ମତ ସାବ୍ୟସ୍ତ କରିବାକୁ ଜନସାଧାରଣଙ୍କୁ କଲେ ଅପିଲ - Ollywood Stars Cast Vote

author img

By ETV Bharat Odisha Team

Published : May 25, 2024, 3:15 PM IST

Updated : May 25, 2024, 3:23 PM IST

Ollywood Stars Cast Vote: ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ମତଦାନ । ସକାଳୁ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ରାଜଧାନୀରେ ନିଜର ମତ ସାବ୍ୟସ୍ତ କରିଛନ୍ତି ଓଡ଼ିଆ ସେଲିବ୍ରିଟିମାନେ ।

ତୃତୀୟ ପର୍ଯ୍ୟାୟ ମତଦାନ; ଭୋଟ ଦେଲେ ଓଲିଉଡ ତାରକା
ତୃତୀୟ ପର୍ଯ୍ୟାୟ ମତଦାନ; ଭୋଟ ଦେଲେ ଓଲିଉଡ ତାରକା (ETV Bharat Odisha)

ଭୁବନେଶ୍ୱର: ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ରାଜ୍ୟର ମୋଟ ୬ ଲୋକସଭା ଓ ୪୨ ଟି ବିଧାନସଭା ଆସନ ପାଇଁ ପଡୁଛି ଭୋଟ । ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ବିଭିନ୍ନ ମତଦାନ କେନ୍ଦ୍ରରେ ଜାରି ରହିଛି ମତଦାନ । ଏପରି ସମୟରେ ଓଲିଉଡ ଇଣ୍ଡଷ୍ଟ୍ରିର ସମସ୍ତ ତାରକା ନିଜ ମତ ସାବ୍ୟସ୍ତ କରିଛନ୍ତି । ଏଥିସହ ଏହି ସମୟରେ ଲୋକଙ୍କୁ ମଧ୍ୟ ଭୋଟ ଦେଇ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ।

ଓଲିଉଡ ଅଭିନେତା ତଥା ସାଲେପୁର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଭୁବନେଶ୍ୱରର ଏକ ମତଦାନ କେନ୍ଦ୍ରରେ ମତଦାନ କରିଛନ୍ତି । ସେ ନିଜ ମତଦାନର ଅନେକ ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ସେ ଏହି ଫଟୋ ସେୟାର କରି ଲେଖିଛନ୍ତି, ''ଗଣତନ୍ତ୍ରର ମହାପର୍ବ ମତଦାନର ପର୍ବରେ ମୁଁ ସାମିଲ ହେଲି । ଭୋଟ ଦେଇ ମୋର ସାମ୍ବିଧାନିକ ଅଧିକାର ଓ ଦାୟିତ୍ଵକୁ ସାବ୍ୟସ୍ତ କରିଲି । ଆପଣମାନେ ମଧ୍ୟ ନିଜ ଅଧିକାର ଓ ଦାୟିତ୍ଵକୁ ସାବ୍ୟସ୍ତ କରନ୍ତୁ । ବିକଶିତ ଦେଶ ଓ ସମାଜ ଗଠନ ପାଇଁ ଉଚିତ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ।''

ଭୋଟ ଦେଲେ ଅର୍ଚ୍ଚିତା, ବାବୁସାନ
ଭୋଟ ଦେଲେ ଅର୍ଚ୍ଚିତା, ବାବୁସାନ (Archita Sahu/Babushaan Mohanty, Instagram)

ଓଲିଉଡ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର, ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ନିଜ ପତ୍ନୀଙ୍କ ସହ ଅଭିନେତା ବାବୁସାନ ମହାନ୍ତି, ଅଭିନେତ୍ରୀ ଶିବାନୀ ସଙ୍ଗୀତା, ଅନୁ ଚୌଧୁରୀ ଭଳି ଅନେକ ତାରକା ଭୁବନେଶ୍ୱରର ବିଭିନ୍ନ ବୁଥରେ ନିଜ ମତଦାନ କରିଛନ୍ତି । ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରି ଫ୍ୟାନ୍ସ ଏବଂ ଲୋକଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ।

ଭୋଟ ଦେଲେ ଶିବାନୀ ସଙ୍ଗୀତା
ଭୋଟ ଦେଲେ ଶିବାନୀ ସଙ୍ଗୀତା (Sivani Sangita, Instagram)

ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ସେ ନିଜ ମାଆଙ୍କ ସହ ନଜର ଆସିଛନ୍ତି । ଏହି ଫଟୋର କ୍ୟାପସନରେ ସେ ଲେଖିଛନ୍ତି, ''ମୋ ଭୋଟ, ମୋ ଅଧିକାର ।'' ସେହିପରି ସବ୍ୟସାଚୀ ମିଶ୍ର ମଧ୍ୟ ଭୁବନେଶ୍ୱରର ଏକ ମତଦାନ କେନ୍ଦ୍ରରେ ମତଦାନ କରିଛନ୍ତି । ଅଭିନେତ୍ରୀ ଅନୁ ଚୌଧୁରୀ ଏବଂ ଏଲିନା ସାମନ୍ତରାୟ ମଧ୍ୟ ନିଜ ମତ ସାବ୍ୟସ୍ତ କରି ଲୋକଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି ।

ଅଭିନେତା ବାବୁସାନ ମହାନ୍ତି ନିଜ ପତ୍ନୀଙ୍କ ସହ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଦେଇଛନ୍ତି । ସେ ନିଜ ଇନଷ୍ଟ୍ରାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜ ପତ୍ନୀଙ୍କ ସହ ନଜର ଆସିଛନ୍ତି । ଏହା ସେୟାର କରି ସେ ଲେଖିଛନ୍ତି, ''ତୁୁମ ମାନଙ୍କ ପାଖରେ ପାୱାର ଅଛି । ତାକୁ ବ୍ୟବହାର କର ।'' ସେହିପରି ଶିବାନୀ ସଙ୍ଗୀତା ମତଦାନ କରିଥିବା ବେଳେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅନେକ ଫଟୋ ସେୟାର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ, କହିଲେ-ବିଜେଡିର ହେବ ବଡ଼ ବିଜୟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 25, 2024, 3:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.