ETV Bharat / state

'ବିଜୁବାବୁ 5ଥର ନିର୍ବାଚନ ହାରିଥିଲେ, ଏଠି ଗୁମାସ୍ତା କହୁଛନ୍ତି ନିର୍ବାଚନ ହାରିଲେ ସନ୍ନ୍ୟାସ ନେବି' - Manmohan Samal Targets Pandian

author img

By ETV Bharat Odisha Team

Published : May 13, 2024, 1:52 PM IST

Manmohan Samal targets Pandian: 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ସିଧାସଳଖ ରାଜ୍ୟ ବିଜେପି ମୁଖ୍ୟଙ୍କ ଟାର୍ଗେଟ । କହିଲେ ବିଜୁବାବୁ 5ଥର ନିର୍ବାଚନ ହାରିଥିଲେ, ଏଠି ଗୁମାସ୍ତା କହୁଛନ୍ତି ନିର୍ବାଚନର ହାରିଲେ ସନ୍ନ୍ୟାସ ନେବି । ଅଧିକ ପଢନ୍ତୁ

Manmohan Samal
Manmohan Samal (ETV Bharat Odisha)

ଭୁବନେଶ୍ବର: ବିଜୁ ବାବୁ 5ଟି ସ୍ଥାନରୁ ନିର୍ବାଚନ ହାରିଥିଲେ । ଏଠି ଗୁମାସ୍ତା କହୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ହାରିଲେ ସେ ରାଜନୀତିରୁ ସନ୍ନ୍ୟାସ ନେବେ । ଆଜି 5ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କରି ଏପରି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ । ସେମାନଙ୍କ ନିଜ ଦଳରେ ରାଜନୈତିକ ବ୍ୟବସ୍ଥା ନାହିଁ । ବିଜେଡି ଗର୍ବ ଅହଙ୍କାର ଚରମ ସୀମାରେ ପହଞ୍ଚିଛି ବୋଲି କହିଛନ୍ତି ମନମୋହନ ।

'ଆମକୁ ପ୍ରଶ୍ନ କରିବାର ସାହସ କେଉଁଠୁ ପାଇଲେ':- ମନମୋହନ ପାଣ୍ଡିଆନଙ୍କୁ ଗୁମାସ୍ତା ବୋଲି ସମ୍ବୋଧନ କରି ତାଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, "ହତାଶ ନିରାଶ ଅବସ୍ଥାରେ ବିଜେଡ଼ି ସରକାର ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ବିବୃତି ଦେବା ଆରମ୍ଭ କରୁଛନ୍ତି । ଓଡ଼ିଶାରେ ବିଧାୟକ, ମନ୍ତ୍ରୀ ସାଂସଦମାନଙ୍କ ଉପରେ ଯେମିତି ବ୍ୟବହାର କଲା ବିଜେଡ଼ି । ସେମାନେ କହୁଛନ୍ତି, କିଏ ଆମର ମୁଖ୍ୟମନ୍ତ୍ରୀ ହେବେ କୁହ । ସେମାନେ ଆମକୁ ପ୍ରଶ୍ନ କରିବାର ନୈତିକ ସାହସ କେଉଁଠୁ ପାଇଲେ ? ସାଢ଼େ 4କୋଟି ଓଡ଼ିଶାବାସୀ ଆମ ସହ ଅଛନ୍ତି । ଓଡ଼ିଆରେ ସରକାର ପରିବର୍ତ୍ତନ ହେବ ବୋଲି ଲୋକ ସଂକଳ୍ପ ନେଇଛନ୍ତି । କେତେ ଟଙ୍କା ବିଦେଶରେ ଅଛି, କେଉଁ ଜାଗାରେ ରହିବ ତାହାର ଯୋଜନା କରୁଛନ୍ତି ସେମାନେ । ସେମାନଙ୍କ ନିଜ ଦଳରେ ରାଜନୈତିକ ବ୍ୟବସ୍ଥା ନାହିଁ । ଓଡ଼ିଶା 5 ବର୍ଷ ଭିତରେ ସଂସ୍କୃତି ଅସ୍ମିତାକୁ ଆଧାର କରି ବିଜେପି ନିର୍ବାଚନ ଲଢିବ ।"

ହାରିବାକୁ ସ୍ବୀକାର କରୁନାହିଁ ବିଜେଡି:- ମନମୋହନ ସାମଲ ଆହୁରି କହିଛନ୍ତି ଯେ ବିଜେଡିକୁ ହାରିବା ସ୍ବୀକାର କରିବାକୁ ଚାହୁଁନି । କିନ୍ତୁ ବିଜୁ ବାବୁ ବି ଦିନେ ପାଞ୍ଚ ପାଞ୍ଚ ଥର ହାରିଥିଲେ । ଗର୍ବ ଅହଙ୍କାର ଚରମ ସୀମାରେ ପହଞ୍ଚିଛି। ଏବେ କହିଛନ୍ତି ମୁଁ ରାଜନୀତିରୁ ସନ୍ନ୍ୟାସ ନେଇ ବାହାରକୁ ପଳାଇବି । ଉତ୍ତର ନାହିଁ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି । ହତାଶ ନିରାଶ ହୋଇପଡିଛି ବିଜେଡି ସରକାର । ଯାହା ପାଇଁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଉପରେ ହତାଶ ନିରାଶ ହୋଇ ମତ ମନ୍ତବ୍ୟ ରଖୁଛନ୍ତି । ଯିଏ ଓଡ଼ିଶାରେ ସାଂସଦ ,ବିଧାୟକ ଓ ମନ୍ତ୍ରୀଙ୍କୁ ଯେଉଁ ସ୍ତରରେ ବ୍ୟବହାର କରୁଛନ୍ତି ସେ କଣ କହିବେ । ଗୁମାସ୍ତା ପଚାରୁଛି କି ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ? ଆଜି ଯିଏ ଚଳାଉଛି ସେ ଲୋକଙ୍କୁ ଧମକ ଚମକ ଦେଉଛି । ସେ କଣ ବିଜେପିକୁ ଆଙ୍ଗୁଳି ଦେଖାଉଛି ।

ଏହା ବି ପଢନ୍ତୁ- ମୋଦିଙ୍କ ସମାଲୋଚନାର ନବୀନଙ୍କ ଦୃଢ଼ ଜବାବ; ‘ମୋର କଣ ମନେ ଅଛି ନାହିଁ ଓଡିଶାବାସୀ ଭଲ ଭାବେ ଜାଣିଛନ୍ତି’

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ମନମୋହନ କହିଛନ୍ତି ଯେ ହାରିବା ଜିତିବା ରାଜନୀତିରେ ସ୍ବାଭାବିକ ପ୍ରକ୍ରିୟା । ଯେଉଁମାନେ ଭୋଗ ବିଳାସ ଏବଂ ସୁନା ଚାମଚ ଧରି ଜନ୍ମ ହୋଇ ରାଜନୀତି କରୁଛନ୍ତି । ସେମାନେ ରାଜନୀତିରୁ ହାରିବାକୁ ଡରୁଛନ୍ତି । ଓଡ଼ିଶାର କେତେ ଟଙ୍କା ଆତ୍ମସାତ କରାଗଲା । ଗରିବ ଲୋକଙ୍କ ଟିକସ ପଇସା କେଉଁଥିରେ ଖର୍ଚ୍ଚ କଲ ତାହାର ହିସାବ ଦେଉ ବିଜେଡି ।

ଏହା ବି ପଢନ୍ତୁ- ବିଜେଡି ୧୪୦ ନ ଛୁଇଁଲେ ପାଣ୍ଡିଆନ ରାଜନୀତି ଛାଡ଼ନ୍ତୁ: ବିଜୟ ପଟ୍ଟନାୟକ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.