ETV Bharat / state

ଖଡିଆଳରେ ବିଜେଡ଼ିର ରୋଡ ସୋ', ଅଧିରାଜ-ଲମ୍ବୋଦର ପାଇଁ ପ୍ରଚାର କଲେ ସବ୍ୟ-ଅର୍ଚ୍ଚିତା - SabyaSachi Mishra Roadshow

author img

By ETV Bharat Odisha Team

Published : May 10, 2024, 6:53 PM IST

SabyaSachi Mishra Roadshow In Khariar: ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର ଜୋରସୋରରେ ଚାଲିଛି । ପ୍ରାର୍ଥୀଙ୍କୁ ମନାଇବାରେ ଡୋର ଟୁ ଡୋର କ୍ୟାମ୍ପେନ କରିବାରେ ବ୍ୟସ୍ତ ପ୍ରାର୍ଥୀ । ଏହି ପରିପ୍ରେକ୍ଷୀରେ ବିଜେଡ଼ି ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀ ଏବଂ ଲମ୍ବୋଦର ନିଆଲଙ୍କ ପ୍ରଚାର ପାଇଁ ମୈଦାନକୁ ଓହ୍ଲାଇଛନ୍ତି ଓଲିଉଡର ଷ୍ଟାର ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ।

ଅଧିରାଜ-ଲମ୍ବୋଦର ପାଇଁ ପ୍ରଚାର କଲେ ସବ୍ୟ-ଅର୍ଚ୍ଚିତା
ଅଧିରାଜ-ଲମ୍ବୋଦର ପାଇଁ ପ୍ରଚାର କଲେ ସବ୍ୟ-ଅର୍ଚ୍ଚିତା (ETV Bharat Odisha)

ଅଧିରାଜ-ଲମ୍ବୋଦର ପାଇଁ ପ୍ରଚାର କଲେ ସବ୍ୟ-ଅର୍ଚ୍ଚିତା (ETV Bharat Odisha)

ନୂଆପଡା: ପାଖେଇ ଆସୁଛି ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ । ଯାହାକୁ ନେଇ ଭୋଟରଙ୍କୁ ମନାଇବାରେ ଜୋରସୋରରେ ପ୍ରୟାସ ଜାରି ରଖିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ଏପରିକି ପ୍ରାର୍ଥୀଙ୍କ ପାଇଁ ମୈଦାନକୁ ଓହ୍ଲାଉଛନ୍ତି ଓଲିଉଡ ତାରକା । ଏହି ସମୟରେ ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ପ୍ରଚାରରେ କମ୍ପୁଛି ମୈଦାନ । ବିଜୁଜନତା ଦଳ ବିଧାୟକ ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀ ଏବଂ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କ ରୋଡ ସୋ' କରି ପ୍ରଚାର ଜୋରଦୋର କରିଥିବା ବେଳେ ତାଙ୍କ ପାଇଁ ଭୋଟ ଭିକ୍ଷା କରିବାକୁ ମୈଦାନକୁ ଓହ୍ଲାଇଛନ୍ତି ଓଲିଉଡ ଲୋକପ୍ରିୟ ଷ୍ଟାର ଦମ୍ପତି ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ।


ଖଡିଆଳରେ ସବ୍ୟସାଚୀ-ଅର୍ଚ୍ଚିତାଙ୍କ ପ୍ରଚାର

ଆଜି ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ନିର୍ବାଚନ ପ୍ରଚାର ରୋଡ଼ ସୋ'ରେ ସାମିଲ ହୋଇଛନ୍ତି ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା । ଯୁବପିଢିଙ୍କୁ ଆକୃଷ୍ଟ କରିବାକୁ ବିଜେଡି ଏହି ତାରକାଙ୍କୁ ନେଇ ମୈଦାନକୁ ଓହ୍ଲାଇଥିବା ବେଳେ ଉଭୟ ତାରକାଙ୍କୁ ଦେଖି ବେଶ ଖୁସି ହୋଇଛନ୍ତି ସ୍ଥାନୀୟବାସୀ । ରୋଡ଼ ସୋ ପ୍ରଥମେ ଖଡ଼ିଆଳ ଯାଇକା ହୋଟେଲ ନିକଟରୁ ବାହାରି ଖଡ଼ିଆଳର ବିଭିନ୍ନ ସ୍ଥାନ ବୁଲିଥିଲେ ଏବଂ ଲୋକଙ୍କୁ ବିଜୁଜନତା ଦଳ ପାଇଁ ଭୋଟ ଭିକ୍ଷା କରିଛନ୍ତି ସବ୍ୟସାଚୀ, ଅର୍ଚ୍ଚିତା । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସତ୍ତ୍ୱେ ରୋଡ଼ ସୋ'ରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥଲା । ଅଭିନେତା ଅଭିନେତ୍ରୀଙ୍କୁ ଅତି ନିକଟରୁ ଲୋକେ ଦେଖି ବେଶ ଉତ୍ସାହିତ ହୋଇଛନ୍ତି ଅଞ୍ଚଳବାସୀ ।

ବିଜେଡିର ବିଜୟ ନିଶ୍ଚୟ

ତେବେ ଖଡ଼ିଆଳରେ ବିଜୁଜନତା ଦଳ ନିଶ୍ଚୟ ବିଜୟ ହେବା ସହ କଳାହାଣ୍ଡି ଲୋକସଭା ମଧ୍ୟ ବିଜୁ ଜନତା ଦଳ ହାସଲ କରିବ ବୋଲି ଉଭୟେ ବିଧାୟକ ପ୍ରାର୍ଥୀ ଅଧିରାଜ ଏବଂ ସାଂସଦ ପ୍ରାର୍ଥୀ ଲମ୍ବୋଦର ପ୍ରକାଶ କରିଛନ୍ତି ।

ସବ୍ୟସାଚୀ-ଅର୍ଚ୍ଚିତା ବିଷୟରେ କହିବାକୁ ଗଲେ, ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ ଓଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ତାରକା । ଉଭୟ ଏକାଠି ଅନେକ ହିଟ୍ ଫିଲ୍ମ ଦେଇଥିବା ବେଳେ ଏହି ଯୋଡିକୁ ଲୋକେ ବେଶ ଭଲପାଆନ୍ତି । ଉଭୟ ୨୦୨୧, ମାର୍ଚ୍ଚ ୧ରେ ବିବାହ କରିଥିଲେ । ବିବାହ ପରେ ସବ୍ୟସାଚୀ ଫିଲ୍ମରେ ଆକ୍ଟିଭ ରହିଥିବା ବେଳେ କିନ୍ତୁ ଅର୍ଚ୍ଚିତା ଫିଲ୍ମି ଦୁନିଆରୁ ଦୂରେଇ ଯାଇଛନ୍ତି । କିନ୍ତୁ ଏହି ଯୋଡିଙ୍କୁ ଅନେକ ସମୟରେ ଅନେକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥାଏ ।

ଓଡ଼ିଶାରେ ନିର୍ବାଚନ
ସୂଚନା ଥାଉ କି, 7ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ପ୍ରଥମ ୩ଟି ପର୍ଯ୍ୟାୟ ମତଦାନ ସରିଛି । ତେବେ ଶେଷ 4ଟି (4ର୍ଥ, 5ମ, 6ଷ୍ଠ ଓ 7ମ) ପର୍ଯ୍ୟାୟରେ ଓଡ଼ିଶାରେ ବିଧାନସଭା ସମେତ ଲୋକସଭା ପାଇଁ ହେବ ଭୋଟ ଗ୍ରହଣ । ଜୁନ 4ରେ ଏକା ସାଙ୍ଗରେ ଆସିବ ଫଳାଫଳ । ମେ 13, ମେ 20, ମେ 25 ଓ ଜୁନ 1 ତାରିଖରେ ଓଡ଼ିଶାରେ ହେବ ଭୋଟ ଗ୍ରହଣ । ତେବେ ବୌଦ୍ଧରେ ମେ ୨୦ରେ ମତଦାନ ହେବ ।

ଏହା ମଧ୍ୟ ପଢନ୍ତୁ: ଖଡ଼ିଆଳରରେ ଭୋଟ ମାଗିଲେ ନବୀନ, ବିରୋଧୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ
ନୂଆପଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.