ETV Bharat / state

ଗଜପତିରେ 'ନୂଆ-ଓ' କାର୍ଯ୍ୟକ୍ରମ, ସଫଳତାର ମନ୍ତ୍ର ବାଣ୍ଟିଲେ ୫ଟି ଅଧ୍ୟକ୍ଷ

author img

By ETV Bharat Odisha Team

Published : Jan 24, 2024, 7:23 AM IST

'Nua-O' programme in Gajapati: ଗଜପତିରେ ସ୍ଥାନୀୟ ଗଜପତି ଷ୍ଟାଡିୟମରେ ନୂଆ ଓ କାର୍ଯ୍ୟକ୍ରମ ଆୟୋଜିତ । ଛାତ୍ରଙ୍କୁ କଠିନ ପରିଶ୍ରମ କରିବାକୁ କହିଲେ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ।

ଗଜପତିରେ 'ନୂଆ-ଓ' କାର୍ଯ୍ୟକ୍ରମ, ସଫଳତାର ମନ୍ତ୍ର ବାଣ୍ଟିଲେ ୫ଟି ଅଧ୍ୟକ୍ଷ
ଗଜପତିରେ 'ନୂଆ-ଓ' କାର୍ଯ୍ୟକ୍ରମ, ସଫଳତାର ମନ୍ତ୍ର ବାଣ୍ଟିଲେ ୫ଟି ଅଧ୍ୟକ୍ଷ

ଗଜପତିରେ 'ନୂଆ-ଓ' କାର୍ଯ୍ୟକ୍ରମ, ସଫଳତାର ମନ୍ତ୍ର ବାଣ୍ଟିଲେ ୫ଟି ଅଧ୍ୟକ୍ଷ

ଗଜପତି: ଜିଲ୍ଲାରେ ଆୟୋଜିତ ହୋଇଛି ରାଜ୍ୟ ସରକାରଙ୍କ ମହତ୍ତ୍ବାକାଂକ୍ଷୀ ଯୋଜନା ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ । ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ମୁଖ୍ୟ ଅତିଥି ଭାବେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯୋଗଦେଇ କହିଛନ୍ତି ଯେ ଯୁବଶକ୍ତି ହେଉଛନ୍ତି ନୂଆ ଓଡ଼ିଶାର ଭବିଷ୍ୟତ । ଏହା ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପରିକଳ୍ପନା ଯେଉଁଥିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ହୋଇ ହୋଇପାରିବ । ଶାରିରୀକ ବ୍ୟାୟାମ ସହ ଦୈନିକ ମାନସିକ ୧୫ ମିନିଟ ଧ୍ୟାନ କରିବାକୁ ମଧ୍ୟ କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ ।

ସଫଳତାର ମୂଳ ମନ୍ତ୍ର କଠିନ ପରିଶ୍ରମ, ଏହାର କୌଣସି ବିକଳ୍ପ ନାହିଁ ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ଆପଣମାନଙ୍କର ଭବିଷ୍ୟତ ଉଜ୍ଜଳ ହେଲେ ଓଡ଼ିଶାର ଭବିଷ୍ୟତ ଉଜ୍ଜଳ ହେବ ବୋଲି କହିଛନ୍ତି । ଗଜପତି ଜିଲ୍ଲାର ୫ଟି ଅଧୀନରେ ଥିବା ୧୭ ଗୋଟି କଲେଜକୁ ରୂପାନ୍ତରିତ କରାଯାଉଅଛି ବୋଲି କହିଥିଲେ । ଏହା ସହିତ ସେ ଛାତ୍ରଛାତ୍ରୀମାନଙ୍କ ସହିତ କଥା ହୋଇଥିଲେ । ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ସଚିବ ଆର.ଭିନିଲ୍ କ୍ରିଷ୍ଣା ,ଦକ୍ଷିଣାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ସତ୍ୟବ୍ରତ ଭୋଇ, ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ ... ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାଜନୈତିକ ଜୀବନକୁ ବାଜିରେ ଲଗାଇଥିଲେ ନବୀନ: ପାଣ୍ଡିଆନ


ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଆର୍ଥିକ ରାଶି ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୩୦ ଗୋଟି ମହାବିଦ୍ୟାଳୟରୁ ପ୍ରାୟ ୧୧ହଜାର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି ଉତ୍ସବକୁ ଅଭିନେତା ବାବୁଶାନ ମହାନ୍ତି, ଗାୟକ କୁଲଦୀପ ପଟ୍ଟନାୟକ, ଗାୟିକା ଅର୍ଚ୍ଚନା, ଆରୀୟା ସାଇଙ୍କୁ ଆମନ୍ତ୍ରଣ କରାଯାଇଥିଲା । ସେମାନଙ୍କ ନୃତ୍ୟ ଓ ସଙ୍ଗୀତର ତାଳେ ତାଳେ ସମସ୍ତ ଛାତ୍ରଛାତ୍ରୀ ମନୋଭରି ଉପଭୋଗ କରିଛନ୍ତି । ଜିଲ୍ଲା ପରିଷଦର ତଦାରଖରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ତେବେ କିଛି କଲେଜ ପିଲାଙ୍କ ପରୀକ୍ଷା ଚାଲିଥିବା ବେଳେ ସେମାନଙ୍କୁ ଏହି ନୂଆ ଓ କାର୍ଯ୍ୟକ୍ରମକୁ ଅଣାଯାଇଥିଲା । ସେହିପରି ଖାଇବା ପାଖେ ପ୍ରବଳ ଗହଳି ଓ ଠେଲା ପେଲା ପରିଲକ୍ଷିତ ହୋଇଥିଲା । ଯୁବପିଢିଙ୍କ ଭିତରେ କ୍ରୀଡା, କଳା, ସାହିତ୍ୟ, ସଂସ୍କୃତି ଓ ସାମାଜିକ ସେବା କାର୍ଯ୍ୟର ଭାବଧାରା ଉଦ୍ରେକ କରି ଯୁବଶକ୍ତିକୁ ଆଗକୁ ଆଗେଇ ନେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.