ETV Bharat / state

ଜୈବିକ ପଦ୍ଧତିରେ ଚାଷ କରି ଚର୍ଚ୍ଚାରେ ବିନୟ, ସମାଜକୁ ସୁସ୍ଥ ରଖିବାକୁ ଲକ୍ଷ୍ୟ

author img

By ETV Bharat Odisha Team

Published : Feb 28, 2024, 8:56 PM IST

Successful Farmer Vinoy Rout: ଜୈବିକ ପଦ୍ଧତିରେ ଚାଷ କରି ନିଜର ପରିଚୟ ସୃଷ୍ଟି କରିଛନ୍ତି ନିଆଳି ବ୍ଲକ କୃଷ୍ଣ ପ୍ରସାଦ ପଞ୍ଚାୟତର ଯୁବ ଚାଷୀ ବିନୟ ରାଉତ । ସେ ବାଇଗଣ, ଟମୋଟା, ଆଳୁ ଆରମ୍ଭ କରି ସୂର୍ଯ୍ୟମୁଖୀ, ବିରି, ମୁଗ ଏବଂ ଧାନ ଭଳି ପନିପରିବା ସାଙ୍ଗକୁ ଶସ୍ୟଜାତୀୟ ଫସଲ ଅନ୍ତର୍ଭୁକ୍ତ । ଅଧିକ ପଢନ୍ତୁ

ଜୈବିକ ପଦ୍ଧତିରେ ଚାଷ କରି ଚର୍ଚ୍ଚାରେ ବିନୟ ରାଉତ, ସମାଜକୁ ସୁସ୍ଥ ରଖିବାକୁ ଲକ୍ଷ୍ୟ
ଜୈବିକ ପଦ୍ଧତିରେ ଚାଷ କରି ଚର୍ଚ୍ଚାରେ ବିନୟ ରାଉତ, ସମାଜକୁ ସୁସ୍ଥ ରଖିବାକୁ ଲକ୍ଷ୍ୟ

ଜୈବିକ ପଦ୍ଧତିରେ ଚାଷ କରି ଚର୍ଚ୍ଚାରେ ବିନୟ ରାଉତ, ସମାଜକୁ ସୁସ୍ଥ ରଖିବାକୁ ଲକ୍ଷ୍ୟ

ନିଆଳି: ଆଜିକାଲି କୀଟନାଶକ ଔଷଧ, ବିଭିନ୍ନ ପିଡିଆ ମାଧ୍ୟମରେ କରାଯାଉଥିବା ଖାଦ୍ୟଶସ୍ୟ, ପନିପରିବାକୁ ଖାଇ ଲୋକେ ରୋଗରେ ପୀଡ଼ିତ ହେବା ସହ ଅନେକ ମୃତ୍ୟୁମୁଖରେ ବି ପଡୁଛନ୍ତି । ଏଭଳି ପରିସ୍ଥିତିରେ ସମାଜକୁ ସୁସ୍ଥ ରଖିବା ପାଇଁ ନିଆରା ଉଦ୍ୟମରେ ଚାଷ କାର୍ଯ୍ୟ କରି ଚର୍ଚ୍ଚାରେ ରହିଛନ୍ତି କଟକ ଜିଲ୍ଲା ନିଆଳି ବ୍ଲକ କୃଷ୍ଣ ପ୍ରସାଦ ପଞ୍ଚାୟତର ଯୁବ ଚାଷୀ ବିନୟ ରାଉତ । ଜୈବିକ ପଦ୍ଧତିରେ ନିଜେ ଜୈବିକ ପ୍ରସ୍ତୁତ କରି ବିଭିନ୍ନ ପନିପରିବା, ଖାଦ୍ୟ ଶସ୍ୟ ଚାଷ କରୁଛନ୍ତି । ଫଳରେ ସେ ଏଠାରୁ ଉତ୍ପନ୍ନ ହେଉଥିବା ଖାଦ୍ୟଶସ୍ୟ ନିଜେ ଏବଂ ତାଙ୍କ ପରିବାର ଖାଇ ସୁସ୍ଥ ଏବଂ ନିରୋଗ ଥିବା କହିଛନ୍ତି ।

ଯୁବ ଚାଷୀ ବିନୟ ନିଜ ଜମିରେ ବାଇଗଣ, ଟମାଟୋ, ପିଆଜ, କଦଳୀ, ଲଙ୍କା, ଆଳୁ, ବାଦାମ, ଜିରା, ଧଳା ମଟର, ସୂର୍ଯ୍ୟ ମୂଖି, ଧାନ, ମୁଗ, ବିରି ସୋରିଷ, ଭଣ୍ତା ଇତ୍ୟାଦି ଚାଷ କରିଛନ୍ତି। ଏବଂ ଉତ୍ପାଦିତ ପନିପରିବା ବାହାରେ ବିକ୍ରୟ ସହିତ ଘରେ କେବଳ ଜୈବିକ ପଦ୍ଧତିରେ ହେଉଥିବା ଚାଷର ପନିପରିବା ଓ ଧାନ ପରିବାର ଲୋକେ ଖାଇଥାନ୍ତି । ସେଥିପାଇଁ ସମସ୍ତେ ନିରୋଗ ଥିବା ଦାବି କରିଛନ୍ତି ଯୁବ ଚାଷୀ ବିନୟ କୁମାର ରାଉତ।‌

ବିନୟ ବିଦ୍ଯୁତ ବିଭାଗରେ ବିଭାଗରେ ଠିକା କର୍ମଚାରୀ ଭାବରେ କାର୍ଯ୍ୟ କରନ୍ତି ଏବଂ ବଳକା ସମୟରେ ଚାଷ କାର୍ଯ୍ୟ କରୁଛନ୍ତି । ୪୧ ବର୍ଷୀୟ ବିନୟ କୁମାର ରାଉତ ୟୁଟ୍ୟୁବରେ ପ୍ରଥମେ ଜୈବିକ ପଦ୍ଧତିରେ ଚାଷ ସମ୍ପର୍କରେ ଜ୍ଞାନ ପାଇବା ପରେ ନିଜ ଜମିରେ ଆରମ୍ଭ କରିଥିଲେ ଚାଷ । ବିନୟ ଗତ ତିନି ବର୍ଷ ହେବ ଜୈବିକ ପଦ୍ଧତିରେ ଚାଷ ୟିଟ୍ୟୁବରୁ ଶିଖିଛନ୍ତି ।

ଚାଷ ପାଇଁ ବ୍ୟବହୃତ ଜୈବିକ ପଡିଆକୁ ନିଜ ଉଦ୍ୟମରେ ପ୍ରଥମେ ପ୍ରସ୍ତୁତି କଲେ । ଗୋରୁ, ଗାଈଙ୍କ ମୃତ, ଗୋବରରୁ ଜୈବିକ ପଦ୍ଧତିରେ ପିଡ଼ିଆ ସାର ପ୍ରସ୍ତୁତ କଲେ ବିନୟ । ପିଡିଆ ପାଇଁ ଗୁଡ, ବେସନ,ଗୋବର,ଗୋମୃତ୍ର,ବର ଗଛ ତଳ ମାଟି ମିଶ୍ରଣରେ ଘୋଳ ତିଆରି ହୋଇକି ଏକ ଡବାରେ ୪୮ ଘଣ୍ଟା ରହିବା ପରେ ପନି ପରିବାରରେ ବ୍ୟବହାର କରିଥାନ୍ତି ବିନୟ। ଗାଈର ଘୋଳ ଦହିରୁ କୀଟ ନାଶକ ଭାବରେ ବ୍ୟବହାର କରାଯାଏ ।

ରୋଗ ପୋକ ପାଇଁ ପ୍ରାକୃତିକ ଔଷଧ ଭାବରେ ଗୋବର,ଗୋମୃତ,ଧୂଆ ପତ୍ର, ରସୁଣ, କଞ୍ଚା ଲଙ୍କା, ହଳଦୀ,ଅରକ୍ଷ ପତ୍ର,କନିଆରି ପତ୍ର,ଦୁରଦୁରା ୧୦ ପ୍ରକାରର ପତ୍ର ରେ ଏକ ଘୋଳ ପ୍ରସ୍ତୁତି ହୋଇ ଜୈବିକ ପଦ୍ଧତିରେ ଏହି ପଦାର୍ଥକୁ ବିଭିନ୍ନ ଚାଷରେ ବ୍ୟବହାର କରିଥାନ୍ତି ବିନୟ। ଜୀବାମୃତ ପାଇଁ ୧୮୦ ଲିଟର ପାଣିରେ ୧୦ କେଜି ଗୋବର, ୧୦ ଲିଟର ଗୋମୃତ୍ର ଗୋଟିଏ କେଜି ମୁଗ ଚୁନା ଏକ କେଜି ଗୁଡ ଏବଂ ବିଭିନ୍ନ ମିଠା ଫଳ ଓ ଜୀବାଣୁ ଜନିତ ମାଟି ବ୍ଯବହାର କରାଯାଇଥାଏ ବୋଲି ଦାବି କରିଛନ୍ତି ବିନୟ । ତେବେ ଜୈବିକ ପଦ୍ଧତିରେ ଚାଷ କରି ସମାଜକୁ ସୁସ୍ଥ ଏବଂ ନିରୋଗ କରିବାର ଚେଷ୍ଟା ଆଜି ବିନୟଙ୍କୁ ଜଣେ ସଫଳ ଚାଷୀ ଭାବେ ପରିଗଣିତ କରିଥିବା ବେଳେ ଅନ୍ୟ ଯୁବାଙ୍କ ପାଇଁ ବି ସେ ପ୍ରେରଣା ସାଜିପାରିଛନ୍ତି ।


ଏହା ମଧ୍ୟ ପଢନ୍ତୁ: ସଫଳ ଚାଷୀ ବିଭୂତି; ସମ୍ମିଳିତ କୃଷି କରିଛି ଆତ୍ମନିର୍ଭରଶୀଳ, ବର୍ଷକୁ 10 ଲକ୍ଷ ରୋଜଗାର


ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.