ETV Bharat / state

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ବିରୋଧ, ତ୍ରିରଙ୍ଗା ପତକା ଧରି ନାରାବଜି ଦେଲେ ନବନିର୍ମାଣ କୃଷକ ସଂଗଠନ

author img

By ETV Bharat Odisha Team

Published : Mar 5, 2024, 10:42 PM IST

Nabanirmana Krusaka Sangathana Stage Protest Against PM Modis Visit to Odisha : ମୋଦିଙ୍କ ଓଡିଶା ଗସ୍ତକୁ ବିରୋଧ କରିଛି ନବନିର୍ମାଣ କୃଷକ ସଂଗଠନ । ଏୟାରପୋର୍ଟ ଛକରେ ହାତରେ ତ୍ରିରଙ୍ଗା ପତକା ଏବଂ ଫ୍ଲେକ୍ସ ଧରି ମୋଦି ବିରୋଧୀ ନାରା ଦେଇ ବରୋଧ କରିଥିଲା ସଂଘ । ଅଧିକ ପଢ଼ନ୍ତୁ,

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ବିରୋଧ
ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ବିରୋଧ

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ବିରୋଧ

ଭୁବନେଶ୍ବର: ମୋଦିଙ୍କ ଓଡିଶା ଗସ୍ତକୁ ବିରୋଧ କରିଛି ନବନିର୍ମାଣ କୃଷକ ସଂଗଠନ । ଆଜି ପ୍ରଧାନମନ୍ତ୍ରୀଙ୍କୁ ବିଜୁପଟ୍ଟନାୟକ ବିମାନବନ୍ଦର ଛକରେ କୃଷକ ସଂଗଠନର କର୍ମକର୍ତ୍ତା ମାନେ ମୋଦି ଗୋ ବ୍ୟାକ ଗୋ ବ୍ୟାକ ନାରା ଦେଇ ବିରୋଧ କରିଛନ୍ତି। ସଂଗଠନର ସଂଯୋଜକ ଅକ୍ଷୟ କୁମାର, କୃଷକ ଯୁବ ସଂଘର ସଭାପତି ମନୱର ଅଲ୍ଲୀଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଏଥିରେ ସାମିଲ ଥିବା ସୂଚନା ମିଳିଛି । ଏୟାରପୋର୍ଟ ଛକରେ ହାତରେ ତ୍ରିରଙ୍ଗା ପତକା ଏବଂ ଫ୍ଲେକ୍ସ ଧରି ମୋଦି ବିରୋଧୀ ନାରା ଦେଇ ବିରୋଧ କରିଥିଲା ସଂଘ । ବିରୋଧ ସମୟରେ ପୋଲିସ ସେମାନଙ୍କୁ ଉଠାଇ ନେଇଥିଲା ।

ତେବେ ନବନିର୍ମାଣ କୃଷକ ସଂଗଠନର ଅଭିଯୋଗ ମୁତାବିକ ମୋଦି ଗ୍ୟାରେଣ୍ଟିକୁ ନେଇ ପ୍ରଧାନମନ୍ତ୍ରୀ ଯେଉଁ ବିକାଶର ନାରା ଦେଇଛନ୍ତି ତାହା ବାସ୍ତବିକ ମିଛ ଗ୍ୟାରେଣ୍ଟି । ଅତୀତରେ ହେଉ ଅବା ବର୍ତ୍ତମାନ ମୋଦି କୃଷକର ବିକାଶକୁ ନେଇ ଯେଉଁ ସବୁ ପ୍ରତିଶୃତି ଦେଇଛନ୍ତି ତାହା ସେ ପରିପାଳନ କରିନାହାନ୍ତି। ଯେଉଁଥି ପାଇଁ କୃଷକ ଆଜି ରାଜରାସ୍ତାରେ ଆନ୍ଦୋଳନ କରୁଛି । ନିଜ ଅଧିକାର ପାଇଁ ସରକାରଙ୍କ ଆକ୍ରୋସର ଶିକାର ହେଉଛି। ନା ଚାଷୀର ଆୟ ବଢିଛି ନା ସେମାନଙ୍କୁ ସଠିକ ଅମଳର ମୂଲ୍ୟ ମିଳିଛି । ନରେନ୍ଦ୍ର ମୋଦି ଚାଷୀର ସ୍ୱାର୍ଥ ନୁହେଁ ଚାଷୀ ବିରୋଧୀ ସବୁବେଳେ ଚାଷୀଙ୍କ ବିକାଶକୁ ନେଇ ମିଛ କହିଆସୁଛନ୍ତି । ଆଉ ଆଜି ପୁଣି ଗୋଟେ ମିଛ କହିବାକୁ ଆସିଛନ୍ତି ଯାହାକୁ ସେମାନେ ବିରୋଧ କରୁଥିବା କହିଛନ୍ତି । ପୁଣି ଏକ ମିଛ ପ୍ରତିଶୃତି ଦେବା ଅପେକ୍ଷା ସେ ଫେରୁଯାନ୍ତୁ ବୋଲି ଦାବି କରିଥିଲେ ନବନିର୍ମାଣ କୃଷକ ସଂଗଠନ।

ଏହା ମଧ୍ୟ ପଢ଼ନ୍ତୁ.... ଚଣ୍ଡିଖୋଲରେ ମୋଦିଙ୍କୁ ପ୍ରଶଂସାରେ ପୋତିଲେ ନବୀନ, ଦେଶକୁ ଆର୍ଥିକ ଶକ୍ତିକେନ୍ଦ୍ର କରାଉଛନ୍ତି ପ୍ରଧାନମନ୍ତ୍ରୀ

ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଚଣ୍ଡିଖୋଲରେ ପ୍ରାୟ ୨୦ ହଜାର କୋଟିର ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛନ୍ତି । ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ । ଅନେକ ପ୍ରକଳ୍ପ ଭେଟି ଦେଇଥିବାରୁ ମୁଁ କୃତଜ୍ଞତା ଜଣାଉଛି କହିଲେ ନବୀନ । ଦେଶକୁ ନୂଆ ଦିଶା ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଦେଶକୁ ଆର୍ଥିକ ପାୱର ହାଉସ କରାଉଛନ୍ତି ପ୍ରଧାନମନ୍ତ୍ରୀ । ଚଣ୍ଡିଖୋଲରେ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରଧାନମନ୍ତ୍ରୀଙ୍କୁ ଏଭଳି ପ୍ରଶଂସାରେ ପୋତି ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟପଟେ ଅଭାସୀ ଯୋଗେ କେନ୍ଦୁଝର ଦେଇ ଦେଶର ରାଜଧାନୀ ନୂଆଦିଲ୍ଲୀକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ସାଙ୍ଗକୁ କେନ୍ଦୁଝର ଠାରୁ ଭାୟା ହରିଦାସପୁର-ଚଣ୍ଡିଖୋଲ ଦେଇ ପାରାଦ୍ୱୀପ ପର୍ଯ୍ୟନ୍ତ ଏକ ନୂତନ ଦୈନିକ ଯାତ୍ରୀବାହୀ ଟ୍ରେନ ଚଳାଚଳକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ‌ଘାଟନ କରିଛନ୍ତି ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.