ETV Bharat / state

କ୍ଷେତରେ ସୋରିଷର ସମ୍ଭାର, ଆଦିବାସୀଙ୍କ ପାଇଁ ପାଲଟିଛି ରୋଜଗାରର ମାଧ୍ୟମ

author img

By ETV Bharat Odisha Team

Published : Feb 17, 2024, 8:27 PM IST

Mustard farming: କ୍ଷେତରେ ସୋରିଷ ଚାଷର ସମ୍ଭାର । ସୋରିଷ କ୍ଷେତ ପାହାଡ଼ିଆ ଅଞ୍ଚଳର ଶୋଭା ବଢାଇବା ସହ ଏଠାକାର ଅଞ୍ଚଳବାସୀଙ୍କ ରୋଜଗାରର ମାଧ୍ୟମ ସାଜିଛି । ଅଧିକ ପଢ଼ନ୍ତୁ

କ୍ଷେତରେ ସୋରିଷ ଚାଷର ସମ୍ଭାର
କ୍ଷେତରେ ସୋରିଷ ଚାଷର ସମ୍ଭାର

କ୍ଷେତରେ ସୋରିଷ ଚାଷର ସମ୍ଭାର

କେନ୍ଦୁଝର: କ୍ଷେତରେ ସୋରିଷ ଚାଷର ସମ୍ଭାର । ପବନରେ ଝୁଲି ଝୁଲି ଖିଲି ଖିଲି ହସୁଛି ସୁନେଲି ସୋରିଷ । ଆଉ ଆଦିବାସୀ ମହିଳାଙ୍କ ମୁହଁରେ ଭରିଦେଇଛି ହସ । କେନ୍ଦୁଝର ଜିଲ୍ଲା ହରିଚନ୍ଦପୁର ବ୍ଲକ ଆଦିବାସୀ ବହୁଳ ଜୁଙ୍ଗା ପଞ୍ଚାୟତର ସାନନୂଆଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ସୋରିଷ କ୍ଷେତ ପାହାଡ଼ିଆ ଅଞ୍ଚଳର ଶୋଭା ବଢାଇବା ସହ ଏଠାକାର ଅଞ୍ଚଳବାସୀଙ୍କ ରୋଜଗାରର ମାଧ୍ୟମ ସାଜିଛି । ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ସହାୟତାରେ ଗାଁର ସମସ୍ତ ଚାଷୀ ନିଜ ଜମିରେ ସୋରିଷ ଚାଷ କରିଛନ୍ତି । ଧାନ ଅପେକ୍ଷା ସୋରିଷ ଚାଷ ବେଶ ଭଲ ଦୁଇ ପଇସା ରୋଜଗାର ହେଉଥିବାରୁ ସୋରିଷ ଚାଷ ପ୍ରତି ଚାଷୀ ମନବଳାଇଛନ୍ତି ।

ସ୍ବାବଲମ୍ବୀ କରୁଛି ସୋରିଷ ଚାଷ: ଗତଥର ସୋରିଷ ଚାଷରୁ ଲାଭ କରିଥିବା ଚାଷୀ ଏଥର ଚାଷରୁ ଭଲ ଦିପଇସା ରୋଜଗାର କରିବାର ଆଶା ରଖିଛନ୍ତି । ଧାନ ଅମଳ ପରେ ହାତୀ ଉପଦ୍ରବ ଯୋଗୁଁ ଏହି ଅଞ୍ଚଳରେ ପଡିଆ ପଡୁଥିଲା ଜମି । ସୋରିଷ ଗଛ ହାତୀ ଖାଉ ନଥିବା କାରଣରୁ ଚାଷୀମାନେ ସୋରିଷ ଚାଷ ଆରମ୍ଭ କରିଥିଲେ । ଏହାର ସଦୁପଯୋଗ ପାଇଁ ସରକାରୀ ସହାୟତାରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଦ୍ବାରା ମାଗଣାରେ ବିହନ ଓ କୀଟନାଶକ ପାଇ ସୋରିଷ ଚାଷ ଆରମ୍ଭ କରିଥିଲେ ଏଠାକାର ଚାଷୀ । ଏବର୍ଷ 4ଟି ଗା୍ଁର 2 ଶହରୁ ଊର୍ଦ୍ଧ୍ବ ଚାଷୀ ଦେଢ ଶହ ଏକର ଜମିରେ ସୋରିଷ ଚାଷ କରି ପ୍ରାୟ ୫ ଶହ କ୍ବିଣ୍ଟାଲ୍ ସୋରିଷ ଅମଳର ଲକ୍ଷ୍ୟ ରଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... ଲାଭବାନ କରୁଛି କ୍ବାରେଣ୍ଟିନା ଓ ଭାଲେଣ୍ଟିନା: ରଙ୍ଗ ବେରଙ୍ଗ ଫୁଲକୋବି ଚାଷ କରି ମାଲାମାଲ ୨ ଭାଇ

ସୋରିଷ ଚାଷ ବେଶ କମ ଖର୍ଚ୍ଚ ହୋଇଯାଏ । ଅନ୍ୟପଟେ ସୋରିଷ ଗଛର ସାଗ, ମଞ୍ଜିରୁ ମସଲା ଏବଂ ତେଲ ପରେ ବଳକା ଖଦାକୁ ପିଡିଆ ଭାବରେ ବ୍ୟବହାର କରାଯାଇଥାଏ । ଏଠାରେ ଏକ ତେଲ ପେଡା ମେସିନ୍ ସ୍ଥାପନ ସହ, ଏକ କଂକ୍ରିଟ୍ କେନାଲ୍ ତିଆରି ହେଲେ ଚାଷୀମାନେ ସୋରିଷ ଚାଷରୁ ଅଧିକ ଲାଭବାନ ହୋଇ ପାରନ୍ତେ ବୋଲି କହିଛନ୍ତି । ଅନ୍ୟପଟେ ପ୍ରକଳ୍ପ ଅଧିକାରୀ ତପନ ନାଏକ ଲୋକଙ୍କର ଏହି ସଫଳ ଚାଷକୁ ନେଇ ବେଶ ଖୁସିଥିବା କହିଛନ୍ତି । ସୋରିଷ ଚାଷ ସମ୍ପର୍କରେ ଜଣେ ଚାଷୀ କହିଛନ୍ତି, ‘‘ ଆମ ଅଞ୍ଚଳରେ ସୋରିଷ ଚାଷ ଆମେ ମିଳିମିଶି କରୁଛୁ । ଆଇଟିଡିଏ ଆମକୁ ସହାୟତା ଦେଇଛନ୍ତି । ଗଛରୁ ପ୍ରଥମେ ଶାଗ ଖାଇଲୁ ପରେ ହୋଇଥିବା ସୋରିଷରୁ ତେଲ କରି ବ୍ୟବହାର କରିବୁ । ଅଧିକ ଅମଳ ହୋଇଥିବା ସୋରିଷକୁ ବଜାରରେ ନେଇ ବିକ୍ରୀ କରିବୁ ।’’

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.