ETV Bharat / state

ବାନ୍ଧିବାକୁ ଆସିଥିଲା ପୋଲିସ, ହାତକୁ କାମୁଡି ଅଭିଯୁକ୍ତ ଚମ୍ପଟ - Attack on police

author img

By ETV Bharat Odisha Team

Published : Apr 10, 2024, 1:05 PM IST

Attack on police: ହତ୍ୟା ଅଭିଯୁକ୍ତକୁ ଗିରଫ କରିବା ସମୟରେ ରକ୍ତାକ୍ତ ହେଲେ ପୋଲିସ । ପୋଲିସକୁ କାମୁଡି ଚମ୍ପଟ ମାରିଲା ଅଭିଯୁକ୍ତ । ଅଧିକ ପଢନ୍ତୁ

Attack on police
Attack on police

Attack on police

କେନ୍ଦୁଝର: ପୋଲିସକୁ କାମୁଡି ରକ୍ତାକ୍ତ କଲା ହତ୍ୟା ଅଭିଯୁକ୍ତ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସାଇଁକୁଳ ଫାଣ୍ଡି ଅଧୀନରେ ଏହି ଘଟଣା ଘଟିଛି । ହତ୍ୟା ଅଭିଯୋଗରେ ଦୀର୍ଘ ଦିନ ଧରି ଫେରାର ଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସମୟରେ ପୋଲିସକୁ କାମୁଡି ଥିବା ବେଳେ ପରିବାର ଲୋକେ ସଂଘବଦ୍ଧ ହୋଇ ଆକ୍ରମଣ କରିଥିବା ଜଣାପଡିଛି । ତେବେ ଅଭିଯୁକ୍ତ ଫେରାର ହୋଇଯିବାକୁ ସକ୍ଷମ ହୋଇଥିବା ବେଳେ ପୋଲିସ ଅଭିଯୁକ୍ତ ବଦଳରେ ତାଙ୍କ ମାଆଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ଏହାମଧ୍ୟ ପଢନ୍ତୁ.. କେରଳରେ ପ୍ରେମିକାକୁ ହତ୍ୟା କରି କନ୍ଧମାଳରେ ଲୁଚିଥିଲା, ପ୍ରେମିକକୁ ମାଡ଼ି ବସିଲା ପୋଲିସ - Man Killed Girlfriend

ସୂଚନା ଅନୁୁଯାୟୀ, ରାମଚନ୍ଦ୍ରପୁର ଅନ୍ତର୍ଗତ ବାତ ପଞ୍ଚାୟତ କରାଡାପାଳ ଗ୍ରାମର ପ୍ରଦ୍ୟୁଷ ବରାଳଙ୍କ ନାମରେ ୩୦୭ ଧାରାରେ ମକଦ୍ଦମା ହୋଇଥିଲା । ବହୁ ଦିନ ଧରି ଫେରାର ଥିବା ବେଳେ ଅଭିଯୁକ୍ତ ପ୍ରଦ୍ୟୁଷ ଗତକାଲି (ମଙ୍ଗଳବାର) ଗାଁକୁ ଫେରିଥିଲା । ତେବେ ଏହି ହତ୍ୟା ଅଭିଯୁକ୍ତକୁ ଧରିବା ପାଇଁ ସାଇଁକୁଳ ପୋଲିସ ଦୀର୍ଘ ଦିନ ହେଲା ପ୍ରୟାସ ଜାରି ରଖିଥିବା ବେଳେ ଘରକୁ ଫେରିଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲା । ଖବର ପାଇ ସାଇଁକୁଳ ଫାଣ୍ଡି ଅଧିକାରୀ ସୁରେଶ କୁମାର ମାଝୀ ତୁରନ୍ତ ଗାଁକୁ ଯାଇ ତାକୁ ଗିରଫ କରିବା ପାଇଁ ଅଭିଯୁକ୍ତ ଘରେ ଚଢାଉ କରିଥିଲେ । ଅଭିଯୁକ୍ତକୁ କାବୁ କରିବା ସମୟରେ ପୋଲିସ ଉପରକୁ ଆକ୍ରମଣ କରିବା ସହ ଡାହାଣ ହାତକୁ କାମୁଡି ଦେଇ ରକ୍ତାକ୍ତ କରିଦେଇଥିଲା ଅଭିଯୁକ୍ତ । ଏହାପରେ ଗାଁରୁ ଫେରାର ହୋଇଯାଇଥିଲା ।

ଏହାମଧ୍ୟ ପଢନ୍ତୁ.. ବ୍ରଏଲର କୁକୁଡା କମ୍ପାନୀ ଏଜେଣ୍ଟଙ୍କୁ ଆକ୍ରମଣ କରି ଲୁଟୁନେଲେ 4ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା, ସିସିଟିଭିରେ ଭିଡିଓ କଏଦ - Loot From Broiler Company Agent

ପରେ ପରିବାର ଲୋକେ ମଧ୍ୟ ପୋଲିସ ଉପରକୁ ସଂଘବଦ୍ଧ ଆକ୍ରମଣ କରିଥିବା ନେଇ ସୂଚନା ରହିଛି । ଏହାପରେ ଘରୁ ଅଭିଯୁକ୍ତ ବଦଳରେ ତାର ମାଆ ଛବିଲତା ବରାଳଙ୍କୁ ପୋଲିସ ଗିରଫ କରିଛି । ପରବର୍ତ୍ତୀ ସମୟରେ ଛବିଲତା ବରାଳଙ୍କୁ ପୋଲିସ ଆନନ୍ଦପୁର କୋର୍ଟକୁ ଚାଲାଣ କରିଛି । ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରହିଛି । ଏନେଇ କୌଣସି ପୋଲିସ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ଅନ୍ୟପଟେ ଏହି ଘଟଣା ପରେ ଆନନ୍ଦପୁର ଅଞ୍ଚଳରେ ବେଶ ଆଲୋଡନ ସୃଷ୍ଟି କରିଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.