ETV Bharat / state

ସୁଧ କାରବାର ନେଇ ପଦ୍ମକେଶରୀପୁରରେ ମରଣାତ୍ମକ ଆକ୍ରମଣ, ଆଗକୁ ଆସିଲା ଆଉ ଏକ ଧାରକର୍ତ୍ତାଙ୍କ ଦୁଃଖ କାହାଣୀ - GROUP CLASH IN BHUBANESWAR

author img

By ETV Bharat Odisha Team

Published : Apr 11, 2024, 10:29 PM IST

GROUP CLASH IN BHUBANESWAR:ବରମ୍ବାର ସୁଧ କାରବାରକୁ ରାଜଧାନୀରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳୁଛି । ତେବେ କେମିତି ହେଉଛି ଏହି କାରବାର ଆସନ୍ତୁ ଜାଣିବା । ଅଧିକ ପଢନ୍ତୁ

ସୁଧ କାରବାରକୁ ନେଇ ପଦ୍ମକେଶରୀପୁର ଅଶାନ୍ତ
ସୁଧ କାରବାରକୁ ନେଇ ପଦ୍ମକେଶରୀପୁର ଅଶାନ୍ତ

ସୁଧ କାରବାରକୁ ନେଇ ପଦ୍ମକେଶରୀପୁର ଅଶାନ୍ତ

ଭୁବନେଶ୍ବର: ପୁଣି ଅଶାନ୍ତ ରାଜଧାନୀ । ସୁଧ କାରବାରକୁ ନେଇ ମହାଭାରତ । ଟଙ୍କା କାରବାରକୁ କେନ୍ଦ୍ରକରି ପଦ୍ମକେଶରୀପୁରରେ ଗୋଷ୍ଠୀ ସଂଘର୍ଷ । ମରଣାତ୍ମକ ଆକ୍ରମଣ ହୋଇଥିବା ବେଳେ ବୋମା ମଧ୍ୟ ଫୁଟିଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତକୁ ଆଣିଛି ।ଏହି ଘଟଣାର ଅଭିଯୁକ୍ତମାନେ ଫେରାର ଥିବାବେଳେ ପୋଲିସ ୧୦ ଜଣଙ୍କୁ ଅଟକ ରଖିଛି ।

ସୂଚନାଯୋଗ୍ୟ, ସୁଧ କାରବାରକୁ ନେଇ ଗୋଷ୍ଠୀ ସଂଘର୍ଷ । ଗାଁର ଉଭୟ ଗୋଷ୍ଠୀ ମଧ୍ୟରେ ବୋମାମାଡ ସହିତ ପଥରମାଡ ହୋଇଛି । ରାଜଧାନୀ ସ୍ଥିତ ମଞ୍ଚେଶ୍ବର ଥାନା ପଦ୍ମକେଶରୀପୁର ଅଞ୍ଚଳରେ ଏହି ସୁଧ କାରବାର ବା ମହାଜନୀ କାରବାର କେଉଁ ଅମଳରୁ ଚାଲି ଆସୁଥିବାବେଳେ କେତେ ଯେ ଧାରକର୍ତ୍ତା ବା ଶ୍ରମିକ, ମୁଲିଆ ଏହି ଜମିଦାରଙ୍କ ଦ୍ବାରା ଶୋଷଣ ହେଉଛନ୍ତି ।ଏଭଳି ସ୍ଥଳେ ଆଜି ସୁଧ ଟଙ୍କା ଫେରସ୍ତକୁ ନେଇ ସନାତନ ଦାସ ଓ ବୋହୁ ନିରୁପମା ଦାସ ଲହୁଲୁହାଣ ହୋଇ ଗୁରୁତର ହୋଇଥିବା ବେଳେ ଆହୁରି କେତେ ଜଣ ଏଠାରେ ଏଭଳି ଶୋଷିତ ହେଉଥିବା ଅଭିଯୋଗ ହୋଇଛି ।

ଏଠାରେ ସୁଧ ଦେଉଥିବା ଲୋକଟି ମୁଲଲାଗି ଦିନକୁ ଦି ଓଳି ବହୁତ କଷ୍ଟରେ ପରିବାର ପ୍ରତିପୋଷଣ କରୁଛି । ହେଲେ ସୁଧ ନେଉଥିବା ଲୋକଟି ନିରୀହ ଶ୍ରମିକ ଶ୍ରେଣୀର ଟଙ୍କାରେ କୋଠା ପରେ କୋଠା କରିଥିବା ଦେଖିବାକୁ ମିଳିଛି । ଆଉ ସେହି ସୁଧ ଟଙ୍କା ପାଇଁ ମଣିଷ ମାରିବାକୁ ବି ପଛାଉ ନାହାନ୍ତି ଋଣଦାତା । ଖାଲି ନିରୁପମା ଦାସ କି ସନାତନ ନୁହେ ଗାଁର ଅନେକ ଲୋକ ଏଭଳି ଶୋଷଣର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

ତେବେ ଜଣେ ସୁଧଦାତା ପ୍ରତାପ ଦାସ କିଭଳି ଅଭିଯୁକ୍ତ ମିଟୁ ଦାସଙ୍କ ଠାରୁ ଶୋଷଣ ହୋଇଛନ୍ତି । ତାହା ପୁଣି ଜମିକୁ ଜାଲିଆତି କରି । ଏନେଇ କଣ କହୁଛନ୍ତି ପ୍ରତାପ ସେ ଆସନ୍ତୁ ଶୁଣିବା । ସେପଟେ ଆକ୍ରମଣ କରି ଫେରାର ଥିବ ହୋଇଥିବା ମିଟୁ ଦାସଙ୍କ ବାପା ଏସବୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଆଉ ସୁଧ କାରବାରକୁ ଖଣ୍ଡନ ସହ ନିର୍ବାଚନ ପାଇଁ ଏସବୁ ହେଉଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ......ପୁଣି ଅଶାନ୍ତ ପଦ୍ମକେଶରପୁର, ଘରେ ପଶି ଶ୍ବଶୁର-ବୋହୂଙ୍କୁ ଖଣ୍ଡାରେ ଆକ୍ରମଣ - Bhubaneswar Crimes

ପ୍ରକାଶଯୋଗ୍ୟ, ଗତକାଲି ରାତି ପ୍ରାୟ ୯ଟା ୩୦ରେ ଏହି ଘଟଣା ଘଟିଥିଲା । ଅଭିଯୁକ୍ତମାନେ ଘରେ ପଶି ଶ୍ବଶୁର ବୋହୂଙ୍କୁ ଆକ୍ରମଣ କରିଥିଲେ । ଦୁହିଁଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯିବା ପରେ କଟକ ଏସସିବି ପଠାଯାଇଥିଲା । ବର୍ତ୍ତମାନ ସେମାନେ ଚିକିତ୍ସିତ ହୋଇ ଘରକୁ ଫେରଇଛନ୍ତି । ସୁଧ ପାଇଁ ଏଭଳି ଅମାନୁଷିକ ଭାବେ ହାଣିବା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଆକ୍ରମଣର ଶିକାର ହୋଇଥିବା ପରିବାର ।

ଇଟିଭି ଭାରତ, ଭୁବନେଶ୍ବରର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.