ETV Bharat / state

ଗୋପାଳପୁର ଓ ବ୍ରହ୍ମପୁରରୁ ପ୍ରାର୍ଥୀ ଦେବ ସହରତଳି କ୍ରିୟାନୁଷ୍ଠାନ କମିଟି - Developmental Issue In Berhampur

author img

By ETV Bharat Odisha Team

Published : Apr 4, 2024, 10:05 PM IST

Developmental Issue In Berhampur: ନିର୍ବାଚନରେ ନିଜର ଦାବି ପୂରଣ ପାଇଁ ଗୋପାଳପୁର ଏବଂ ବ୍ରହ୍ମପୁର ବିଧାନସଭା ଆସନରୁ ପ୍ରାର୍ଥୀ ଦେବ କ୍ରିୟାନୁଷ୍ଠାନ କମିଟି । ନିର୍ବାଚନ ପ୍ରତିଦ୍ୱନ୍ଦିତା କରିବା ନେଇ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ

Developmental Issue
Developmental Issue

Developmental Issue

ବ୍ରହ୍ମପୁର: ସହର ଉପକଣ୍ଠରେ ଥିବା ସହରତଳି ଅଞ୍ଚଳଗୁଡିକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଥିଲା । ଏହାର କୌଣସି ସୁଫଳ ନମିଳିବାରୁ ଶେଷରେ ଏହାର କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତାମାନେ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି । ଆସନ୍ତା ନିର୍ବାଚନରେ ନିଜର ଦାବି ପୂରଣ ପାଇଁ ଗୋପାଳପୁର ଏବଂ ବ୍ରହ୍ମପୁର ବିଧାନସଭା ଆସନରୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରାର୍ଥୀ ଦିଆଯିବ । ସେମାନେ ନିର୍ବାଚନ ପ୍ରତିଦ୍ୱନ୍ଦିତା କରିବା ନେଇ ନିଷ୍ପତ୍ତି ହୋଇଛି ବୋଲି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆାଯାଇଛି । ସରକାରଙ୍କ ୨୦୦୮ ଗ୍ୟାଜେଟ୍ ନୋଟିଫିକେସନ ଓ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସହରତଳି ଅଞ୍ଚଳକୁ ମହାନଗର ନିଗମରେ ସାମିଲ କରାଯାଉନଥିବା ଅଭିଯୋଗ ହୋଇଛି । ସବୁଠାରୁ କ୍ଷୁଦ୍ରତମ ବ୍ରହ୍ମପୁର ମହାନଗର ନିଗମକୁ ଏକ ପୂର୍ଣ୍ଣାଙ୍ଗ ଓ ବୃହତ୍ତର ମହାନଗର ନିଗମରେ ପରିଣତ କରିବା ନେଇ ମଧ୍ୟ ଦାବି ରହିଥିଲା ।

ଏନେଇ ସରକାରଙ୍କ ଅକ୍ଷମତା ଓ ପକ୍ଷପାତ ପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରିବା , ବ୍ରହ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପ୍ରଦାନ କରିବାରେ ଉଦାସୀନତା ଭଳି ବିଷୟକୁ ନେଇ ବିଭିନ୍ନ ସମୟରେ ପ୍ରତିବାଦ କରୁଥିଲା କ୍ରିୟାନୁଷ୍ଠାନ କମିଟି । ତେବେ ଚଳିତ ସାଧାରଣ ନିର୍ବାଚନରେ ମଇଦାନରେ ଅବତୀର୍ଣ୍ଣ ହେବାକୁ ନିଷ୍ପତ୍ତି ନେଇଛି କମିଟି । ବ୍ରହ୍ମପୁର ଓ ଗୋପାଳପୁର ଭଳି ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିଜର ଦୁଇ ଜଣ ସର୍ବୋତ୍ତମ ଯୋଗ୍ୟ ଓ ଶିକ୍ଷିତ ପାର୍ଥୀ ପ୍ରତିଦ୍ବନ୍ଦିତା କରିବେ ବୋଲି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । ସେହିପରି ରାଜ୍ୟର କେତୋଟି ପଞ୍ଚାୟତକୁ ଏନଏସି ଏବଂ ଆଉ କେତୋଟି ଏନଏସିକୁ ମ୍ୟୁନିସପାଲିଟି ଘୋଷଣା କରାଯାଇଥିବାବେଳେ ସହରତଳି ମିଶ୍ରଣ ବିଷୟକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତି କମିଟି ସଦସ୍ୟ ।

ଏହା ମଧ୍ୟ ପଢନ୍ତୁ...ବ୍ରହ୍ମପୁରର ପ୍ରମୁଖ ସମସ୍ୟାର ସମାଧାନ ନେଇ ନିର୍ବାଚନରେ ଲଢେ଼ଇ କରିବି: ବିଜେପି ପ୍ରାର୍ଥୀ କେ.ଅନିଲ କୁମାର - ODISHA ASSEMBLY ELECTION 2024

ଦକ୍ଷିଣ ଓଡ଼ିଶାକୁ ସବୁ କ୍ଷେତ୍ରରେ ଅବହେଳିତ କରି ରଖିବାର ଏକ ମାନସିକତା ରାଜନୈତିକ ଓ ପ୍ରଶାସନିକ ସ୍ତରରେ ସୁଚିନ୍ତିତ ଯୋଜନା ତଥା ଗଭୀର ଷଡ଼ଯନ୍ତ୍ର ବୋଲି ଅଭିଯୋଗ ଆଣିଛି କମିଟି । ଗଣତନ୍ତ୍ର ଓ ଶାସନ ବ୍ୟବସ୍ଥା ଉପରୁ ଲୋକଙ୍କ ଆସ୍ଥା ଓ ଭରସା କମି ଯାଉଥିବାରୁ ନିଜର ଗଣତାନ୍ତ୍ରିକ ଓ ରାଜନୈତିକ ଅଧିକାରକୁ ସାବ୍ୟସ୍ତ କରି ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ସହ ଏକ ସ୍ୱତନ୍ତ୍ର ଇସ୍ତାହାର ପ୍ରସ୍ତୁତ କରିବ କ୍ରିୟାନୁଷ୍ଠାନ କମିଟି । ବ୍ରହ୍ମପୁର ଏବଂ ଗୋପାଳପୁର ବାସିନ୍ଦାଙ୍କ ନିକଟକୁ ଯାଇ ମଇଦାନକୁ ଓଲ୍ଲାଇବ ବୋଲି କମିଟି ପକ୍ଷରୁ କୁହାଯାଇଚି । ମୁଖ୍ୟତଃ ଏହି ଏଜେଣ୍ଡା ଆଗକୁ ଅନ୍ୟ ଦଳ ଓ ପ୍ରାର୍ଥୀଙ୍କ ଉପରେ ଚାପ ସୃଷ୍ଟି କରିବା ବୋଲି କମିଟି ଆଶାବାଦୀ ଥିବାବେଳେ ଜନସାଧାରଣ ସମର୍ଥନ ଲୋଡିଛନ୍ତି ସହରତଳି କ୍ରିୟାନୁଷ୍ଠାନ କମିଟି ସଭାପତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.