ETV Bharat / state

ଆନ୍ଦୋଳନକୁ ଓହ୍ଲାଇଲେ ଭୀମସାର ମେଡିକାଲ ଛାତ୍ରଛାତ୍ରୀ

author img

By ETV Bharat Odisha Team

Published : Mar 13, 2024, 11:02 PM IST

Medical Students Protest In Vimsar: ବିଭିନ୍ନ ଦାବି ନେଇ ଆସନ୍ତାକାଲି ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ଭୀମସାରର ଜୁନିୟର ଡାକ୍ତର । ଅଧିକ ପଢନ୍ତୁ

ଆନ୍ଦୋଳନକୁ ଓହ୍ଲାଇଲେ ଭୀମସାର ମେଡିକାଲ ଛାତ୍ରଛାତ୍ରୀ
ଆନ୍ଦୋଳନକୁ ଓହ୍ଲାଇଲେ ଭୀମସାର ମେଡିକାଲ ଛାତ୍ରଛାତ୍ରୀ

ଆନ୍ଦୋଳନକୁ ଓହ୍ଲାଇଲେ ଭୀମସାର ମେଡିକାଲ ଛାତ୍ରଛାତ୍ରୀ

ସମ୍ବଲପୁର: ଭୀମସାର ମେଡିକାଲର ବିଭିନ୍ନ ସମସ୍ୟାକୁ ନେଇ ଅନ୍ଦୋଳକୁ ଓହ୍ଲାଇଛନ୍ତି ମେଡିକାଲ ଛାତ୍ରଛତ୍ରୀ । ଆସନ୍ତାକାଲି ଠାରୁ କାର୍ଯ୍ୟ ବନ୍ଦ କରିବେ ଭୀମସାରର ହାଉସ ସର୍ଜନ ଓ ୟୁଜି ମେଡିକାଲ ଛାତ୍ରଛତ୍ରୀ । ଦାବି ପୂରଣ ନ ହେବାରୁ ଏଭଳି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ । ମେଡିକାଲର ବିଭିନ୍ନ ସମସ୍ୟା ତଥା ଡାକ୍ତରୀ ଛାତ୍ରଛତ୍ରୀଙ୍କ ଷ୍ଟାଇପେନ୍ ନ ମିଳିବା ସମସ୍ୟାକୁ ନେଇ ଦୀର୍ଘ 6 ମାସ ଧରି ସମାଧାନ ଦାବି କରି ଆସୁଥିବା ବେଳେ ବିଗତ 7 ଦିନ ଧରି ଛାତ୍ରଛାତ୍ରୀ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରି କରିଥିଲେ । ହେଲେ ଆଜି ସୁଦ୍ଧା ମେଡିକାଲ କଲେଜ କତୃପକ୍ଷ ତଥା ରାଜ୍ୟ ସରକାର କୌଣସି ସକାରାତ୍ମକ ପଦକ୍ଷେପ ନ ନେବାରୁ ଆଜି ପ୍ରତିବାଦ ଶୋଭାଯାତ୍ରା କରିବା ସହ ଆସନ୍ତା କାଲି ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଆସନ୍ତା କାଲି ଠାରୁ ବୁର୍ଲା ଭୀମସାର ମେଡିକାଲରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏହା ଦ୍ୱାରା ରୋଗୀମାନେ ବହୁ ହଇରାଣ ହୋଇପାରନ୍ତି । କହିଁକି ନା ଆସନ୍ତା କାଲି ଠାରୁ ହାଉସ ସର୍ଜନ ଓ ୟୁଜି ମେଡିକାଲ ଛାତ୍ରଛତ୍ରୀ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ । ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ଆଜି ଜୁନିୟର ଡାକ୍ତର ଆସୋସିଏସନ ପକ୍ଷରୁ ଆଜି ବୁର୍ଲା ସହରରେ ଏକ ପ୍ରତିବାଦ ଶୋଭାଯାତ୍ରା କରିଥିଲେ ଏବଂ ମେଡିକାଲ କଲେଜ ସମ୍ମୁଖରେ ପ୍ରତିବାଦ ମଧ୍ୟ କରିଥିଲେ । ଏହା ପରେ ମେଡିକାଲ କଲେଜ କତୃପକ୍ଷଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ସରକାରଙ୍କ ଦୁର୍ନୀତି ବିରୋଧରେ ଗର୍ଜିଲା ଛାତ୍ର କଂଗ୍ରେସ, ନବୀନ ନିବାସ ଘେରିଲା ଦଳ


ଜୁନିୟର ଡାକ୍ତର ଆସୋସିଏସନର ସଭାପତି ପୁନିତ ଛାବରିଆ କହିଛନ୍ତି ଯେ, ବୁର୍ଲା ଭୀମସାର ମେଡିକାଲ ପଶ୍ଚିମ ଓଡିଶାର ପ୍ରମୁଖ ମେଡିକାଲ କଲେଜ ଅଟେ । ଏହା ଉପରେ ପଶ୍ଚିମ ଓଡିଶା ସହ ରାଜ୍ୟ ବାହାରର ରୋଗୀ ନିର୍ଭର କରନ୍ତି । ତେବେ ଆଜି ପର୍ଯ୍ୟନ୍ତ ଏଠାରେ MRI ସେବା ଉପଲବ୍ଧ ନାହିଁ । ଏହି ସେବା ପାଇଁ ରୋଗୀଙ୍କ ପ୍ରାଇଭେଟ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡୁଛି । ଓଟି,ଆଇସିୟୁ କମ୍ପ୍ଲେକ୍ସ 5 ବର୍ଷ ହେଲା ତିଆରି ହୋଇ ସାରିଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇ ପାରି ନାହିଁ । ରୋଗୀଙ୍କ ପାଇଁ ଇଲେକ୍ଟ୍ରିକ ଭାଇକେଲ ସେବା ନାହିଁ ଏବଂ ମେଡିକାଲରେ ସିସିଟିଭି ବ୍ୟବସ୍ଥା ନାହିଁ । ଫଳରେ ରୋଗୀମାନେ ଗୋଟିଏ ୱାର୍ଡରୁ ଅନ୍ୟ ୱାର୍ଡକୁ ଯିବା ଆସିବାରେ ଅସୁବିଧା ହେଉଛି ।

ସେପଟେ ସିସି ଟିଭି ନ ଥିବାରୁ ମହିଳାମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ବର୍ଷ ଡାକ୍ତର ଦିବସରେ ୫ଟି ଅଧ୍ୟକ୍ଷ ଭୀମସାର ମେଡିକାଲକୁ WiFi କ୍ୟାମ୍ପସ କରାଯିବ ବୋଲି କହିଥିଲେ ମଧ୍ୟ ଏହା ଆଜି ପର୍ଯ୍ୟନ୍ତ ହୋଇ ପାରି ନାହିଁ । ଏହାସହ ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେନ ମଧ୍ୟ ଠିକ ସମୟରେ ମିଳୁ ନଥିବା ଅଭିଯୋଗ କରିଛନ୍ତି । ସେପଟେ ସମସ୍ତ ଅଭିଯୋଗକୁ ଡିନ କିମ୍ବା ଆକାଉଣ୍ଟ ଅଫିସରଙ୍କୁ ଅଭିଯୋଗ କଲା ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।


ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.