ETV Bharat / state

ସରକାରଙ୍କ ଦୁର୍ନୀତି ବିରୋଧରେ ଗର୍ଜିଲା ଛାତ୍ର କଂଗ୍ରେସ, ନବୀନ ନିବାସ ଘେରିଲା ଦଳ

author img

By ETV Bharat Odisha Team

Published : Mar 13, 2024, 7:49 PM IST

Congress Protest Against Bjd: ରାଜ୍ୟର ବିଭିନ୍ନ ସମସ୍ୟାକୁ ନେଇ ପ୍ରତିବାଦ କଲା ଛାତ୍ର କଂଗ୍ରେସ । ସଭାପତି ୟାଶୀର ନବାଜଙ୍କୁ ଉଠାଇନେଲା ପୋଲିସ । ଅଧିକ ପଢନ୍ତୁ

ସରକାରଙ୍କ ଦୁର୍ନୀତି ବିରୋଧରେ ଗର୍ଜିଲା ଛାତ୍ର କଂଗ୍ରେସ , ନବୀନ ନିବାସ ଘେରିଲା ଦଳ
ସରକାରଙ୍କ ଦୁର୍ନୀତି ବିରୋଧରେ ଗର୍ଜିଲା ଛାତ୍ର କଂଗ୍ରେସ , ନବୀନ ନିବାସ ଘେରିଲା ଦଳ

ସରକାରଙ୍କ ଦୁର୍ନୀତି ବିରୋଧରେ ଗର୍ଜିଲା ଛାତ୍ର କଂଗ୍ରେସ , ନବୀନ ନିବାସ ଘେରିଲା ଦଳ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିରୋଧରେ ରାଜରାସ୍ତାରୁ ଓହ୍ଲାଇଲା ଛାତ୍ର କଂଗ୍ରେସ । ବିଜେଡ଼ି ଶାସନରେ ଚାଲିଥିବା ଦୁର୍ନିତି, ଭ୍ରଷ୍ଟାଚାର ବିରୋଧରେ ଆଜି(ବୁଧବାର ) ଦିନ ନବୀନ ନିବାସ ଘେରାଉ କରିଛି ଦଳ । ଏହି ସମୟରେ ଛାତ୍ର କଂଗ୍ରେସ ପୋଲିସ ଧସ୍ତାଧସ୍ତ ପରିସ୍ତିତି ସୃଷ୍ଟି ହୋଇଥିଲା । ରାଜ୍ୟରେ ବେକାରୀ ସମସ୍ୟା, ପ୍ରଶ୍ନପତ୍ର ଲିକ୍ ନେଇ ପ୍ରତିବାଦ କରିବା ସହ ଛାତ୍ର ଅସନ୍ତୋଷ ପାଇଁ ଓଡ଼ିଶାରେ ବଡ଼ ପରିବର୍ତ୍ତନ ହେବ ବୋଲି କହଛି ଛାତ୍ର କଂଗ୍ରେସ ।

ରାଜ୍ୟରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ଉତ୍କଟ ବେକାରୀ ସମସ୍ୟା, କଲେଜ ନିର୍ବାଚନ ରଦ୍ଦ ପ୍ରତିବାଦରେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ଛାତ୍ର କଂଗ୍ରେସର ରାଲି ବାପୁଜୀ ନଗରରୁ ବାହାରି ନବୀନ ନିବାସ ଅଭିମୁଖେ ଯାଉଥିଲେ । ଶିଶୁଭବନ ଛକରେ ପୋଲିସ କଂଗ୍ରେସ କର୍ମୀଙ୍କୁ ଅଟକାଇ ଥିଲା ।ଏହାପରେ ପୋଲିସ ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା ।ଏହି ସମୟରେ ଛାତ୍ର କଂଗ୍ରେସ ସଭାପତି ୟାଶୀର ନବାଜ ବ୍ୟାରିକେଡ ଭାଙ୍ଗି ଆଗକୁ ଯାଉଥିବା ବେଳେ ପୋଲିସ ତାଙ୍କୁ ଜୋର ଜବରଦସ୍ତ ଉକ୍ତ ସ୍ଥାନରୁ ଉଠାଇ ନେଇଥିଲା ।



ୟାଶୀର ନବାଜ କହିଛନ୍ତି ଯେ, ଓଡ଼ିଶାରେ ହେବ ପରିବର୍ତ୍ତନ । ଦୀର୍ଘ 24 ବର୍ଷ ମଧ୍ୟରେ ରାଜ୍ୟରେ ଦୁର୍ନୀତି ଏବଂ ଭାଷ୍ଟାଚାର ଚରମ ସୀମାରେ ପହଞ୍ଚିଛି । କଲେଜରେ ଶିକ୍ଷକ ନାହାନ୍ତି , ଭିତ୍ତିଭୂମି ନାହିଁ ।କଲେଜରେ ନିର୍ବାଚନ ବନ୍ଦ କରି ରାଜ୍ୟ ସରକାର ଛାତ୍ରମାନଙ୍କୁ ପ୍ରତାରଣା ଦେଇଛନ୍ତି ରାଜ୍ୟ ସରକାର । ପ୍ରତିବର୍ଷ 2 ଲକ୍ଷ ଚାକିରୀ ଦେବାକୁ ସରକାର କହିଥିଲେ ।ହେଲେ କେତେ ଚାକିରୀ ଦେଇଛନ୍ତି ସରକାର ବୋଲି ପ୍ରଶ୍ନ କରିଛନ୍ତି ସେ । ଦୀର୍ଘ 24 ବର୍ଷ ମଧ୍ୟରେ 48 ଲକ୍ଷ ଯୁବକ ଏବଂ ଯୁବତୀ ରୋଜଗାରକ୍ଷମ ହେବା କଥା କିନ୍ତୁ ଦୁଃଖର କଥା ବର୍ତ୍ତମାନ ରାଜ୍ୟରେ 2 ଲକ୍ଷ 36 ହଜାର ସରକାରୀ ପଦବୀ ଖାଲି ପଡିଛି । ସେହିପରି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜୁ ଯୁବ ବାହିନୀ ନିର୍ମାଣ କରିଥିଲା ।ଏବେ ସେହି ଯୁବ ବାହିନୀ କୁଆଡେ ବୋଲି ମଧ୍ୟ ପ୍ରଶ୍ନ କରିଛି କଂଗ୍ରେସ ।କେବଳ ନିର୍ବାଚନକୁ ଆଖି ଆଗରେ ରଖି ଯୁବକମାନଙ୍କୁ ଯୋଜନ ଭେଟି ଦେଉଛନ୍ତି ସରକାର ।

ଏହା ମଧ୍ୟ ପଢନ୍ତୁ.....ସୋନପୁରରେ ବହିଲାଣି ନିର୍ବାଚନୀ ହାୱା; କିଏ ମାରିବ ବାଜି, ରିପିଟ୍ କରିବେ କି ନିରଞ୍ଜନ !



ତେବେ ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜର ଶକ୍ତି ପଦର୍ଶନ କରାଉଛି । ମହିଳା ଯୁବକ, ଛାତ୍ର ଛାମୁଆ ସଂଗଠନକୁ ଅଧିକ ସୁଦୃଢ କରି ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇକୁ ଜୋରଦାର କରିବାକୁ ଅଣ୍ଟା ଭିଡ଼ିଛି । ଛାତ୍ର କଂଗ୍ରେସ ଡ଼ାକରାରେ ଶତାଧିକ ଛାତ୍ର କର୍ମୀ ଓ ନେତା ଆଜି ବିକ୍ଷୋଭରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.