ETV Bharat / state

ନାବାଳିକା ଦୁଷ୍କର୍ମ ମାମଲାର ରାୟ, ଦୋଷୀକୁ 20 ବର୍ଷ ଜେଲ୍

author img

By ETV Bharat Odisha Team

Published : Feb 11, 2024, 2:31 PM IST

Minor Girl Rape Case: ଦୁଷ୍କର୍ମ ପୀଡିତା ନାବାଳିକାଙ୍କୁ ମିଳିଲା ନ୍ୟାୟ । ଦୋଷୀକୁ ୨୦ ବର୍ଷ ଜେଲଦଣ୍ଡ ସାଙ୍ଗକୁ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ଆଦେଶ । ଅଧିକ ପଢନ୍ତୁ

Minor Girl Rape Case
Minor Girl Rape Case

Minor Girl Rape Case

ରାଉରକେଲା: ଦୁଷ୍କର୍ମ ପୀଡିତା ନାବାଳିକାଙ୍କୁ ମିଳିଲା ନ୍ୟାୟ । ଅଭିଯୁକ୍ତକୁ 20 ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ରାଉରକେଲାର ଫାଷ୍ଟଟ୍ରାକ୍‌ କୋର୍ଟ । ଏହାସହ ଅଭିଯୁକ୍ତକୁ 1 ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ରାଉରକେଲାର ଜଣେ ନାବାଳିକାକୁ ଉଠାଇ ନେଇ ଅପହରଣ ଓ ଦୁଷ୍କର୍ମ ଘଟଣାରେ ଆଜି ଏଭଳି ରାୟ ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ଜିଲ୍ଲାର ଉଦିତନଗର ଥାନା ଅନ୍ତର୍ଗତ ମାଲଗୋଦାମ ଅଞ୍ଚଳରେ ରହୁଥିବା ସଦାନନ୍ଦ ୨୦୧୪ ନଭେମ୍ବର ୧୯ ତାରିଖରେ ସ୍କୁଲ ଯାଉଥିବା ଜଣେ ନାବାଳିକାଙ୍କୁ ଅପହରଣ କରି ଝାଡ଼ଖଣ୍ଡର ମନୋହରପୁରକୁ ନେଇ ଯାଇଥିଲା । ସେଠାରେ ଜୋର ଜବରଦସ୍ତ ରୁମରେ ବନ୍ଦ କରି ଦୁଷ୍କର୍ମ କରିଥିଲା । ଏପଟେ ସ୍କୁଲରୁ ଝିଅ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ନାବାଳିକାକୁ ନ ପାଇବାରୁ ଉଦିତନଗର ଥାନାରେ ଅଭିଯୋଗ କରିଥିଲେ । ତିନି ଚାରି ଦିନ ପରେ ନାବାଳିକା ଯୁବକ କବଳରୁ ଖସି ଆସି ଘରକୁ ଫୋନ କରିଥିଲେ । ଏହାପରେ ନାବାଳିକାଙ୍କ ଘର ଲୋକେ ଅଭିଯୁକ୍ତ ଘରକୁ ଯାଇଥିଲେ । ଏନେଇ ଉଦିତନଗର ଥାନାରେ ନଭେମ୍ବର ୨୬ରେ ଦୁଷ୍କର୍ମ ମାମଲା ଦାୟର ହୋଇଥିଲା ଏବଂ ପୋଲିସ ଅଭିଯୁକ୍ତକୁ ଗିରଫ କରି ନାବାଳିକାକୁ ଉଦ୍ଧାର କରିଥିଲା ।

ଏହା ମଧ୍ୟ ପଢନ୍ତୁ - ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ, ଦୋଷୀକୁ ୨୦ ବର୍ଷ ଜେଲ

ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ଜଣାପଡ଼ିବା ପରେ ପୋଲିସ୍ 363/366/376(2) ଏବଂ 6 ପୋକ୍ସୋ ଆକ୍ଟ ଏବଂ ଏସ୍‌ସି ଏସ୍‌ଟି ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ବିଚାର ପୋକ୍ସୋ କୋର୍ଟରେ ଆରମ୍ଭ ହୋଇଥିଲା । ୨୧ ଜଣ ସାକ୍ଷୀଙ୍କ ବୟାନ ଏବଂ ୧୬ଟି ଦସ୍ତାବିଜକୁ ବିଚାର କରି ବିଚାରପତି ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା, ୩୬୬ ରେ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଏବଂ ୬ ପୋକ୍‌ସୋ ଆକ୍ଟରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦାୟ ଅଧିକ ବର୍ଷେ ଜେଲ ଭୋଗିବାକୁ ପଡ଼ିବ । ଏହି ଜେଲ ଦଣ୍ଡାଦେଶ ଏକାସାଙ୍ଗରେ କାର୍ଯ୍ୟକାରୀ ହେବ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.