ETV Bharat / state

ପୁଣି ଓଡିଶା ଆସୁଛନ୍ତି ମୋଦି-ଶାହ, ଡବଲ ଇଞ୍ଜିନ ପାଇଁ ମାଗିବେ ଭୋଟ - MODI SHAH TO VISIT ODISHA

author img

By ETV Bharat Odisha Team

Published : May 22, 2024, 4:43 PM IST

MODI SHAH TO VISIT ODISHA: 29ରେ ଓଡିଶା ଆସିବେ ନରେନ୍ଦ୍ର ମୋଦି । ବାଲେଶ୍ୱର , କେନ୍ଦ୍ରାପଡ଼ାର ସଂସଦୀୟ କ୍ଷେତ୍ରରେ କରିବେ ମହାସମାବେଶ । ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟ ଗସ୍ତ ରହିଛି । ଅଧିକ ପଢନ୍ତୁ

PM MODI TO VISIT ODISHA
PM MODI TO VISIT ODISHA (ETV Bharat Odisha)

ପୁଣି ଆସୁଛନ୍ତି ମୋଦି-ଶାହ (ETV Bharat Odisha)

ଭୁବନେଶ୍ବର: ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର ମୋଦି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ପ୍ରଚାରର ଶେଷ ଦିନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଏହା ତୃତୀୟ ଗସ୍ତ । ବିଜେପିର ନଜରରେ ଓଡିଶା ଥିବାବେଳେ ସବୁ ଦିନ କେନ୍ଦ୍ରୀୟ ନେତାମାନେ ଓଡିଶାରେ ଡେରା ପକାଇଛନ୍ତି ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । 29 ତାରିଖରେ ନରେନ୍ଦ୍ର ମୋଦି ପ୍ରଥମେ ବାଲେଶ୍ୱର ଏବଂ ପରେ କେନ୍ଦ୍ରାପଡ଼ାର ସଂସଦୀୟ କ୍ଷେତ୍ରରେ ସମାବେଶ କରିବେ । ସେହିପରି 25ରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ରହିବ । ବାରିପଦା, ଚାନ୍ଦବାଲି, କୋରେଇ, ଜଗତସିଂପୁରରେ ସମାବେଶ ରହିଛି । ଏନେଇ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ସୂଚନା ।

ପ୍ରଧାନମନ୍ତ୍ରୀ ମୋଦି ୨୯ ତାରିଖରେ ଆସିବାକୁ ଥିବାବେଳେ ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ଦିନ ଶାହା ଓଡ଼ିଶା ଗସ୍ତରେ ଆସି ବାରିପଦା, ଚାନ୍ଦବାଲି, କୋରେଇ, ନିମାପଡାରେ ସମାବେଶ କରିବେ । ଅମିତ ଶାହ ମଧ୍ୟ ଚଳିତ ନିର୍ବାଚନରେ ଘନ ଘନ ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିବା ସହ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରୁଛନ୍ତି । ବିଭିନ୍ନ ପ୍ରସଙ୍ଗରେ ବିଜେଡି ସରକାରକୁ ଘେରିବା ସହ ଓଡ଼ିଶାବାସୀ ବିଜେପି ସରକାରକୁ ସୁଯୋଗ ଦିଅନ୍ତୁ ବୋଲି ଅପିଲ କରୁଛନ୍ତି । ବିଜେପି ସରକାର ହେଲେ ଓଡ଼ିଶାରେ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଭିନ୍ନ ସଭାରେ କହୁଛନ୍ତି ଶାହ । ରାଜ୍ୟରେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ବାକି ଥିବାବେଳେ ବିଜେପି କେନ୍ଦ୍ରୀୟ ନେତାମାନଙ୍କ ଓଡିଶା ଗସ୍ତ ବିଜେପି ରାଜ୍ୟରେ ଡ଼ବଲ ଇଞ୍ଜିନ୍ ସରକାର କରିବ ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ ....ଓଡ଼ିଶାରେ କାହାର ହେବ ସରକାର, ଡବଲ ଇଞ୍ଜିନ ନା ଯୋଡି ଶଙ୍ଖ ? କ'ଣ କହୁଛି ସମୀକ୍ଷକଙ୍କ ଆକଳନ - Lok Sabha Election 2024



ସେପଟେ ଦୁଇଟି ପର୍ଯ୍ୟାୟରେ ୯ଟି ଲୋକସଭା ଏବଂ ୬୩ଟି ବିଧାନସଭା ଆସନ ସରି ଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ୩୫ଟି ବିଧାନସଭା ଏବଂ ୫ଟି ଲୋକସଭା ନିର୍ବାଚନ ସରିଛି । ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି," ଆମେ ଦ୍ବିତୀୟ ପର୍ଯ୍ୟାୟରେ ୨୫ଟି ବିଧାନସଭା ଏବଂ ୫ଟି ଲୋକସଭା ଜିତିବୁ । ପ୍ରଥମ ପର୍ଯ୍ୟାୟରେ ୨୦ଟି ବିଧାନସଭା ଏବଂ ୪ଟି ଲୋକସଭା ବି ଆମେ ଜିତିବୁ । ରାଜ୍ୟରେ ଯେଉଁଭଳି ବିଜେପି ଆଗକୁ ବଢୁଛି ଲୋକମାନେ ବିଶ୍ବାସ କରିଛନ୍ତି । ଆମେ ରାଜ୍ୟରେ ସରକାର ନିଶ୍ଚିତ କରିବୁ । "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.