ETV Bharat / state

ପ୍ରଶାନ୍ତ ଓ ସୁଶାନ୍ତଙ୍କ ବିରୋଧରେ ଆଇନ ଅନୁସାରେ ହେବ କାର୍ଯ୍ୟାନୁଷ୍ଠାନ: ସିଇଓ - CEO Reaction on Poll Violence

author img

By ETV Bharat Odisha Team

Published : May 25, 2024, 10:20 PM IST

Lok Sabha Election 2024: ଆଜି ରାଜ୍ୟରେ ନିର୍ବାଚନୀ ହିଂସା ମାମଲାରେ ଦୁଇ ଜଣ ବିଧାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି । ଅଧିକ ପଢ଼ନ୍ତୁ,

Lok Sabha Election 2024
Lok Sabha Election 2024 (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି । ଏହି ପର୍ଯ୍ୟାୟରେ 2ଜଣ ବିଧାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ବୁଥରେ ଇଭିଏମ ଭଙ୍ଗାରୁଜା ଅଭିଯୋଗ ଆସିଛି । ସେହିପରି ଛେଣ୍ଡିପଦା ବିଧାୟକଙ୍କ ବିରୋଧରେ ମାଡ଼ପିଟ ଅଭିଯୋଗ ଆସିଛି । ଉଭୟ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

Lok Sabha Election 2024 (ETV Bharat Odisha)

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, ବେଗୁନିଆରେ ନିଜ ବୁଥରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଭଙ୍ଗାରୁଜା କଥା ନଜରକୁ ଆସିଛି । ଏନେଇ ଖୋର୍ଦ୍ଧା ଏସପିଙ୍କ ସହିତ ଆଲୋଚନା କରିଛି ମୁଖ୍ୟ ନିର୍ବାଚନ ଅଧିକାରୀ । ତେବେ ପ୍ରଶାନ୍ତ ଜଗଦ୍ଦେବ ଏବେ ପୋଲିସ ହେପାଜତରେ ଅଛନ୍ତି । ତେବେ ସେହି ଘଟଣାରେ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ପୋଲିସ ଏଫଆଇଆର ପାଇଁ ଅପେକ୍ଷା କରିଥିବା ନିକୁଞ୍ଜ କହିଛନ୍ତି । ତେବେ ମାମଲା ରୁଜୁ ହେବା ପରେ ପଦକ୍ଷେପ ନିଆଯିବ । ସେକ୍ଟର ଅଫିସର ଓ ବୁଥର ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିକୁଞ୍ଜ କହିଛନ୍ତି ।

ଏହା ବି ପଢନ୍ତୁ- ବୋଲଗଡ଼ କାଉଁରୀପାଟଣା ବୁଥରେ ଭାଙ୍ଗିଲା ଇଭିଏମ୍‌, ପ୍ରଶାନ୍ତ ଜଗଦେବ ଥାନାରେ ଅଟକ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉକ୍ତ ବୁଥର ୱେବ କାଷ୍ଟିଂ ହୋଇଛି । ଆମ ପାଖରେ ୱେବ କାଷ୍ଟିଂ ଭିଡିଓ ମଧ୍ୟ ରହିଛି । ସବୁ କିଛି ରେକର୍ଡରେ ଅଛି । କେହି ମଧ୍ୟ ଠକି ପାରିବେନାହିଁ । ବୁଥରେ ବିଶୃଙ୍ଖଳା ହୋଇଛି । ଯାହା ୱେବ କାଷ୍ଟିଂରୁ ଜଣାପଡିଛି । ପ୍ରକୃତରେ କଣ ଘଟିଛି ତାହା କେବଳ ପ୍ରିଜାଇଡିଂ ଅଫିସର କହିପାରିବେ କାରଣ ପ୍ରିଜାଇଡିଂ ଅଫିସର ହିଁ ବୁଥରେ ଥିଲେ । ଘଟଣା ପରେ ତହସିଲଦାର ସେଠାରେ ପହଞ୍ଚିଥିଲେ । ସବୁ ମାମଲାରେ କାର୍ଯ୍ୟାନୁଷ୍ଠାନ ଆଇନ ଅନୁସାରେ ହେବ ।

ସେ ଏହା ମଧ୍ୟ କହିଛନ୍ତି ଯେ, ବ୍ୟକ୍ତି ଜଣଙ୍କ ବିଧାୟକ ବା ପ୍ରାର୍ଥୀ ହୁଅନ୍ତୁ । ଆମେ କାର୍ଯ୍ୟାନୁଷ୍ଠାନରେ ପକ୍ଷପାତିତା କରିବୁ ନାହିଁ, କିମ୍ବା କାହାକୁ ସ୍ୱତନ୍ତ୍ର ସୁବିଧା ଦେବୁନାହିଁ । ଉକ୍ତ ବୁଥରେ କଣ୍ଟ୍ରୋଲ ୟୁନିଟର ସମସ୍ୟା ହୋଇଥିଲା । ଇଭିଏମ ସେଟକୁ ବଦଳ କରାଯାଇଛି । ନୂଆ ସେଟ ଇଭିଏମ ବ୍ୟବସ୍ଥା କରାଯାଇଛି । ତାହା ପରେ ଭୋଟିଂ ହୋଇଥିଲା । ସେହିପରି ଛେଣ୍ଡିପଦା ବିଧାୟକଙ୍କ ଏକ ଭିଡିଓ ହସ୍ତଗତ ହୋଇଛି । ଏହି ଘଟଣାରେ ମାମଲା ମଧ୍ୟ ରୁଜୁ ହେବ । ଜିଲ୍ଲାପାଳଙ୍କ ସହ କଥା ହୋଇ ଜଣା ପଡ଼ିଛି ଯେ, ଏକ ମାମଲା ରୁଜୁ କରିବା ଲାଗି ଜିଲ୍ଲାପାଳ ପୋଲିସକୁ କହିଛନ୍ତି । ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.