ETV Bharat / state

ବୁଥ ଭିତରକୁ ମୋବାଇଲ ଓ ସ୍ମାର୍ଟ ଘଣ୍ଟା ପିନ୍ଧି ଯାଆନ୍ତୁ ନାହିଁ ଭୋଟର: ସିଇଓ - Third phase Voting in Odisha

author img

By ETV Bharat Odisha Team

Published : May 25, 2024, 2:13 PM IST

Third phase Voting in Odisha: ବିନା ମୋବାଇଲ ଓ ସ୍ମାର୍ଟ ଘଣ୍ଟାରେ ବୁଥକୁ ଆସିବାକୁ ଭୋଟରମାନଙ୍କୁ ଅନୁରୋଧ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ । ଅଧିକ ପଢନ୍ତୁ

Third phase Voting in Odisha
Third phase Voting in Odisha (ETV Bharat Odisha)

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଜାରି ରହିଛି । 6 ଲୋକସଭା ଓ ଏହା ଅନ୍ତର୍ଗତ 42 ବିଧାନସଭା କ୍ଷେତ୍ରରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର । ରାଜ୍ୟରେ ସୁରୁଖୁରୁ ଓ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଥିବା ନେଇ କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ଅନ୍ୟପଟେ ବିନା ମୋବାଇଲ ଓ ସ୍ମାର୍ଟ ଘଣ୍ଟାରେ ବୁଥକୁ ଆସିବାକୁ ଭୋଟରମାନଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

Third phase Voting in Odisha (ETV Bharat Odisha)

ଏହାମଧ୍ୟ ପଢନ୍ତୁ.. ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ, କହିଲେ-ବିଜେଡିର ହେବ ବଡ଼ ବିଜୟ - CM Naveen Casts Vote

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁଯାୟୀ," ମକ ପୋଲ ସମୟରେ ଇଭିଏମରେ ତ୍ରୁଟି ଦେଖା ଦେଇଥାଏ । ଇଭିଏମ ପରିବର୍ତ୍ତନ ପରେ ଏବେ ସ୍ୱାଭାବିକ ମତଦାନ ହେଉଛି ।ରାଜ୍ୟରେ ସୁରୁଖୁରୁ ଓ ଶାନ୍ତି ଶୃଙ୍ଖଳାର ସହ ମତଦାନ କରୁଛନ୍ତି ଭୋଟର । ବିଭିନ୍ନ ବୁଥରେ ଇଭିଏମ ମେସିନରେ ତ୍ରୁଟି ପରିଲକ୍ଷିତ ହୋଇଛି । ଫଳରେ ସେହି ବୁଥ ମାନଙ୍କରେ ମତଦାନ ଟିକେ ବିଳମ୍ବ ହୋଇଥିଲା । ଅବିଳମ୍ବେ ଏହି ବୁଥରେ ଇଭିଏମ ପରିବର୍ତ୍ତନ କରାଯାଇଛି । ସାଧାରଣତଃ ମକ ପୋଲ ସମୟରେ ଇଭିଏମରେ ତ୍ରୁଟି ଦେଖା ଦେଇଥାଏ । ଇଭିଏମ ପରିବର୍ତ୍ତନ ପରେ ସୁରୁଖୁରୁରେ ମତଦାନ ହୁଏ । ବର୍ତ୍ତମାନ ପର୍ଯ୍ୟନ୍ତ 116ଟି ବାଲାଟ ୟୁନିଟ ପରିବର୍ତ୍ତନ ହୋଇଛି । 125 କଣ୍ଟ୍ରୋଲ ୟୁନିଟ ଓ 256 ଟି ଭିଭିପାଟ ପରିବର୍ତ୍ତନ ହୋଇଛି । ଦିନ 9 ଟା ସୁଦ୍ଧା ରାଜ୍ୟରେ ପ୍ରାୟ 7.43 ପ୍ରତିଶତ ମତଦାନ ହୋଇଛି ।

ଏହାମଧ୍ୟ ପଢନ୍ତୁ.. ତୃତୀୟ ପର୍ଯ୍ୟାୟ ନିର୍ବାଚନ: 11ଟା ସୁଦ୍ଧା 21.30% ଭୋଟିଂ, ଜଣେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ - Odisha Third Phase Election


ସେ ଆଉ ମଧ୍ୟ କହିଛନ୍ତି , 'ମୁଁ ମଧ୍ୟ ମୋ ମତାଧିକାର ସାବ୍ୟସ୍ତ କରିଛି । ଲୋକଙ୍କ ମଧ୍ୟରେ ଉତ୍ସାହ ଥିବା ଦେଖିବାକୁ ପାଇଲି । ବୟସ୍କ ଭୋଟରଙ୍କ ମଧ୍ୟରେ ଉତ୍ସାହ ଅଧିକ ଦେଖିବାକୁ ମିଳୁଛି । ଯୁବ ଓ ମହିଳା ଭୋଟର ମଧ୍ୟ ଆସିଛନ୍ତି । ମୋବାଇଲ ଧରି ଅନେକ ଲୋକ ବୁଥକୁ ଆସୁଛନ୍ତି । ବୁଥକୁ ମୋବାଇଲ ଅନୁମତି ନାହିଁ । ସ୍ମାର୍ଟ ଘଣ୍ଟା ମଧ୍ୟ ଅନୁମତି ନାହିଁ ।' ତେଣୁ ଭୋଟରଙ୍କୁ ବିନା ମୋବାଇଲ ଓ ସ୍ମାର୍ଟ ଘଣ୍ଟାରେ ବୁଥକୁ ଆସିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.