ETV Bharat / state

ଡିଜେ ସାଉଣ୍ଡରେ ବ୍ୟତିବ୍ରସ୍ତ ମହୁମାଛି ! ଆକ୍ରମଣରେ ୨୦ରୁ ଊର୍ଦ୍ଧ୍ୱ ବିଜେଡି ନେତା ଓ କର୍ମୀ ଆହତ - Bee attack during campaign

author img

By ETV Bharat Odisha Team

Published : May 14, 2024, 4:01 PM IST

Bee attack during campaign In Subarnapur: ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ବିଜେଡି ପ୍ରାର୍ଥୀ ପ୍ରଚାର କରୁଥିବା ସମୟରେ ମହୁମାଛି ଆକ୍ରମଣ । ୨୦ରୁ ଅଧିକ ବିଜେଡି କର୍ମୀ ଓ ସମର୍ଥକ ଆହତ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

Bee attack during campaign In Subarnapur (ETV Bharat Odisha)

ସୁବର୍ଣ୍ଣପୁର: ମହୁମାଛି ଆକ୍ରମଣରେ ନେତା ଓ ସମର୍ଥକ ଆହତ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅଞ୍ଚଳର ବିଭିନ୍ନ ଗାଁରେ ବିଜେଡି ପ୍ରାର୍ଥୀ ପ୍ରଚାର କରୁଥିବା ସମୟରେ ମହୁମାଛି ଆକ୍ରମଣ କରିଥିବା ସୂଚନା ରହିଛି । ଏହି ଆକ୍ରମଣରେ ୨୦ରୁ ଅଧିକ ବିଜେଡି କର୍ମୀ ଓ ସମର୍ଥକ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ସୂଚନା ଅନୁଯାୟୀ, ସୋମବାର ଦିନ ଅପରାହ୍ନ ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ ଅଞ୍ଚଳର ବିଭିନ୍ନ ଗାଁରେ ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ପଦ୍ମନାଭ ବେହେରା ଗାଁକୁ ଗାଁ ଯାଇ ଭୋଟ ପ୍ରଚାର କରୁଥିଲେ । ଏହି ସମୟରେ ବିନିକା କଇନ୍ତରା ଗାଁ ନିକଟରେ ପ୍ରଚାର ଜୋରଦାର ଚାଲିଥିବା ସମୟରେ ହଠାତ ମହୁମାଛି ଆକ୍ରମଣ କରିଥିଲେ ।

Bee attack during campaign In Subarnapur
Bee attack during campaign In Subarnapur (ETV Bharat Odisha)

ପ୍ରଚାର ବେଳେ ଡିଜେ ସାଉଣ୍ଡର ପ୍ରଚଣ୍ଡ ଶବ୍ଦ ହେବାରୁ ମହୁମାଛି ମହୁଫେଣାରୁ ବାହାରି ଆସି ଆକ୍ରମଣ କରିଥିବା କୁହାଯାଉଛି । ତେବେ ମହୁମାଛି ଆକ୍ରମଣରେ ବିନିକା ବ୍ଲକ ବିଜେଡି ସଭାପତି ଦ୍ବାରିକାନାଥ ସାହୁଙ୍କ ସମେତ ପ୍ରାୟ ୨୦ଜଣ ବିଜେଡି କର୍ମୀ ଓ ସମର୍ଥକ ଆହତ ହୋଇଥିବା ଜଣାପଡିଛି । ସମସ୍ତେ ବିନିକା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏପରିକି ବଲାଙ୍ଗୀର ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ବୀରମହାରାଜପୁର ବିଜେଡି ବିଧାନସଭା ପ୍ରାର୍ଥୀ ପଦ୍ମନାଭ ବେହେରାଙ୍କୁ ମଧ୍ୟ ମହୁମାଛି ଆକ୍ରମଣ କରିଥିବା ବିନିକା ବିଜେଡି ବ୍ଲକ ସଭାପତି ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ପ୍ରଚାରର ମଙ୍ଗ ଧରିଲେ ତାରକା ପ୍ରଚାରକ, ପଛରେ ରହିଛି କଂଗ୍ରେସ - Lok Sabha Election 2024

ସୂଚନାଯୋଗ୍ୟ, ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଅଧିନରେ ବଲାଙ୍ଗୀର ଜିଲ୍ଲାର 5ଟି ବିଧାନସଭା ଆସନ ରହିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଥିବା 2ଟି ବିଧାନସଭା ଆସନ ରହିଛି । ସେଗୁଡିକ ହେଲା ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜୀ, ପାଟଣାଗଡ ଓ ଲୋଇସିଂହା ଓ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଓ ସୋନପୁର ବିଧାନସଭା ଆସନ । ଚଳିତ ନିର୍ବାଚନରେ 30ଲକ୍ଷ 23ହଜାର 162 ଭୋଟର ମତଦାନ କରିବେ । ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ ବିଜେଡିରୁ ସୁରେନ୍ଦ୍ର ସିଂ ଭୋଇ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ଅଭିନେତା ମନୋଜ ମିଶ୍ର ଓ ବିଜେପିରୁ ସଂଗୀତା କୁମାରୀ ସିଂଦେଓ ପ୍ରାର୍ଥୀ ହୋଇଛନ୍ତି । ୨୦ ତାରିଖରେ ଏଠାରେ ଭୋଟ ପଡିବାକୁ ଥିବା ବେଳେ ୩ଜଣଙ୍କ ମଧ୍ୟରେ କଡା ଫାଇଟ ହେବ ବୋଲି ଅନୁମାନ କରାଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.