ETV Bharat / state

ରାତି ପାହିଲେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ମୋଦି, ରୋଡ ସୋରେ କମ୍ପିବ ରାଜଧାନୀ - PM Modi roadshow in Bhubaneswar

author img

By ETV Bharat Odisha Team

Published : May 9, 2024, 6:06 PM IST

PM Modi to hold roadshow in Bhubaneswar: ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ଓଡିଆ ଗସ୍ତ ରହିଥିବା ବେଳେ ଜନସଭାକୁ ସମ୍ବୋଧିତ କରିବା ସହିତ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ । ପାର୍ଟି ଅଫିସରୁ ଆରମ୍ଭ ହେବା ନେଇ ଗୋଲକ ମହାପାତ୍ରଙ୍କ ସୂଚନା । ଅଧିକ ପଢନ୍ତୁ

PM Modi to hold roadshow
PM Modi to hold roadshow (ETV Bharat Odisha)

PM Modi to hold roadshow (ETV Bharat Odisha)

ଭୁବନେଶ୍ବର: ବିଜେପି କେନ୍ଦ୍ରୀୟ ନେତାଙ୍କ ନଜରରେ ଓଡିଶା । କେମିତି ଓଡିଶା ରେ ଡ଼ବଲ ଇଞ୍ଜିନ୍ ସରକାର ହେବ ତାକୁ ନେଇ ଜୋର୍ ଧରିଛି । ଏହାରି ଭିତରେ ରାତି ପାହିଲେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ଗସ୍ତ ପାଇଁ ପ୍ରସ୍ତୁତ ରହିଛି ଭୁବନେଶ୍ବର । ଶୁକ୍ରବାର ଓଡିଶା ଆସିବା ପରେ ରାତି 8 ଟାରେ ପାର୍ଟି ଅଫିସରୁ ରୋଡ ସୋ କରିବେ ମୋଦି । ଭୁବନେଶ୍ୱର ବାସିନ୍ଦାକୁ ରୋଡ଼ ସୋ ମାଧ୍ୟମରେ ଭେଟିବେ ପ୍ରଧାନମନ୍ତ୍ରୀ । ଏନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତରେ ଏକ ଐତିହାସିକ ରୋଡ ସୋ ହେବ। ରାଜଭବନରେ ରାତ୍ରି ଯାପନ କରି ପର ଦିନ 3ଟି କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦି । ପ୍ରଥମେ ସକାଳ 9 ଟା 30 ରେ କନ୍ଧମାଳ ଷ୍ଟାଡିୟମ ପଡିଆରେ ଏକ ସମାବେଶରେ ଯୋଗ ଦେବେ । ପରେ 11ଟା 30ରେ ବଳଙ୍ଗୀରରେ ସାଧାରଣ ସଭାରେ ଉଦବୋଧନ ଦେବେ । ଦିନ ଗୋଟାଏ ବେଳେ ବରଗଡ଼ ଟୋଲ ଗେଟ ପଡିଆରେ ମୋଦି ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ ରାଲି ପୂର୍ବରୁ ଭୁବନେଶ୍ୱରରେ ବ୍ଲାକ କ୍ୟାଟ୍ କମାଣ୍ଡୋ ପହଞ୍ଚି ସୁରକ୍ଷା ସ୍ଥିତିର ଯାଞ୍ଚ କରିଛନ୍ତି । ମୋଦିଙ୍କ ରୋଡ୍‌ ସୋ'ରେ ୨ ଲକ୍ଷ ଲୋକଙ୍କୁ ଏକାଠି କରିବାକୁ ଯୋଜନା କରିଛି ଦଳ ।

ଏହା ମଧ୍ୟ ପଢନ୍ତୁ: ରୋଡ ସୋରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଚିନ୍ତା, ସନ୍ଦିଗ୍ଧ ଗତିବିଧି ଏଡାଇବାକୁ ଜୋରଦାର ଚେକିଂ - SECURITY ARRANGEMENT FOR PM VISIT

ଏହା ପୂର୍ବରୁ ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସିଥିଲେ ପ୍ରଧାନମନ୍ତ୍ରୀ । ଗତ 5 ତାରିଖ ରାତିରେ ମୋଦି ଭୁବନେଶ୍ବରରେ ପହଞ୍ଚିଥିଲେ । ସଭାରେ ଉଦବୋଧନ ଦେଇ କହିଥିଲେ, ଆସନ୍ତା ମାସ ୪ ତାରିଖରେ ସମଗ୍ର ଦେଶରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବ । ଉକ୍ତ ଦିନ ଓଡ଼ିଶାର କାୟା ପଲଟିବ । ଦୀର୍ଘ ୨୫ ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାରର ଜୁନ୍ ୪ ତାରିଖ ହେଉଛି ଏକ୍ସପାରୀ ଡେଟ୍ । ଦକ୍ଷିଣ ଓଡ଼ିଶାରେ ପାୱାରଫୁଲ୍ ସୋ କରି ଏପରି ଭାବେ ବିଜେଡି ଉପରେ ବର୍ଷି ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଜନସଭାରେ ବିଜେଡି ସରକାରକୁ ଟାର୍ଗେଟ କରିବା ସହ ଆସନ୍ତା ଜୁନ୍ ୧୦ରେ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ । ତେବେ ବର୍ତ୍ତମାନ ମୋଦି ଓଡିଆ ଗସ୍ତରେ ଆସି କଣ କହିବେ ସେ ଉପରେ ସମସ୍ତଙ୍କର ନଜର ରହିଛି ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.