ETV Bharat / state

ବଜ୍ରକାପ୍ତା ରାକେଟର ପର୍ଦ୍ଦାଫାସ, 6 ଗିରଫ

author img

By ETV Bharat Odisha Team

Published : Feb 29, 2024, 7:07 AM IST

Live Pangolin Rescued: ବେଆଇନ ବଜ୍ରକାପ୍ତା ଚାଲାଣ ବେଳେ ମାଡ଼ି ବସିଲା ଛତିଶଗଡ଼ ଏବଂ ଓଡ଼ିଶା ବନ ବିଭାଗ । ଅଧିକ ପଢନ୍ତୁ

ବଜ୍ରକାପ୍ତା ରାକେଟର ପର୍ଦ୍ଦାଫାସ, ଛଅ ଗିରଫ
ବଜ୍ରକାପ୍ତା ରାକେଟର ପର୍ଦ୍ଦାଫାସ, ଛଅ ଗିରଫ

ବଜ୍ରକାପ୍ତା ରାକେଟର ପର୍ଦ୍ଦାଫାସ, ଛଅ ଗିରଫ

ନୂଆପଡ଼ା: ବେଆଇନ ବଜ୍ରକାପ୍ତା ଚାଲାଣ ରାକେଟର ପର୍ଦ୍ଦାଫାସ । ବଜ୍ରକାପ୍ତା ଚାଲାଣ ବେଳେ ମାଡ଼ି ବସିଲା ଛତିଶଗଡ଼ ଓ ଓଡ଼ିଶା ବନ ବିଭାଗ । ଏଭଳି ଏକ ରାକେଟ ଧରାପଡ଼ିଛି ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ । ବଜ୍ରକାପ୍ତା ଡ଼ିଲ ସମୟରେ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲା ବନ ବିଭାଗ । ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଏବଂ ୩ଟି ମୋଟର ସାଇକଲ ଜବତ କରିବା ସହ ଛଅ ଜଣ ବନ୍ୟଜନ୍ତୁ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ତେବେ ଜବତ ବଜ୍ରକାପ୍ତାର ଓଜନ 11 କେଜି 200ଗ୍ରାମ ହୋଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଗତକାଲି(ବୁଧବାର) ଦିନ ବନ୍ୟଜନ୍ତୁ ଚାଲାଣକାରୀ ମାନେ ସିନାପାଲି ବନାଞ୍ଚଳର ଲିଆଡ଼ ଗ୍ରାମ ନିକଟ ଚଉରା ଜଙ୍ଗଲରେ ଜୀବନ୍ତ ବଜ୍ରକାପ୍ତା ଡ଼ିଲ କରୁଥିଲେ । ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ ସିନାପାଲି ବନାଞ୍ଚଳ ଅଧିକାରୀ ମୁରାରୀ ପଣ୍ଡାଙ୍କ ନେତୃତ୍ବରେ ଓଡ଼ିଶା ଏବଂ ଛତିଶଗଡ଼ ବନ ବିଭାଗ ମିଳିତ ଭାବରେ ଚଢାଉ କରିଥିଲେ । ଘଟଣା ସ୍ଥଳରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଜବତ କରିବା ସହ ଛଅ ଜଣଙ୍କୁ କାବୁ କରିଥିଲା ବନ ବିଭାଗ ।

ତେବେ ଗିରଫ ବ୍ୟବସାୟୀ ମାନେ ହେଲେ ନୂଆପଡ଼ାର ରାଣୀମୁଣ୍ଡା ଗ୍ରାମର ଚିତନନ୍ଦ ହାତୀ, କମ୍ପାନୀଗୁମାର ଦୁର୍ଯ୍ୟୋଧନ ମାଝୀ, ଡୁଆଝରର ଗୋବର୍ଦ୍ଦନ ସତନାମୀ, ସରଧାପୁରର ବବଲୁ ଅଜଗରା ହୋଇଥିବାବେଳେ, ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ବାସୁଦେବ ଦାସ, ବଲସିଙ୍ଗ ଗହୀର ବୋଲି ଜଣାପଡ଼ିଛି । ଗତକାଲି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଖଡ଼ିଆଳ ବନ ଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ଜିଲ୍ଲାରେ ବନ୍ୟଜନ୍ତୁ କାରବାର ବଢ଼ିବାରେ ଲାଗିଛି । ରାଜ୍ୟ ତଥା ରାଜ୍ୟବାହାରକୁ ବେଆଇନ ଭାବେ ଏହି ସବୁ ଚାଲାଣ ହେଉଛି । ଯାହା ବନ ବିଭାଗ ପାଇଁ ମୁଣ୍ଡ ବଥାର କାରଣ ପାଲଟିଛି ।

ଏହା ମଧ୍ୟ ପଢନ୍ତୁ ......ବଜ୍ରକାପ୍ତା ଡିଲ ବେଳେ ମାଡ଼ି ବସିଲା ବନ ବିଭାଗ, ଜଣେ ଗିରଫ

ପ୍ରକାଶ ଯୋଗ୍ୟ, ଗତ ମାସରେ ମୟୂରଭଞ୍ଜ ଜିଲ୍ଲାରେ ବଜ୍ରକାପ୍ତା କାତି ବିକ୍ରି କରିବା ଉଦ୍ଦେଶ୍ୟରେ ଆଣିଥିବା 2 ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ । ସୂଚନା ଅନୁଯାୟୀ, ବଜ୍ରକାପ୍ତା କାତି କାରବାର ହେଉଥିବାର କୌଣସି ସୁତ୍ରରୁ ଖବର ପାଇ କରଞ୍ଜିଆ ବନଖଣ୍ଡ ଅଧିକାରୀ, ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସମେତ କରଞ୍ଜିଆ ଠକୁରମୁଣ୍ଡା ରେଞ୍ଜର ବନ କର୍ମଚାରୀଙ୍କୁ ନେଇ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରଖାଇ ଗ୍ରାମରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ବଜ୍ରକାପ୍ତା କାତି କାରବାରରେ ସମ୍ପୃକ୍ତ ଥିବା କରନ ହାଁସଦା ଓ ଦୁବରାଜ ଗାଗରାଇଙ୍କୁ ଗିରଫ କରିଥିଲା ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.