ETV Bharat / state

ରାଜଧାନୀରେ ଲେଡି ଡ୍ୟାନ୍ସରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ପରିବାର - Lady Dancer Found Dead

author img

By ETV Bharat Odisha Team

Published : May 11, 2024, 3:51 PM IST

SUSPICIOUS DEATH OF LADY DANCER: ଭଡା ଘରୁ ମିଳିଲା ଡ୍ୟାନ୍ସରଙ୍କ ମୃତଦେହ । ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଅଧିକ ପଢନ୍ତୁ

SUSPICIOUS DEATH OF LADY DANCER
SUSPICIOUS DEATH OF LADY DANCER (ETV Bharat Odisha)

SUSPICIOUS DEATH OF LADY DANCER (ETV Bharat Odisha)

ଭୁବନେଶ୍ବର: ରାଜଧାନୀରୁ ଲେଡି ଡ୍ୟାନ୍ସରଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ଲେଡି ଡ୍ୟାନ୍ସରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ବଡଗଡ ଥାନା ବଡଗଡ ଗାଁର ପଡା ସାହିର ଭଡ଼ା ଘରୁ ମୃତଦେହ ଜବତ କରାଯାଇଛି । ମୃତ ଯୁବତୀ ହେଲେ ସୁଲୋଚନା ଦାସ । ସେ ଜଣେ ଲେଡି ଡ୍ୟାନ୍ସର ଭାବେ କାର୍ଯ୍ୟ କରନ୍ତି ।

ତେବେ ବଡଗଡ ଥାନା ଅଧିକାରୀଙ୍କ ସୁଚନା ମୁତାବକ," ମୃତ ଯୁବତୀଙ୍କ ବାପାଙ୍କ ରିପୋର୍ଟ ଅନୁସାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ଭଡ଼ା ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ଭାବେ ଜଣାପଡି ନାହିଁ । ମୃତ୍ୟୁର କାରଣ ଜାଣିବା ପାଇଁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଯେହେତୁ ପରିବାର ଲୋକେ ବିଭିନ୍ନ ଦିଗକୁ ନେଇ ଅଭିଯୋଗ ଆଣିଛନ୍ତି ସେନେଇ ତନାଘନା ଚାଲିଛି । ମୃତଦେହ ମିଳିଥିବା ଭଡ଼ା ଘରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛ । "

ଏହା ମଧ୍ୟ ପଢନ୍ତୁ: ହଷ୍ଟେଲରୁ ଲେଡି ବକ୍ସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ - Lady Boxer Found Dead

ତେବେ ଏନେଇ ମୃତ ଯୁବତୀଙ୍କ ସାନ ଭଉଣୀ କହିଛନ୍ତି, " ଆମେ ପ୍ରଥମେ ଜଣେ ଯୁବକ ନିହାର ଗିରିଙ୍କ ଠାରୁ ଫୋନ୍ କଲ୍ ପାଇଥିଲୁ । ସେ ଜଣେ ହୋଟେଲ ମାଲିକ । ଆମ ଭଉଣୀ ସହିତ ସେ ଲିଭଇନ୍‌ରେ ରହୁଥିଲେ । ଏହାପରେ ଆମେ ବଡଗଡ ଗାଁରେ ପହଞ୍ଚିଥିଲୁ । ହେଲେ ପରେ ପୁରୁଷ ବନ୍ଧୁଙ୍କ ଫୋନ ସ୍ବିଚଅଫ ହୋଇଯାଇଥିଲା । ଆମେ ଖୋଜାଖୋଜି କରି ପାଉରୁଟି ଫ୍ୟାକ୍ଟ୍ରି ପାଖ ପଡାସାହିରେ ଥିବା ଏକ ଭଡା ଘରେ ପହଞ୍ଚିଥିଲୁ । ଆମେ ଦେଖିଲା ବେଳକୁ ଭଉଣୀ ଫ୍ୟାନରେ ଏକ ଓଢଣୀରେ ଝୁଲି ରହିଥିଲେ । ଅର୍ଥାତ୍ ତାଙ୍କ ଗୋଡ ବଙ୍କା ହୋଇ ଆଣ୍ଠୁ ତଳେ ଲାଗିଥିଲା ।ପାଖରେ ମଦ ବୋତଲ ଓ ସିଗାରେଟ ଖୋଳ ପଡିଥିଲା। ତେବେ ସଂଦେହ ହେଉଛି ତାଙ୍କୁ ହତ୍ୟା କରାଯାଇଛି । ସେମାନେ ଲିଭଇନରେ ରହୁଥିଲେ । ହୁଏତ ତାଙ୍କ ଭିତରେ ବଚସା ହୋଇଥାଇପାରେ । ଗଣ୍ଡଗୋଳରୁ ତାକୁ ହତ୍ୟା କରାଯାଇଥାଇପାରେ । କାରଣ ପିଠିରେ ମାଡ଼ ଚିହ୍ନ ଓ ମୁହଁରେ ଦାଗ ରହିଛି ।"

ତେବେ ମିଳିଥିବା ସୂଚନା ମୁତାବକ, ମୃତ ଯୁବତୀ ଜଣେ ଲେଡି ଡ୍ୟାନ୍ସର । ସେ ଅନେକ ପାର୍ଟି ଇଭେଣ୍ଟ ଓ ଷ୍ଟେଜ ସୋରେ ଡ୍ୟାନ୍ସର ଭାବେ କାମ କରନ୍ତି । ଏପରିକି ରାଜ୍ୟ ବାହାରେ ମଧ୍ୟ ଯାଇ କାମ କରୁଥିଲେ । ଏକ ବର୍ଷ ହେବ ଭୁବନେଶ୍ୱରରେ ରହୁଥିଲେ । ତାଙ୍କ ଘର ଜଗତସିଂହପୁର ତିର୍ତ୍ତୋଲ ଅଲଣା । ତେବେ ସେ ଘରକୁ ଟଙ୍କାଟିଏ ପଠାଉ ନଥିବାରୁ ଟଙ୍କା ନେଣଦେଣକୁ ନେଇ କୌଣସି ପ୍ରକାର ବଚସା ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଘଟଣା ପରେ ପୁରୁଷ ବନ୍ଧୁ ଫେରାର ରହିଥିବା ବେଳେ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.