ETV Bharat / state

ଶୁଖିଲା ପଡ଼ିଛି ମାଛକାନ୍ଦଣା ନଦୀ, ଜଳକଷ୍ଟ ଭୋଗୁଛନ୍ତି ସହରବାସୀ - Water Problem

author img

By ETV Bharat Odisha Team

Published : May 10, 2024, 8:07 AM IST

Water Problem: କେନ୍ଦୁଝରରେ ଜଳକଷ୍ଟ । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସହରବାସୀ । ଅଧିକ ପଢନ୍ତୁ

Water Problem in Kendujhar
Water Problem in Kendujhar (ETV Bharat Odisha)

Water Problem in Kendujhar (ETV Bharat Odisha)

କେନ୍ଦୁଝର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ସେଥିରେ ପୁଣି ଦାଉ ସାଧୁଛି ଜଳକଷ୍ଟ । ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି କେନ୍ଦୁଝର ସହରବାସୀ । ସହରର ଭୂତଳ ଜଳସ୍ତର ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଅନ୍ୟପଟେ ବିଭିନ୍ନ ୱାର୍ଡରେ ଥିବା ପୋଖରୀଗୁଡ଼ିକ ମଧ୍ୟରୁ କିଛି ରୂପାନ୍ତରିତ କାର୍ଯ୍ୟ ନେଇ ବନ୍ଦ ହୋଇପଡ଼ିଥିବା ବେଳେ କିଛି ନଷ୍ଟ ହୋଇଗଲାଣି ।ଫଳରେ ସହରରେ ଜଳ ସଙ୍କଟ ମୁଣ୍ଡ ଟେକିଛି । ଅନ୍ୟପଟେ ଗତ ଏକ ମାସ ହେବ ସହରର ବିଭିନ୍ନ ୱାର୍ଡକୁ ଜଳ ଯୋଗାଣ ହେଉନଥିବା ଅଭିଯୋଗ କରିଛନ୍ତି ସହରବାସୀ । ଯାହାଫଳରେ କେନ୍ଦୁଝରରେ ଏହି ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଠାରୁ ଅଧିକ ଦାଉ ସାଧୁଛି ଜଳକଷ୍ଟ ।

କେନ୍ଦୁଝରରେ ପ୍ରବାହିତ ହେଉଛି ମାଛକାନ୍ଦଣା ନଦୀ । ଏହି ନଦୀ ଉପରେ ରାଜାରାଜୁଡ଼ା ଅମଳରେ ଏକ ନଦୀବନ୍ଧ ବନ୍ଧାଯାଇ ସହରବାସୀଙ୍କ ପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିଲା । ସେବେଠାରୁ କେନ୍ଦୁଝର ସହରକୁ ଦୀର୍ଘ ଦିନ ଧରି ସାନମାଛକାନ୍ଦଣା ନଦୀରୁ ପାନୀୟ ଜଳ ଯୋଗାଣ ହୋଇଆସୁଛି । କିନ୍ତୁ ଏହି ନଦୀବନ୍ଧରେ ଜଳଧାରଣ କ୍ଷମତା କମି କମି ଆସୁଛି । ଏହା ଫଳରେ ସହରରେ ପାନୀୟ ଜଳ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦିନ ଦିନ ଧରି ସହରର ବିଭିନ୍ନ ୱାର୍ଡକୁ ଜଳ ଯୋଗାଣ ବାଧାପ୍ରାପ୍ତ ହେଉଛି । ଏହା ଫଳରେ ସହରବାସୀ ନାହିଁ ନଥିବା ଜଳକଷ୍ଟର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଏକ ନମ୍ୱର ୱାର୍ଡରୁ ଦଶ ନମ୍ବର ୱାର୍ଡ ପର୍ଯ୍ୟନ୍ତ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ... ଫେଲ ମାରିଛି ବସୁଧା: ପାଣି ଟାଙ୍କି ଅଛି ଟ୍ୟାପ ଲାଗିଛି, ମିଳୁନି ବିଶୁଦ୍ଧ ଜଳ - Basudha Scheme Fails

ପିଇବା ପାଣି ପାଇଁ ଦୂରରେ ଥିବା ନଳକୂପ ହିଁ ସାହାରା ପାଲଟିଛି । ଗାଧୋଇବା ଓ ଶୌଚ ପାଇଁ ମଧ୍ୟ ଲୋକେ ହଇରାଣ ହେଉଛନ୍ତି । ତେବେ ପୁରୁଷମାନେ ତ କେଉଁଭଳି ଭାବରେ ବାହାରେ ଗାଧୋଇବା କିମ୍ବା ଅନ୍ୟ କାମ କରିନେଉଛନ୍ତି କିନ୍ତୁ ଏସବୁ ମଧ୍ୟରେ ହଇରାଣ ହେଉଛନ୍ତି ମହିଳା । ଏହି ସମୟରେ ସହର ପାନୀୟ ଜଳ ଯୋଗାଣ ବିଭାଗର ଟ୍ୟାଙ୍କର ହିଁ ସାହାରା ପାଲଟିଛି । ତେବେ ଏହି ଟ୍ୟାଙ୍କ ମଧ୍ୟ ସବୁଦିନ ଆସୁନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଏହି ଟ୍ୟାଙ୍କରରୁ ପାନୀୟ ଜଳ ନେବା ପାଇଁ ଲାଇନ୍ ଲଗାଇ ଘଣ୍ଟା ଘଣ୍ଟା ଧରି ଛିଡା ହେବାକୁ ପଡୁଛି । ଯେତିକି ପାଣି ହେଉଛି ସେତିକିରେ ସନ୍ତୁଷ୍ଟ ହେବାକୁ ପଡୁଛି ସହରବାସୀଙ୍କୁ । ଏନେଇ ପୌରପାଳିକା ପକ୍ଷରୁ କିଛି ଟ୍ୟାଙ୍କର ଯୋଗାଇ ଦିଆଯାଉଥିବା ବେଳେ ବହୁ ସମୟରେ ପାଣି ନପାଇ ସହରବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏନେଇ ଜଳ ଯୋଗାଣ ବିଭାଗ କିମ୍ବା ପୌରପାଳିକାର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.