ETV Bharat / state

ସମନ୍ବିତ ଚାଷ ସାଜିଛି ଉଦାହରଣ, ଜମିହୀନଙ୍କୁ ବିନା ଶୁଳ୍କରେ ଜମି ଦେଲେ ଯୁବଚାଷୀ

author img

By ETV Bharat Odisha Team

Published : Mar 14, 2024, 8:17 PM IST

Intergrated Farming: ସମନ୍ବିତ ଚାଷ ପ୍ରଣାଳୀରେ ଚାଷ କରି ଉଦାହରଣ ସାଜିଛନ୍ତି ଦଶମନ୍ତପୁର ବ୍ଲକ ଅନ୍ତର୍ଗତ କାଉଗୁଡା ଗ୍ରାମବାସୀ । ପରସ୍ପର ମଧ୍ୟରେ ଭଲ ବୁଝାମଣା ସେମାନଙ୍କୁ ଦେଇଛି ନୂଆ ସମ୍ଭାବନା । ଅଧିକ ପଢନ୍ତୁ

Intergrated Farming
Intergrated Farming

Intergrated Farming

କୋରାପୁଟ: ସମନ୍ବିତ ଚାଷ ପ୍ରଣାଳୀକୁ ଆପଣାଇ କୃଷି କ୍ଷେତ୍ରରେ ଆଉ ପାଦେ ଆଗେଇଛନ୍ତି କୋରାପୁଟବାସୀ । ଝରଣାରୁ ପାଣି ଉଠାଇ ବର୍ଷ ତମାମ ବିଭିନ୍ନ ପନିପରିବା ଚାଷ କରୁଛନ୍ତି ଅଞ୍ଚଳବାସୀ । ବିଭିନ୍ନ ସ୍ଥାନରେ ଇଞ୍ଚେ ଜମି ପାଇଁ ଗଣ୍ଡଗୋଳ ଓ ଏପରିକି ହଣାକଟା ହୋଇ କୋର୍ଟ କଚେରୀ ପର୍ଯ୍ୟନ୍ତ କଥା ଯାଉଥିବା ଦେଖିବାକୁ ମିଳୁଛି । ହେଲେ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ କାଉଗୁଡା ଗ୍ରାମବାସୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ । ଗ୍ରାମବାସୀମାନେ ପୂର୍ବରୁ ପାଣି ଅଭାବରୁ କେବଳ ବର୍ଷାଦିନିଆ ଚାଷ କରି ଜୀବିକା ନିର୍ବାହ କରୁଥିବାବେଳେ ଏବେ କରୁଛନ୍ତି ସମନ୍ବିତ ଚାଷ । CYSD (ସେଣ୍ଟର ଫର୍ ୟୁଥ ଆଣ୍ଡ ସୋସିଆଲ ଡେଭେଲପମେଣ୍ଟ) ଏବଂ ଓଡିଶା ଏଗ୍ରୋ ଇଣ୍ଡଷ୍ଟ୍ରିସ କର୍ପୋରେସନର ସହଯୋଗରେ ଗାଁର ତଳ ମୁଣ୍ଡରେ ବହିଯାଉଥିବା ଝରଣା ସାହାଯ୍ୟରେ ସମନ୍ବିତ ଚାଷ ପ୍ରଣାଳୀକୁ ଆପଣାଇଛନ୍ତି । ପରସ୍ପର ମଧ୍ୟରେ ଭଲ ବୁଝାମଣା ସେମାନଙ୍କୁ ଦେଇଛି ନୂଆ ସମ୍ଭାବନା ।

ସୂଚନା ଅନୁସାରେ, ପ୍ରାୟ 45 ଟି ଗାଦବା ଆଦିବାସୀ ଜନଜାତିର ପରିବାର ଏଠାରେ ବସବାସ କରନ୍ତି । ଏହି ଗ୍ରାମରେ ସମସ୍ତେ ଗାଈ ଗୋରୁ , ଛେଳି କୁକୁଡ଼ା ପାଳନ କରି ସ୍ୱଚ୍ଛଳ ଜୀବନ ବିତାଇବା ଦିଗରେ ଅଗ୍ରସର ହୋଇଥିବା ଏହି ଗାଁର ବାସିନ୍ଦା ମଦନ ଗାଦବା ଜଣାଇଛନ୍ତି । ସେ କହିଛନ୍ତି, "ସାମାଜିକ ସମନ୍ୱୟ ରକ୍ଷା କରିବାର ପାରମ୍ପରିକ ଧାରାକୁ ବଜାୟ ରଖିଛନ୍ତି । ଆଜିବି ଗାଁରେ ପାଳି କରି ପ୍ରତ୍ୟେକ ପରିବାର ସମଗ୍ର ଗାଁର ଗାଈଗୋରୁ, ଛେଳି ମେଣ୍ଢାଙ୍କୁ ଚରାଇବା ପାଇଁ ନେଇଯାଆନ୍ତି ।" ଏଥି ସହିତ ଗୋବରକୁ ଏକାଠି କରି ପ୍ରସ୍ତୁତ ହେଉଥିବା ଜୈବିକ ଖତକୁ ସମସ୍ତେ ବ୍ୟବହାର କରି ସମଗ୍ର ଗ୍ରାମକୁ ଏକ ନୂତନ ପରିଚୟ ଆଣିଦେଇଛନ୍ତି । ତେବେ ଗାଁରେ ଥିବା ସମସ୍ତ 45 ପରିବାର ନିକଟରେ ଚାଷ ଜମି ନଥିବାବେଳେ ଗ୍ରାମବାସୀ କାହାକୁ ନିରାଶ କରିନାହାନ୍ତି । ନିଜ ସାଧ୍ୟମତେ ନିଜ ଜମିରୁ କିଛି ଅଂଶରେ ବିନା ଶୁଳ୍କରେ ଜମିହୀନ ପରିବାରକୁ ଚାଷ କରିବା ପାଇଁ ସୁଯୋଗ ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...କୋରାପୁଟକୁ ନୂଆ ପରିଚୟ ଦେବ ରଙ୍ଗୀନ ଧାନ, ଗୁଣବତ୍ତା ଆବିଷ୍କାର କଲେ ଗବେଷକ

ଗାଁର ଜଣେ ଯୁବକ ଭୁବନ ଗାଦବା ଏହି ଦିଗରେ ସମସ୍ତଙ୍କଠାରୁ ଦୁଇ ପାଦ ଆଗକୁ ଯାଇ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ । ନିଜର ଦେଢ଼ ଏକର ଜମିରେ ଅଧା ଜାଗାରେ ବିଭିନ୍ନ ରକମର ପନିପରିବା ଚାଷ କରିବା ସହିତ ସେହି ଗ୍ରାମର ସାମ ଗାଦବାଙ୍କୁ ଅଧା ଜମି ନିଶୁଳ୍କରେ ଚାଷ କରିବା ପାଇଁ ଛାଡ଼ିଦେଇଛନ୍ତି । ନିଜେ ଚାଷକାମ କରି ଖୁସିରେ ରହିବା ସହ ଗାଁରେ ଚାଷ ଜମି ନଥିବା ଯୋଗୁଁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସେ ତାଙ୍କ ଜମିରୁ ଅଧା ଚାଷ କରିବା ପାଇଁ ସାମଙ୍କୁ ଦେଇଥିବା କଥା କହିଛନ୍ତି । ବର୍ତ୍ତମାନ ପାଣି ମାଡୁଥିବା ଯୋଗୁଁ ଅନ୍ୟମାନଙ୍କ ଭଳି ଚାଷ କାମ କରି ଆନନ୍ଦରେ ରହୁଥିବା ସାମ ଜଣାଇଛନ୍ତି । CYSDର ପ୍ରତିଷ୍ଠାତା ଜଗଦାନନ୍ଦ କହିଛନ୍ତି, "ଏହି ଗାଁରେ ଏପରି ଏକ ସହଭାଗୀତା ମାଧ୍ୟମରେ ମାନବିକତାର ନିଦର୍ଶନ ଦେଖିବାକୁ ମିଳିଛି । ଯାହା ସାରା ବିଶ୍ବ ପାଇଁ ଏକ ଅନନ୍ୟ ଉଦାହରଣ ।"

  • " class="align-text-top noRightClick twitterSection" data="">
ଇଟିଭି ଭାରତ, କୋରାପୁଟ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.