ETV Bharat / state

ମାହାଙ୍ଗା ଡବଲ ମର୍ଡର ଘଟଣା, ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବୃଦ୍ଧି

author img

By ETV Bharat Odisha Team

Published : Feb 21, 2024, 9:18 PM IST

Mahanga Double Murder Case: ମାହାଙ୍ଗା ଡବଲ ମର୍ଡର ଘଟଣା । ହାଇକୋର୍ଟଙ୍କ ନୂତନ ଖଣ୍ଡପୀଠରେ ବିଧାୟକ ପ୍ରତାପ ଜେନାଙ୍କ ମାମଲାର ଶୁଣାଣି ହୋଇଛି । ଶୁଣାଣି ବେଳେ ଆସନ୍ତା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ପ୍ରତାପଙ୍କ ଅନ୍ତରୀଣ ସୁରକ୍ଷାକୁ ବଳବତ୍ତର ରଖିଛନ୍ତି କୋର୍ଟ। ଅଧିକ ପଢନ୍ତୁ

Pratap Jena
Pratap Jena

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣା। ହାଇକୋର୍ଟଙ୍କ ନୂତନ ଖଣ୍ଡପୀଠରେ ବିଧାୟକ ପ୍ରତାପ ଜେନାଙ୍କ ମାମଲାର ଶୁଣାଣି ହୋଇଛି। ଶୁଣାଣି ବେଳେ ଆସନ୍ତା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ପ୍ରତାପଙ୍କ ଅନ୍ତରୀଣ ସୁରକ୍ଷାକୁ ବଳବତ୍ତର ରଖିଛନ୍ତି କୋର୍ଟ।

ମାହାଙ୍ଗା ଡବଲ ମର୍ଡର ଘଟଣାରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ବିଧାୟକ ପ୍ରତାପ ଜେନା। କ୍ରିମିନାଲ ରିଭ୍ୟୁ ପିଟିସନ ଦାଖଲ କରିଥିଲେ । ୨୦୨୧ ମସିହାରେ ମାହାଙ୍ଗା ଥାନା ଅନ୍ତର୍ଗତ ନୁର୍ତ୍ତାଙ୍ଗ ପଞ୍ଚାୟତରେ ହୋଇଥିବା ଡବଲ ମର୍ଡର ଘଟଣାରେ ପ୍ରତାପଙ୍କ ନାଁରେ ଲାଗିଛି ଦଫା ୩୦୨। ବର୍ତ୍ତମାନ ତାଙ୍କ ବିରୋଧରେ ସାଲେପୁର ଜେଏମଏଫସିରେ ଏହି ମାମଲା ଚାଲିଛି। ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏହି ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି ପ୍ରତାପ।

ଅଧିକ ପଢନ୍ତୁ- ମାହାଙ୍ଗା ଡବଲ ମର୍ଡର: ବଦଳିଲେ ଖଣ୍ଡପୀଠ, ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

ମାହଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବରୁ କୋର୍ଟରେ ହାଜର ହୋଇନାହାନ୍ତି ବିଧାୟକ ପ୍ରତାପ ଜେନା। ସ୍ବାସ୍ଥ୍ୟଗତ କାରଣରୁ କୋର୍ଟଙ୍କୁ ୩ ସପ୍ତାହ ସମୟ ମାଗିଥିଲେ । ସେହିପରି ସିଆରପିସିର ଧାରା ୨୦୫ ରେ ଏକ ପିଟିସନ ବି ଦାଖଲ କରିଛନ୍ତି । ଏହି ଧାରା ଅନୁଯାୟୀ ବ୍ୟକ୍ତିଗତ ହାଜିରାରୁ ବିରତ ଦେବାକୁ ସେ କୋର୍ଟରେ ପ୍ରାର୍ଥନା କରିଛନ୍ତି। ତେବେ ପ୍ରତିପକ୍ଷ ଏହାକୁ ବିରୋଧ ମଧ୍ୟ କରିଛନ୍ତି। ସେହିପରି ସିଆରପିସି ର ଧାରା ୨୧୦ରେ ପ୍ରତିପକ୍ଷ ଆଉ ଗୋଟିଏ ପିଟିସନ ଦାୟର କରିଛନ୍ତି। ମୂଳ ମାମଲାରେ ପ୍ରତାପଙ୍କୁ ସାମିଲ କରିବାକୁ କୋର୍ଟରେ ଆବେଦନ କରାଯାଇଛି। ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟରେ ହାଜର ହେବାକୁ ସମନ କରିଥିଲେ ସାଲେପୁର JMFC କୋର୍ଟ। ଏକ ସ୍ପେସିଆଲ ମେସେଞ୍ଜର ମାଧ୍ୟମରେ କୋର୍ଟ ସମନ ଜାରି କରିଥିଲେ। ସ୍ପେସିଆଲ ମେସେଞ୍ଜର ମାଧ୍ୟମରେ ସମନ କରିବାକୁ ବିଧାୟକ କୋର୍ଟରେ ଆବେଦନ କରିଥିଲେ।

ସୂଚନାଯୋଗ୍ୟଯେ ଗତ 16 ତାରିଖରେ ବିଚାରପତି ବିପି ରାଉତରାୟ ପ୍ରତାପ ଜେନାଙ୍କ ମାମଲାରୁ ଓହରି ଯାଇଥିଲେ । ମୁଖ୍ୟ ବିଚାରପତି ଅନୁମତିକ୍ରମେ ଆଜି ଅନ୍ୟ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଛି । ଏହା ସହ ମାମଲାର ଶୁଣାଣି କରି ଆଜି ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ଆସନ୍ତା ମାର୍ଚ୍ଚ 15 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଖଣ୍ଡପୀଠ। ମାର୍ଚ୍ଚ 15ରେ ପରବର୍ତ୍ତୀ ଶୁଣାଣି ହେବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.