ETV Bharat / state

ପ୍ରଚଣ୍ଡ ଅଗ୍ନିବର୍ଷାରେ ସନ୍ତୁଳିତ ନୂଆପଡାବାସୀ, ଜଳଛତ୍ର ଖୋଲିବାକୁ ଦାବି - nuapada WEATHER

author img

By ETV Bharat Odisha Team

Published : Apr 20, 2024, 8:33 PM IST

NUAPADA WEATHER: ନୂଆପଡ଼ା ଜିଲ୍ଲାରେ ବୃଦ୍ଧି ପାଉଛି ଗ୍ରୀଷ୍ମପ୍ରବାହ । କୂଅ ପୋଖରୀ ଗୁଡିକରେ ଜଳସ୍ତର ହ୍ରାସ ପାଇବା ସହ ସ୍ଥାନେ ସ୍ଥାନେ ଜଳଛତ୍ର ଖୋଲିବା ପାଇଁ ଦାବି ହେଉଛି । ଅଧିକ ପଢନ୍ତୁ

ମୁଣ୍ଡଫଟା ଖରା ଅସ୍ତବ୍ୟସ୍ତ ଜନଜୀବନ ,ଜଳଛତ୍ର ଖୋଲିବାକୁ ଦାବି
ମୁଣ୍ଡଫଟା ଖରା ଅସ୍ତବ୍ୟସ୍ତ ଜନଜୀବନ ,ଜଳଛତ୍ର ଖୋଲିବାକୁ ଦାବି

ମୁଣ୍ଡଫଟା ଖରା ଅସ୍ତବ୍ୟସ୍ତ ଜନଜୀବନ ,ଜଳଛତ୍ର ଖୋଲିବାକୁ ଦାବି

ନୂଆପଡ଼ା: ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ପ୍ରକୋପ ଦେଖା ଦେଇଛି । ପ୍ରବଳ ତାତି ସହ ଝାଞ୍ଜି ପବନରେ ଅଗ୍ନିବର୍ଷା ଅନୁଭବ ହେଉଛି । ସକାଳ 7 ଘଣ୍ଟାରୁ ମୁଣ୍ଡଫଟା ଖରା ଆରମ୍ଭ ହୋଇ ସନ୍ଧ୍ୟା 5 ଘଣ୍ଟା ପର୍ଯ୍ୟନ୍ତ କଲବଲ କରୁଛି । ଜିଲ୍ଲାର ଖଡ଼ିଆଳ, ସିନାପାଲି, ବୋଡେ଼ନ, କୋମନା ଆଦି ଅଞ୍ଚଳରେ ତାପମାତ୍ରା 45 ଡିଗ୍ରୀକୁ ଟପିଥିବା ରେକର୍ଡ କରାଯାଇଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ଦେଖାଦେଇଛି । ଅପରପକ୍ଷେ ଅଘୋଷିତ ବିଦ୍ୟୁତ କାଟ୍ ଲୋକଙ୍କ ଦୁଃଖକୁ ଦ୍ବିଗୁଣିତ କରିଦେଇଛି ।

ମୁଣ୍ଡଫଟା ଖରା ସାଙ୍ଗକୁ ଝାଞ୍ଜିପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି । ସକାଳ 7 ଘଣ୍ଟାରୁ ଖରା ଆରମ୍ଭ ହୋଇ ସନ୍ଧ୍ୟା 5 ଘଣ୍ଟା ପର୍ଯ୍ୟନ୍ତ ଲାଗିରହୁଛି । କାମଧନ୍ଦା କରିବା ପାଇଁ ଲୋକେ ପଦାକୁ ବାହାରି ପାରୁନାହାନ୍ତି । ଅତି ଜରୁରୀ କାମରେ ଲୋକେ ମୁଣ୍ଡରେ ଓଦା ଗାମୁଛା ଘୋଡାଇ ଯାତାୟତ କରୁଥିବା ଦେଖାଦେଇଛି । କାମ ସାରି ନିଜ ଘରକୁ ଶୀଘ୍ର ଫେରିଯାଉଥିବା ପଥଚାରୀମାନେ ପ୍ରକାଶ କରିଛନ୍ତି । ବିଗତ ବର୍ଷ ଅପେକ୍ଷା ଚଳିତବର୍ଷ ଅଧିକରୁ ଅଧିକ ଖରା ଅନୁଭବ ହେଉଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ......ଅଗ୍ନିବର୍ଷାକୁ ମାତ୍‌ ଦେବ କାଳବୈଶାଖୀ, ରାଜ୍ୟବାସୀଙ୍କୁ ମିଳିବ ସାମାନ୍ୟ ଆଶ୍ବସ୍ତି - Odisha Weather


ମୁଣ୍ଡଫଟା ଖରା ପ୍ରକୋପରେ ମଣିଷ ସହିତ ପଶୁପକ୍ଷୀ ମଧ୍ୟ ପ୍ରଭାବିତ ହେଉଥିବା ଦେଖାଦେଇଛି । ଲୋକେ ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ହେଉଥିବାବେଳେ,ପ୍ରଶାସନ ରାସ୍ତା କଡ଼ରେ ସ୍ଥାନେ ସ୍ଥାନେ ଜଳଛତ୍ର ଖୋଲିବା ପାଇଁ ଦାବି ହେଉଛି । ଦିନ 10 ଘଣ୍ଟାରୁ ଗାଁଠାରୁ ସହର ଅଘୋଷିତ କର୍ଫୁ ଜାରି ହେଲା ପରି ଖାଁ ଖାଁ ଲାଗୁଛି । ଶ୍ରମିକ ଶ୍ରେଣୀର ଲୋକମାନେ ସକାଳ 10 ଘଣ୍ଟା ଭିତରେ କାମସାରି ନିଜ ଘର ଅଭିମୁଖେ ଚାଲିଯାଉଥିବା ଦେଖାଦେଇଛି । କୂଅ ପୋଖରୀ ଗୁଡିକରେ ଜଳସ୍ତର ହ୍ରାସ ପାଉଥିବା ଦେଖାଦେଇଛି ।

ପ୍ରକାଶ ଯୋଗ୍ୟ, ରାଜ୍ୟରେ କ୍ରମାଗତ ଭାବେ ୭ ଦିନ ଧରି ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ଆସନ୍ତାକାଲି ଠାରୁ ଗରମ ଗୁଳୁଗୁଳିରୁ ଆଶ୍ବସ୍ତି ମିଳିବ ବୋଲି ସୂଚନା ମିଳିଛି । ୨ ଦିନ ମଧ୍ୟରେ ପଶ୍ଚିମା-ଝଡ ଦ୍ୱାରା ପ୍ରଶମିତ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ହ୍ରାସ ହେବେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।ଏହାର ପ୍ରଭାବରେ ୨୧ରୁ ୨୪ ଏପ୍ରେଲ ମଧ୍ୟରେ ରାଜ୍ୟରେ ତାତିରୁ ସାମୟିକ ଆଶ୍ବସ୍ତି ମିଳିବାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷର ପ୍ରଭାବ ରହିବ । ପରେ ୨୫ ତାରିଖ ପରଠାରୁ ପୁଣି ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ପୁଣି ରାଜ୍ୟର ତାପମାତ୍ରା ବୃଦ୍ଧି ହେବ ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.