ETV Bharat / state

ଭିଜିବ ଅଧା ଓଡିଶା, ଘନ କୁହୁଡି ପାଇଁ 15 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

author img

By ETV Bharat Odisha Team

Published : Feb 15, 2024, 5:46 PM IST

Odisha Weather Report: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଥିବାର ପାଣିପାଗ ବିଭାଗ ସୂଚନା ଦେଇଛି । ଏଥି ସହିତ ୧୫ ଜିଲ୍ଲାକୁ ଘନ କୁହୁଡି ହେବାର ସମ୍ଭାବନା ରହିଥିବା ବେଳେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ପୁଣି ବର୍ଷାରେ ଭିଜିବ ଅଧା ଓଡିଶା , ୧୫ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ
ପୁଣି ବର୍ଷାରେ ଭିଜିବ ଅଧା ଓଡିଶା , ୧୫ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ

ପୁଣି ବର୍ଷାରେ ଭିଜିବ ଅଧା ଓଡିଶା , ୧୫ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ପାଗ ଶୁଖିଲା ରହିଥିବା ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଥିବାର ପାଣିପାଗ ବିଭାଗ ସୂଚନା ଦେଇଛି । ଆଭ୍ୟନ୍ତରୀଣ ଓଡିଶା ସମେତ ବାଲେଶ୍ବର, ଭଦ୍ରକ ଭଳି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ତେବେ ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ଓ ଦେବଗଡରେ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ । ତେବେ କେନ୍ଦ୍ରୀୟ ଛତିଶଗଡ଼ ଓ ତାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ୦.୯ କିଲୋମିଟର ପର୍ଯ୍ୟନ୍ତ ବ୍ୟାପି ରହିଥିବାରୁ ରାଜ୍ୟରେ ଏଭଳି ବର୍ଷା ସମ୍ଭାବନା ସହ ଆକାଶ ମେଘୁଆ ହେବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢନ୍ତୁ ... ଆଉ 2 ଦିନ ଭିଜିବ ଓଡ଼ିଶା, ଘନ କୁହୁଡ଼ି ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ସେପଟେ ସକ୍ରିୟ ଥିବା ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିଥିବାରୁ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ବିଶେଷ ଭାବେ ଆସନ୍ତା ୨୪ ଘଣ୍ଟାରେ କେନ୍ଦ୍ରାପଡା, ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ଗଜପତି, ନୟାଗଡ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଥିବା ବେଳେ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ... ମହାପ୍ରଭୁଙ୍କ ଆଶିଷ ନେଲେ ଅଶ୍ଵିନୀ ବୈଷ୍ଣବ, କହିଲେ ଶ୍ରୀଜିଉ ଚାହିଁଲେ ପୁରୀରୁ ଅଯୋଧ୍ୟାକୁ ଗଡିବ ଟ୍ରେନ

ଅନ୍ୟପଟେ ଗତ ୨୪ ଘଣ୍ଟାରେ ୮ଟି ଷ୍ଟେସନ ଚାନ୍ଦବାଲି, କଟକ, ପାରାଦ୍ବୀପ, ଭୁବନେଶ୍ବର, ଅନୁଗୋଳ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଘନ କୁହୁଡି ଦେଖିବାକୁ ମିଳିଛି । ସେହିପରି ସ୍ବାଭାବିକ ତାପମାତ୍ରାରେ ୪ ରୁ ୫ ଦିନ ଯାଏଁ କୌଣସି ପ୍ରକାରର ପରିବର୍ତ୍ତନ ହେବାକୁ ନଥିବା ବେଳେ ରାଜ୍ୟରେ ସର୍ବାଧିକ ତାପମାତ୍ରା ଟିଟିଲାଗଡ ଓ ଭବାନୀପାଟଣାରେ ୩୫.୦ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ରାଜ୍ୟରେ ସିମିଳିଗୁଡ଼ାରେ ୯.୭ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଛି । ତେବେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୪.୫ ଡିଗ୍ରୀ ରହିଥିବା ବେଳେ ଟ୍ବିନସିଟି ଭୁବନେଶ୍ବରରେ ୨୦.୯ ଡିଗ୍ରୀ ଓ କଟକରେ ୧୯.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.