ETV Bharat / state

ବିଜେପି ମିଶ୍ରଣ ପର୍ବ: ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଆଠମଲ୍ଲିକ NAC ପୂର୍ବତନ ଅଧ୍ୟକ୍ଷ

author img

By ETV Bharat Odisha Team

Published : Feb 27, 2024, 1:43 PM IST

Former Athmallik NAC Chairman Santosh Hota Joins BJP: ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ଆଠମଲ୍ଲିକ ଏନଏସିର ପୂର୍ବତନ ଅଧ୍ୟକ୍ଷ ସନ୍ତୋଷ ହୋତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ବିଜେପିର ମିଶ୍ରଣ ପର୍ବ
ବିଜେପିର ମିଶ୍ରଣ ପର୍ବ

ବିଜେପିର ମିଶ୍ରଣ ପର୍ବ

ଅନୁଗୋଳ: ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତି ପାଣିପାଗ ସେତିକି ସରଗରମ ହେଉଛି । ଏହାରି ଭିତରେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ରାଜନୀତିରେ ହଟଚମଟ ଦେଖିବାକୁ ମିଳିଲାଣି । ନିର୍ବାଚନ ପୂର୍ବରୁ ଚାଲିଛି ଦଳ ଡିଆଁ । ବିଜେଡିର ପାୱାର ସୋ'ର ଦିନକ ପରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ଆଠମଲ୍ଲିକ ଏନଏସିର ପୂର୍ବତନ ଅଧ୍ୟକ୍ଷ ସନ୍ତୋଷ ହୋତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତରେ ବିଜେପିରେ ସାମିଲ ହୋଇଛନ୍ତି ସନ୍ତୋଷ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗୋଳ ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ ଅନୁଗୋଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବରେ ଜିଲ୍ଲାର ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରୁ ପ୍ରାକ୍ତନ ଏନଏସି ଚେୟାରମ୍ୟାନ ସନ୍ତୋଷ ହୋତାଙ୍କ ନେତୃତ୍ୱରେ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ଆଜି ବିଜେପିରେ ଯୋଗ ହୋଇଛନ୍ତି । ସନ୍ତୋଷ ହୋତାଙ୍କ ସହ ପ୍ରାକ୍ତନ କାଉନସିଲର ଭାବଗ୍ରାହୀ ସେଠୀ ଓ ବିନୟ ପାତ୍ର, ମାୟାଧର ମିଶ୍ର, ପ୍ରଦୀପ କୁମାର ନନ୍ଦ, ରବିନାରାୟଣ ଦାସ, ରାଧାମୋହନ ତ୍ରିପାଠୀ, ସିପୁ ସିଂହ, ମନୋରଞ୍ଜନ ପ୍ରଧାନ, ରାକେଶ କୁମାର ସିଂହ, ଚିତ୍ତରଞ୍ଜନ ସିଂହ, ନମଶିବାୟ ବେହେରା, ମୋନଜ ନାୟକ, ସୁଭେନ୍ଦ୍ର ପ୍ରଧାନ, ଜଗନ୍ନାଥ ବେହେରା, ବିଶ୍ୱଜିତ୍ ସାହୁ, ତୋଫାନ ବେହେରା, ରଞ୍ଜୁ ନାଏକଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ, ଯୋଗଦେଲେ ମୋହନାର ପୂର୍ବତନ କଂଗ୍ରେସ ବିଧାୟକ

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ଯେ, " ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ମୂଳକ କାର୍ଯ୍ୟ ଧାରା ତଥା ମୋଦି ଗ୍ୟାରେଣ୍ଟି ସର୍ବାଦ୍ରୁତ । ମୋଦି ସରକାରରେ ସବୁଠୁ ବେଶୀ ଲାଭାର୍ଣ୍ଣିତ ଓଡିଶାବାସୀ ହୋଇଛନ୍ତି । ମୋଦିଙ୍କ ବିକାଶ ମୂଳକ କାର୍ଯ୍ୟ ଧାରାରେ ଅନୁପ୍ରାଣିତ ହୋଇ ଲୋକ ବିଜେପି ପ୍ରତି ମନ ବଳାଇଲେଣି । " ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିକାଶ ମୂଳକ କାର୍ଯ୍ୟରେ ଆକୃଷ୍ଟ ହୋଇ ସେମାନେ ବିଜେପିରେ ଯୋଗ ଦେଇଛନ୍ତି ବୋଲି ନୂଆ କରି ବିଜେପିରେ ଯୋଗ ଦେଇଥିବା କର୍ମୀମାନେ କହିଛନ୍ତି । ବିଜେପିର ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ସହ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ବିଜେପି ରାଜ୍ୟ ଉପ ସଭାପତି ଗୋଲଖ ମହାପାତ୍ର, ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ଭାଗିରଥି ପ୍ରଧାନଙ୍କ ସମେତ ସମସ୍ତ ଜିଲ୍ଲା ନେତୃବୃନ୍ଦ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.