ETV Bharat / state

ସମ୍ପର୍କ ଭୁଲିଗଲା ବାପା, ଭୁଜାଲି ଚୋଟରେ ନେଲା ପୁଅର ଜୀବନ - Father Killed Son

author img

By ETV Bharat Odisha Team

Published : May 1, 2024, 10:03 PM IST

Father Killed Son Over Family Dispute: ପାରିବାରିକ କଳହକୁ କେନ୍ଦ୍ରକରି ପୁଅକୁ ମରଣାନ୍ତକ ଆକ୍ରମଣ କଲା ବାପା । ବାପାର ଭୁଜାଲି ଚୋଟରେ ଚାଲିଗଲା ପୁଅର ଜୀବନ । ଅଧିକ ପଢ଼ନ୍ତୁ

ସମ୍ପର୍କ ଭୁଲିଗଲା ବାପା, ଭୁଜାଲି ଚୋଟରେ ନେଲା ପୁଅର ଜୀବନ
ସମ୍ପର୍କ ଭୁଲିଗଲା ବାପା, ଭୁଜାଲି ଚୋଟରେ ନେଲା ପୁଅର ଜୀବନ

ଭଦ୍ରକ: ନୃଶଂସ ବାପାର ବର୍ବର କାଣ୍ତ । ପାରିବାରିକ କଳହ ନେଲା ମୁଣ୍ଡ । ବୃଦ୍ଧ ବୟସରେ ଯେଉଁ ପୁଅ ବାପାର ସାହାରା ସାଜିଥାନ୍ତା, ସେହି ବାପା ଆଜି ବଇରି ସାଜି ନିଜ ହାତରେ ନିଜ ଜନ୍ମକଲା ପୁଅକୁୁ ହତ୍ୟା କରିଛି । ଭୁଜାଲି ଭୁସି ନିଜ ପୁଅର ଜୀବନ ନେଇଛି ବାପା । ତେବେ ଭଦ୍ରକ ଜିଲ୍ଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ଅଞ୍ଚଳରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଢିଆ ଗ୍ରାମର ମାଧବାନନ୍ଦ ବାରିକ (ଯାହାଙ୍କର ବୟସ 60 ବର୍ଷ) ଏବଂ ପୁଅ ଶଙ୍କର୍ଷଣ ବାରିକ (ଯାହାଙ୍କର ବୟସ 40 ବର୍ଷ)ଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପାରିବାରିକ କଳହ ଲାଗି ରହିଥିଲା । ଆଜି (ବୁଧବାର) କୌଣସି କାରଣକୁ ନେଇ ପୂର୍ବରୁ ଲାଗି ରହିଥିବା ପାରିବାରିକ କଳହକୁ କେନ୍ଦ୍ର କରି ଉଭୟ ବାପା ଏବଂ ପୁଅଙ୍କ ମଧ୍ୟରେ ପ୍ରଥମରେ କଥା କଟାକଟି ହୋଇଥିଲା । ପରେ ବାପା ଓ ପୁଅ ମଧ୍ୟରେ ହାତାହାତି ପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା କ୍ରମଶଃ ଉଗ୍ର ରୂପ ଧାରଣ କରିଥିଲା । ତେବେ ଦୁହିଁଙ୍କ ମଧ୍ୟରେ କଳହ ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ, ଏଥିରେ ଉତ୍‌କ୍ଷୀପ୍ତ ହୋଇ ଏକ ଭୁଜାଲି ସାହଯ୍ୟରେ ପୁଅକୁ ମରଣାନ୍ତକ ଆକ୍ରମଣ କରିଥିଲା ବାପା ।

ଏହା ମଧ୍ୟ ପଢ଼ନ୍ତୁ...ପୁଅକୁ ପିଟିପିଟି ମାରିଦେଲା ନୃଶଂସ ବାପା, ଦୋଷ ଲୁଚାଇବାକୁ ଜାଳିଦେଲା ମୃତଦେହ - Father Killed Son

ଏହା ମଧ୍ୟ ପଢ଼ନ୍ତୁ...ପ୍ରେମ ଆଗରେ ରକ୍ତସମ୍ପର୍କ ତୁଚ୍ଛ, ସୁପାରୀ ଦେଇ ଭାଇକୁ ହତ୍ୟା କଲା ଭଉଣୀ - Sister Killed Brother

ସେପଟେ ବାପାର ଭୁଜାଲି ଚୋଟରେ ପୁଅ ଶଙ୍କର୍ଷଣଙ୍କର ଗୁରୁତର ଭାବେ ଆହତ ହୋଇଥିଲା । ଅନ୍ୟପକ୍ଷରେ ପୁଅ ମଧ୍ୟ ବାପାକୁ ଅନ୍ୟ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏହାରି ଭିତରେ ବାପା ଓ ପୁଅ ମଧ୍ୟରେ ଖଣ୍ଡଯୁଦ୍ଧ ଭଳି ପିରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ବାପାର ଆକ୍ରମଣରେ ଘଟଣାସ୍ଥଳରେ ପୁଅ ଶଙ୍କର୍ଷଣର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ବାପା ମାଧବାନନ୍ଦଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଚିକିତ୍ସା ପାଇଁ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏନେଇ ଖବର ପାଇ ବନ୍ତ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.