ETV Bharat / state

ତହସିଲଦାର ଅଫିସ ଘେରିଲେ ଚାଷୀ ସଙ୍ଗଠନ, ପଞ୍ଜିକରଣ ସମୟ ସୀମା ନେଇ ଅସନ୍ତୋଷ

author img

By ETV Bharat Odisha Team

Published : Mar 6, 2024, 8:43 PM IST

Farmers Protest Against Limited Deadline For Registration: ସମ୍ବଲପୁରରେ ପଶ୍ଚିମ ଓଡିଶା କୃଷକ ସଂଗଠନ ପକ୍ଷରୁ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ । ପୂର୍ବରୁ ସଦର ତହସିଲଦାର ଚିଠି ଜରିଆରେ ମାଲଗୁଜରୀ ଦେଇ ନଥିବା ଚାଷୀ ମାନଙ୍କୁ ପଞ୍ଜିକରଣ କରିପାରିବେ ନାହିଁ ବୋଲି ଜଣାଇଛନ୍ତି । ଅଧିକ ପଢନ୍ତୁ

ତହସିଲଦାର ଅଫିସ ଘେରିଲେ ଚାଷୀ ସଙ୍ଗଠନ, ପଞ୍ଜିକରଣ ସମୟ ସୀମାକୁ ନେଇ ଅସନ୍ତୋଷ
ତହସିଲଦାର ଅଫିସ ଘେରିଲେ ଚାଷୀ ସଙ୍ଗଠନ, ପଞ୍ଜିକରଣ ସମୟ ସୀମାକୁ ନେଇ ଅସନ୍ତୋଷ

ତହସିଲଦାର ଅଫିସ ଘେରିଲେ ଚାଷୀ ସଙ୍ଗଠନ, ପଞ୍ଜିକରଣ ସମୟ ସୀମାକୁ ନେଇ ଅସନ୍ତୋଷ

ସମ୍ବଲପୁର: ସମ୍ବଲପୁରରେ ଦେଖାଦେଇଛି ଚାଷୀ ଅସନ୍ତୋଷ । ବର୍ଷ ତମାମ ବିଭିନ୍ନ ସମସ୍ୟା ନେଇ ସଂଘର୍ଷ କରି ଆସୁଥିବା ଚାଷୀଙ୍କୁ ଏବେ ଆଉ ଏକ ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି ଚାଷୀ । ବର୍ତ୍ତମାନ ଡାଳୁଅ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣ କରିବାକୁ ରାଜ୍ୟ ସରକାର 15 ଦିନର ସମୟ ଦେଇଛନ୍ତି । ଅନ୍ୟ ପଟେ ଏହି ସମୟରେ ପେକ୍ସ ଓ଼ ଲ୍ୟାମ୍ପ କର୍ମଚାରୀ ମାନେ ଆନ୍ଦୋଳନରେ ଥିବାରୁ ଚାଷୀ ପ୍ରଥମରୁ ସମସ୍ୟାରେ ରହିଛି ।

ଏହିଭଳି ସମୟରେ ସମ୍ବଲପୁର ସଦର ତହସିଲଦାର ଏକ ଚିଠି ଜାରି କରିଛନ୍ତି ଯେଉଁ ଚିଠିରେ ଉଲ୍ଲେଖ ରହିଛି ଯେ ଯେଉଁ ଚାଷୀମାନେ ନିଜ ଜମିରେ ମାଲଗୁଜାରୀ ଦେଇ ନାହାଁନ୍ତି ସେମାନେ ଧାନ ବିକ୍ରି କରିବା ପାଇଁ ପଞ୍ଜିକରଣ କରି ପାରିବେ ନାହିଁ । ଏଭଳି ହେଲେ ବହୁ ଚାଷୀ ଧାନ ବିକ୍ରି ପ୍ରକ୍ରିୟାରୁ ବଞ୍ଚିତ ହେବେ ଓ କମ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେବେ ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ ନେଇ ଆଜି ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଅଶୋକ ପ୍ରଧାନଙ୍କ ନେତୃତ୍ୱରେ ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନର ସଦସ୍ୟ ଚାଷୀମାନେ ସମ୍ବଲପୁର ସଦର ତହସିଲଦାରଙ୍କ କାର୍ଯ୍ୟାଳୟକୁ ଯାଇ ସମ୍ମୁଖରେ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ଇନପୁଟ୍ ସବସିଡି ଦାବିରେ ଜିଲ୍ଲାପାଳ ଅଫିସ ଘେରାଉ କଲେ ବରଗଡ଼ ଚାଷୀ

ଏହା ସହ ତହସିଲଦାରଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବି ପତ୍ର ଦେଇ ଯଥାଶୀଘ୍ର ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ । ଦାବିପତ୍ର ପ୍ରଦାନ ସମୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ପ୍ରସଙ୍ଗ ନେଇ ଚାଷୀ ନେତା ଅଶୋକ ପ୍ରଧାନ କହିଛନ୍ତି ଯେ ସ୍ଥାନୀୟ ତହସିଲଦାର ନିଜକୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ବଡ଼ ଭାବୁଛନ୍ତି । ତହସିଲଦାର ଯେଉଁ ଚିଠି ଜାରି କରିଛନ୍ତି ସେନେଇ ରାଜ୍ୟ ସରକାରଙ୍କ ନିର୍ଦେଶନାମା ରହିଛି କି ବୋଲି ପ୍ରଶ୍ନ କରିଛନ୍ତି ଚାଷୀ ନେତା ଅଶୋକ ପ୍ରଧାନ । ତେଣୁ ଆଜି ସନ୍ଧ୍ୟା ସୁଦ୍ଧା ଏନେଇ କୌଣସି ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଯେଉଁ ପରିସ୍ଥିତି ଉପୁଜିବ ସେନେଇ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି । ଆଜି ତହସିଲଦାର କାର୍ଯ୍ୟାଳୟ ଧାରଣା କାର୍ଯ୍ୟକ୍ରମରେ ବ୍ୟୋମକେଶ ଠାକୁର, ହରିଶଙ୍କର ପୁରୋହିତ, ମୁରାରୀ ପୁରୋହିତ, ଉମେଶ ମିଶ୍ର, ସୁଶାନ୍ତ ପଣ୍ଡା, ବିପିନ ଭୋଇ, ଦିଲ୍ଲୀପ ସାହୁ, ଭୈରବ ପ୍ରଧାନ, ଏମ ଗୋବିନ୍ଦୁ, ସାଗର ସାହୁ, ସନ୍ତୋଷ ଭୋଇ, ପ୍ରେମରାଜ ସାହୁ ପ୍ରମୁଖ ଚାଷୀ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.