ETV Bharat / state

ନିର୍ବାଚନ ପରିଚାଳନା ଚିନ୍ତା ବଢ଼ାଉଛି ପ୍ରବଳ ତାତି - Election Management In Heatwave

author img

By ETV Bharat Odisha Team

Published : Apr 25, 2024, 5:20 PM IST

Election Management In Heatwave: ମେ 25 ତାରିଖରେ ସମ୍ବଲପୁରରେ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରବଳ ଗ୍ରୀଷ୍ମ ପ୍ରବାହ ନିର୍ବାଚନ ପରିଚାଳନା ନେଇ ଚିନ୍ତା ବଢାଇଛି । ଜାଣନ୍ତୁ କ'ଣ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ ।

Election Management
Election Management

Election Management

ସମ୍ବଲପୁର: ଖରାର ତାତି ସହ ବଢୁଛି ନିର୍ବାଚନୀ ଉଷ୍ମତା । ମେ 25 ତାରିଖରେ ସମ୍ବଲପୁରରେ ନିର୍ବାଚନ ଅନୁଷ୍ଠିତ ହେବ । ଗତ ଶନିବାର ଦିନ ସମ୍ବଲପୁରର ତାପମାତ୍ରା 43 ଡିଗ୍ରୀ ରହିଥିଲା । ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ମନୁଷ୍ୟ ଓ ପଶୁ ପକ୍ଷୀ ହନ୍ତସନ୍ତ ହେଉଛନ୍ତି । ଆସନ୍ତା ମେ 25 ରେ ସମ୍ବଲପୁର ସହରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଭିତରେ ନିର୍ବାଚନ ହେବ । ତେଣୁ ନିର୍ବାଚନ ପରିଚାଳନା ଜିଲ୍ଲା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରାଯାଇଛି ।

ଅଧିକାଂଶ ସମୟରେ ମେ ମାସରେ ସମ୍ବଲପୁରରେ ସର୍ବୋଚ୍ଚ ତାପମାତ୍ରା ରହିଥାଏ । ତେଣୁ ଆସନ୍ତା ମେ 25 ରେ ଲୋକେ ମତଦାନ କରିବାକୁ କେମିତି ଯିବେ ସେନେଇ ଜିଲ୍ଲା ପ୍ରଶାସନ ଚିନ୍ତିତ ରହିଛି । ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହ୍ରାସ ପାଇଥିବା ଦେଖିବାକୁ ମିଳିଥିବାବେଳେ ଏହା ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇଦେଇଛି । ସେଥିପାଇଁ ଜିଲ୍ଲା ପ୍ରଶାସନ ଏବେଠୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ପ୍ରଚାର ସମୟରେ ରାଜନୈତିକ ଦଳ ଗୁଡିକ ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁପାଳନ କରୁଛନ୍ତି ନା ନାହିଁ ତାହା ଉପରେ ପ୍ରଶାସନ ନଜର ରଖିଛି । ପୂର୍ବାହ୍ନ 11 ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ନିର୍ବାଚନୀ ସଭା ନ କରିବାକୁ ପରାମର୍ଶ ଦିଆଯାଇଛି । ଏହାସହ ନିର୍ବାଚନୀ ସଭା ସମୟରେ ପର୍ଯ୍ୟାପ୍ତ ଥଣ୍ଡା ପାନୀୟ ଜଳ, ଓଆରଏସ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜନୈତକ ଦଳ ଗୁଡିକ ନିର୍ବାଚନୀ ସଭା ପାଇଁ ଅନୁମତି ମାଗିବା ପାଇଁ ଆସୁଥିବାବେଳେ ଜିଲ୍ଲା ପ୍ରଶାସନ ଏଭଳି ଗାଇଡଲାଇନ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଉଛି ବୋଲି ଜିଲ୍ଲାପାଳ କହିଛନ୍ତି ।

ଏହା ବି ପଢନ୍ତୁ...ପ୍ରଚାର ବେଳେ ଅସୁସ୍ଥ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ, କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି - Arup Patnaik

ମେ 25 ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ସେହିଦିନ ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଯଥା ସମ୍ଭବ ମତଦାନ କରିବାକୁ ନଯାଇ ଅନ୍ୟ ସମୟରେ ମତଦାନ କରିବାକୁ BLO ମାନେ ଘରକୁ ଘର ଯାଇ ଲୋକ ମାନଙ୍କୁ ପରାମର୍ଶ ଦେଉଛନ୍ତି । ଜିଲ୍ଲାପାଳ କହିଛନ୍ତି, "ଯଦି ବି ଏହି ସମୟରେ କେହି ମତଦାନ କରିବାକୁ ଯାଉଛନ୍ତି ତାହେଲେ ଛତା, ଗାମୁଛା, ପାନୀୟ ଜଳ ସାଙ୍ଗରେ ନେଇ ଯିବା ସହ ଛୋଟ ପିଲାଙ୍କୁ ସାଙ୍ଗରେ ନନେବା ପାଇଁ ପରାମର୍ଶ ଦିଆଯାଇଛି । ନିର୍ବାଚନ ସମୟରେ ପ୍ରତ୍ୟେକ ବୁଥରେ ପର୍ଯ୍ୟାପ୍ତ ପାନୀୟ ଜଳ, ଓଆରଏସ ପାଉଡର ରଖାଯିବ । ଏହାସହ ସହ ମତଦାତାଙ୍କ ପାଇଁ ଛାଇର ବ୍ୟବସ୍ଥା କରାଯିବା ସହ ପାରା ମେଡିକାଲ ଷ୍ଟାଫ ମଧ୍ୟ ନିୟୋଜିତ ରହିବେ । ବୁଥ ଗୁଡିକରେ ଜଳ ସିଞ୍ଚନ କରାଯିବାର ବ୍ୟବସ୍ଥା ମଧ୍ୟ କରାଯିବ ।"


ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.