ETV Bharat / state

ଶୋଷ ମେଣ୍ଟାଉଛି ଚୂଆପାଣି, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

author img

By ETV Bharat Odisha Team

Published : Feb 11, 2024, 5:34 PM IST

Water Problem:ଜ୍ୟେଷ୍ଠ ମାସ ନ ଆସୁଣୁ ପାଣି ପାଇଁ ଡ଼ହଳବିକଳ ହେଲେଣି ଚିତ୍ରକୋଣ୍ଡା ବ୍ଲକର କପାତୁଟି ପଞ୍ଚାୟତବାସୀ । ଜଳ ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନ କରିବା ପାଇଁ ଦେଲେ ଚେତାବନୀ ।

ଶୋଷ ମେଣ୍ଟାଉଛି ଚୁଆଁପାଣି , ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ
ଶୋଷ ମେଣ୍ଟାଉଛି ଚୁଆଁପାଣି , ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଶୋଷ ମେଣ୍ଟାଉଛି ଚୁଆଁପାଣି , ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ମାଲକାନଗିରି: ପାଣି ପାଇଁ ଲୋକେ ହନ୍ତସନ୍ତ, ଚୂଆ ପାଣିରେ ମିଣ୍ଟୁଛି ଶୋଷ । ଗୋଟିଏ ମାଠିଆ ପାଣି ପାଇଁ ଯିବାକୁ ପଡୁଛି ଏକ କି.ମି । ଏଭଳି ଏକ ଚିତ୍ର ଦେଖିବାକୁ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କପାତୁଟି ପଞ୍ଚାୟତରେ । ସରକାର ରାଜ୍ୟରେ ଜଳକଷ୍ଟ ଦୂର କରିବା ଗାଁ ଗାଁକୁ ବସୁଧା ଯୋଜନାରେ ଜଳ ଯୋଗାଣ କରୁଛନ୍ତି । ହେଳେ ଏଠାରେ ବସୁଧା ଯୋଜନା ସମ୍ପୁର୍ଣ୍ଣ ଫେଲ୍ ହୋଇଥିବା ଅଭିଯୋଗ କରିଛନ୍ତି ଲୋକେ । ଦୀର୍ଘ ଦିନ ହେବ ଲୋକେ ଏଭଳି ଜଳକଷ୍ଟର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି ଲୋକେ । ସେପଟେ ଆଗାମୀ ଦିନରେ ଯଦି ପାଣି ସମସ୍ୟାର ସମାଧାନ ନ କରାଯାଏ ତାହାଲେ ଭୋଟ ବର୍ଜନ କରିବା ପାଇଁ ଚେତାବନୀ ଦେଇଛନ୍ତି ।

ଜ୍ୟେଷ୍ଠ ମାସ ନ ଆସୁଣୁ ପାଣି ପାଇଁ ଡହଳବିକଳ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କପାତୁଟି ପଞ୍ଚାୟତର ଲୋକେ । କପାତୁଟି ପଞ୍ଚାୟତର ଅରଗେଲ ଓ ମସ୍ତିପୁଟ ଗାଁରେ ଦୁଇ ବର୍ଷ ପୂର୍ବରୁ ୨ଟି ସୌର ଚାଳିତ ପାଣି ଟାଙ୍କି ନିର୍ମାଣ କରଯାଇଥିଲା । ଏହି ଦୁଇଟି ଗ୍ରାମରେ ୭୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରିଥାନ୍ତି । ଦଶ ବର୍ଷ ପୂର୍ବେ ଲୋକଙ୍କ ଜଳ ସମସ୍ୟାକୁ ଦୂର କରିବା ପାଇଁ ଗୋଟିଏ ନଳକୂପ ନିର୍ମଣ କରାଯାଇଥିଲା । ସେହି ନଳକୂପଟି ଦୀର୍ଘ ବର୍ଷ ସଂପୂର୍ଣ୍ଣ ଅଚଳ ଅବସ୍ଥାରେ ପଡ଼ି ରହିଛି । ଏହାର ମରାମତି ପାଇଁ ସ୍ଥାନୀୟ ପ୍ରଶାସନ ପାଖରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ ଶୁଣୁନଥିବା ଅଭିଯୋଗ ହୋଇଛି । ସେପଟେ ଗାଁରେ ସୌର ଚାଳିତ ପାଣି ଟାଙ୍କି ଗୋଟିଏ ଦିନ ଚାଲିବା ପରଠାରୁ ଆଜି ପର୍ଯ୍ୟନ୍ତ ହାଣ୍ଡିଏ ପାଣି ପାଇ ନାହାନ୍ତି ଗ୍ରାମବାସୀ । ଫଳରେ ଆଜି ପର୍ଯ୍ୟନ୍ତ ଲୋକେ ସେହି ନାଳ ପାଣିକୁ ବ୍ୟବହାର କରୁଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ......ପାଣି ପାଇଁ ଦହଗଞ୍ଜ: ଏଥର ଜଳ ନାହିଁ ତ ଭୋଟ ନାହିଁ, ସଫାସଫା ଶୁଣାଇଲେ ମହିଳା

ସେପଟେ ଗାଁରେ ମହିଳାମାନେ ଏକ କି.ମି ଦୂରରେ ଥିବା ଏକ ନାଳରୁ ପାଣି ଆଣି ପାନୀୟଜଳ ଭାବେ ବ୍ୟବହାର କରିଥାନ୍ତି । ଏହି ଦୂଷିତ ପାଣି ବ୍ୟବହାର ଦ୍ଵାରା ନାନାଦି ରୋଗରେ ପୀଡ଼ିତ ହେଉଥିବା ହେଉଛନ୍ତି । ସେହି ପାଣିରେ ଲୁଗାସଫା କରିବା ସହ ସେହି ପାଣିକୁ ରୋଷେଇ ପାଇଁ ବ୍ୟବହାର କରିବାକୁ ପଡୁଛି । ସରପଞ୍ଚ ଠାରୁ ଆରମ୍ଭ କରି ବ୍ଲକ ଅଧିକାରୀଙ୍କୁ ଅଭିଯୋଗ ପରେ ବି ଆଜି ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ହୋଇପାରି ନାହିଁ । ଶେଷରେ ବାଧ୍ୟ ହୋଇ ଗାଁ ଲୋକେ ଦୂଷିତ ପାଣିକୁ ବ୍ୟବହାର କରୁଛନ୍ତି ।

ବର୍ତ୍ତମାନ ନିର୍ବାଚନର ସମୟ ଆସିଥିବାରୁ ଉଚିତ୍ ଜବାବ ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି । 'ପାଣି ଦିଅ ଭୋଟ ନିଅ' ଏହିଭଳି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଚେଷ୍ଟା ପରେ ଚେଷ୍ଟା ଜାରି ରଖିଛନ୍ତି ସତ କିନ୍ତି କାର୍ଯ୍ୟର ତଦାରଖ ଠିକ ରୂପେ ହୋଇପାରି ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଏଥିପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.