ETV Bharat / state

କୁର୍ମାନୁର ଗାଁରେ ଜଳକଷ୍ଟ, ଗୋଟିଏ ନଳକୂପ ଭରସାରେ ୭୦ରୁ ଊର୍ଦ୍ଧ୍ବ ପରିବାର

author img

By ETV Bharat Odisha Team

Published : Feb 29, 2024, 8:44 AM IST

Drinking Water Problem In Malkangiri: ଚିତ୍ରକୋଣ୍ଡା ବ୍ଲକ କୁର୍ମାନୁର ଗାଁରେ ଦେଖାଦେଇଛି ଜଳସଙ୍କଟ । ଗୋଟିଏ ନଳକୂପ ଭରସାରେ ୭୦ରୁ ଊର୍ଦ୍ଧ୍ବ ପରିବାର । ଅଧିକ ପଢନ୍ତୁ

Drinking Water Problem
Drinking Water Problem

Drinking Water Problem

ମାଲକାନଗିରି: ଫେଲ୍ ମାରିଛି ବସୁଧା ଯୋଜନା । ଅଞ୍ଚଳରେ ପ୍ରାୟ ୭୦ରୁ ଊର୍ଦ୍ଧ୍ବ ପରିବାରକୁ ମାତ୍ର ଗୋଟିଏ ନଳକୂପ ରହିଛି । ତେଣୁ ପାଣି ହାଣ୍ଡିଏ ପାଇଁ ଏଠାରେ ଯେମିତି ପ୍ରତିଯୋଗିତା ଲାଗିଥାଏ । ଚିତ୍ରକୋଣ୍ଡା ବ୍ଲକ କୁର୍ମାନୁର ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରତିବର୍ଷ ଜଳ ଯନ୍ତ୍ରଣାରେ ଭୋଗୁଛନ୍ତି ଲୋକେ । ଜଳ ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ଗୁହାରି କରିଛନ୍ତି ଲୋକେ । ତେବେ ଖରାଦିନ ଆରମ୍ଭ ନ ହେଉଣୁ ଜଳ ସଙ୍କଟ ଦେଖା ଦେଇଥିବାରୁ ଅଞ୍ଚଳବାସୀଙ୍କ ଚିନ୍ତା ବଢିଛି ।

ସୂଚନା ଅନୁସାରେ, ବର୍ତ୍ତମାନ ୩ଟି ନଳକୂପକୁ ଛାଡିଦେଲେ ଅନ୍ୟ ୧୧ଟି ନଳକୂପ ସମ୍ପୂର୍ଣ୍ଣ ଅଚଳ । ବାରମ୍ବାର ପ୍ରଶାସନକୁ ଅଭିଯୋଗ ପରେ ବି କେହି କର୍ଣ୍ଣପାତ କରୁନଥିବା କହିଛନ୍ତି ଅଞ୍ଚଳବାସୀ । ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ୧ ବର୍ଷ ପୂର୍ବରୁ ବସୁଧା ଯୋଜନାରେ ୫୦ ହଜାର ଲିଟର ବିଶିଷ୍ଟ ଏକ ପାଣି ଟାଙ୍କି ନିର୍ମାଣ କରିଥିଲେ ସରକାର । ହେଲେ ଏହା ଲୋକଙ୍କ ବ୍ୟବହାରରେ ଆସୁନି । ଖାଲି ସେତିକି ନୁହେଁ, ଗାଁରେ ଥିବା ସୌର ଚଳିତ ପାଣି ବି ଅଚଳ । ପାଇପ ଯୋଗେ ଘରକୁ ଘର ପାଣି ପାଇବା ପାଇଁ ଗାଁରେ ଲାଗିଛି ପାଣି ଟ୍ୟାପ୍ । ହେଲେ ପାଣି ଟ୍ୟାପରୁ ମଧ୍ୟ ପାଣି ବାହାରୁନଥିବା ଅଭିଯୋଗ ହୋଇଛି । ବାଧ୍ୟ ହୋଇ ଲୋକଙ୍କୁ ନଳକୂପ ଉପରେ ନିର୍ଭରଶୀଳ ହେବାକୁ ପଡୁଛି ।

ଏହା ମଧ୍ୟ ପଢନ୍ତୁ...ପିଇବାପାଣି ପାଇଁ ଗ୍ରାମବାସୀ ଡହଳବିକଳ, ଗାଁରେ ନାହିଁ ମୌଳିକ ସୁବିଧା

ଯଦି ଏହି ନଳକୂପ ଅଚଳ ହୋଇଯାଏ ତେବେ ବାଧ୍ୟ ହୋଇ ୨ କିଲୋମିଟର ଦୁର ନଦୀରୁ ପାଣି ସଂଗ୍ରହ କରିବାକୁ ପଡିବ ବୋଲି ପ୍ରକାଶ କରିଛନ୍ତି ସ୍ଥାନୀୟବାସିନ୍ଦା । ଏନେଇ ଚିତ୍ରକୁଣ୍ଡା ବିଡିଓଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ । ମାଲକାନଗିରି ଜିଲ୍ଲା ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଥିଲେ । ତେବେ ଚିତ୍ରକୋଣ୍ଡା ବ୍ଲକରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ କୁର୍ମାନୁର ଗାଁରେ ଥିବା ସମସ୍ତ ନଳକୂପ ଗୁଡିକୁ ମରାମତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଅଫ୍ କ୍ୟାମେରା କହିଛନ୍ତି । ତେବେ ଏହି ଜଳସଙ୍କଟ ଦୂର କରିବାକୁ ପ୍ରଶାସନ କ'ଣ ପଦକ୍ଷେପ ନେଉଛି ଏବେ ତାହା ଉପରେ ସମସ୍ତଙ୍କ ନଜର ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.