ETV Bharat / state

ଠକ ଇଣ୍ଟରନେଟ ଅପରେଟରଙ୍କୁ ବ୍ଲାକ ଲିଷ୍ଟ କଲା ଦୂର ସଞ୍ଚାର ବିଭାଗ - DOT Survey

author img

By ETV Bharat Odisha Team

Published : Mar 23, 2024, 8:49 AM IST

DOT Blacklist illegal internet operators: ଦୂର ସଞ୍ଚାର ବିଭାଗ ପକ୍ଷରୁ ବେଆଇନ ଇଣ୍ଟରନେଟ ଅପରେଟରଙ୍କୁ ନିଷ୍କ୍ରିୟ କରାଯାଇଛି । ସାଇବର ସୁରକ୍ଷା ନେଇ ଓଡ଼ିଶା ଏଲଏସଏର ଦୂରସଞ୍ଚାର ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

ଦୂର ସଞ୍ଚାର
ଦୂର ସଞ୍ଚାର

ଦୂର ସଞ୍ଚାର

ରାଉରକେଲା: ଦୂର ସଞ୍ଚାର ବିଭାଗ ପକ୍ଷରୁ ବେଆଇନ ଇଣ୍ଟରନେଟ ଅପରେଟରଙ୍କୁ ନିଷ୍କ୍ରିୟ କରାଯାଇଛି । ସାଇବର ସୁରକ୍ଷା ନେଇ ଓଡ଼ିଶା ଏଲଏସଏର ଦୂରସଞ୍ଚାର ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ DOTର ଏକ ଟିମ୍ 18ମାର୍ଚ୍ଚରୁ 22ମାର୍ଚ୍ଚ ପର୍ଯ୍ୟନ୍ତ ରାଉରକେଲା ଓ ରାଜଗାଙ୍ଗପୁର ଗସ୍ତ କରିଥିଲେ । ଏହି ଟିମ୍ ରାଉରକେଲାର ବିଭିନ୍ନ DOT ଲାଇସେନ୍ସ ଦ୍ବାରା ଯୋଗାଇ ଦିଆଯାଉଥିବା ଲିଜ୍ ମଲ୍ଟିୟୁଜର-ବ୍ରଡ଼ବ୍ୟାଣ୍ଡକୁ ପାଞ୍ଚ ଦିନ ଧରି ଯାଞ୍ଚ କରିଥିଲେ । ତେବେ ଏହା ଦ୍ବାରା ଲାଇସେନ୍ସ ଗାଇଡ଼ ଲାଇନ ସଠିକ ଭାବରେ ପାଳନ ହେଉଛି କି ନାହିଁ ଏବଂ ବେଆଇନ ଇଣ୍ଟରନେଟ ସେଟ୍ଅପକୁ ଯାଞ୍ଚ କରାଯାଇଥିଲା । ଫଳରେ ସରକାରୀ ରାଜସ୍ବ ଲିକ୍ କିମ୍ବା ଅନ୍ୟାନ ବିପଦକୁ ରୋକା ଯାଇପାରିବ ।

DOT ନିର୍ଦ୍ଦେଶାବଳୀ ଅନୁଯାୟୀ, ସମସ୍ତ ଆଇଏଲ୍ଏଲ୍ ବ୍ୟବହାରକାରୀ ମାନେ ସମସ୍ତ ପବ୍ଲିକ୍ ଟୁ ପ୍ରାଇଭେଟ୍ ଆଇପି କନଭରସନ୍ ପାଇଁ ସର୍ବନିମ୍ନ ଦୁଇ ବର୍ଷ ପାଇଁ NAT Sys Logsର ରକ୍ଷଣାବେକ୍ଷଣ କରିବା ଦରକାର । ଏହା ବ୍ୟତୀତ, ପ୍ରତ୍ୟେକ ଆଇଏଲ୍ଏଲ୍ ଗ୍ରାହକ ଏବଂ ଏକାଧିକ ବ୍ୟବହାରକାରୀଙ୍କ ସହିତ ବ୍ରଡବ୍ୟାଣ୍ଡରେ ସମସ୍ତ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ଉପଯୁକ୍ତ ପ୍ରମାଣୀ କରଣ ପ୍ରଦାନ କରାଯିବା ଆବଶ୍ୟକତା ରହିଛି । DOT ଏବଂ ପୋଲିସ ଭଳି ଆଇନ ପ୍ରବର୍ତ୍ତନ ଏଜେନ୍ସି ଦ୍ବାରା ଆବଶ୍ୟକ ଅନୁଯାୟୀ ବ୍ୟବହାରକାରୀଙ୍କ ଚିହ୍ନଟ ଏବଂ ଟ୍ରେସେବିଲିଟି ସୁନିଶ୍ଚିତ କରିବା ଆବଶ୍ୟକ ରହିଛି। ମଲ୍ଟି ୟୁଜର ଇଣ୍ଟରନେଟ୍ ଗ୍ରାହକଙ୍କ ଅନ୍-ସାଇଟ୍ ଗସ୍ତ ସମୟରେ DOT ଅଧିକାରୀଙ୍କ ଦ୍ବାରା ଏହି ଦିଗ ଗୁଡ଼ିକୁ ଯାଞ୍ଚ କରାଯାଇଛି।

ଏହା ମଧ୍ୟ ପଢ଼ନ୍ତୁ.... କିପରି ରହିବ AIର ଭବିଷ୍ୟତ ? ବିଶେଷଜ୍ଞଙ୍କ ମତ ଲାଭଠାରୁ ହେବ ଅଧିକ କ୍ଷତି

DOT ଯାଞ୍ଚ ଟିମ୍ ବିଭିନ୍ନ କମ୍ପାନୀ ପରିଦର୍ଶନ କରିଛନ୍ତି । କମ୍ପାନୀ, ଇଣ୍ଡଷ୍ଟ୍ରିଜ୍, ହୋଟେଲ୍, ଶିକ୍ଷାନୁଷ୍ଠାନ ଗୁଡିକରେ ଦେଖାଗଲା ଯେ M/s Airmax and M/s Multinet Net Networkକୁ DOTରୁ ବିନା ଲାଇସେନ୍ସରେ ଇଣ୍ଟରନେଟ୍ ସେବା ପ୍ରଦାନ କରାଯାଉଛି। ଯାଞ୍ଚକାରୀ ଦଳ ପକ୍ଷରୁ ବେଆଇନ ଇଣ୍ଟରନେଟ୍ ପ୍ରଦାନକାରୀଙ୍କୁ ଇଣ୍ଟରନେଟ୍ ସେବା ପ୍ରଦାନ କରିବା ପାଇଁ ବାରଣ କରାଗଲା । ଏହାର ବ୍ୟବହାର ସମ୍ପୃକ୍ତ ଲାଇସେନ୍ସଧାରୀଙ୍କ ଦ୍ବାରା କରିବା ପାଇଁ ନିର୍ଦ୍ଦେଶ ଦିଆଗଲା । ତେବେ ଏହି ବେଆଇନ ଇଣ୍ଟରନେଟ୍ ପ୍ରଦାନକାରୀଙ୍କୁ ବ୍ଲାକ ଲିଷ୍ଟ କରାଯାଇଛି । ଏହି ଅବସରରେ ଏନଆଇଟି ରାଉରକେଲାର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ 'ସଞ୍ଚାର ସାଥୀ' ପୋର୍ଟାଲ ସମ୍ପର୍କରେ ବିସ୍ତୃତ ଭାବେ ବୁଝା ଯାଇଥିଲେ । ଲୋକେ କିଭଳି ସାଇବର କ୍ରାଇମରୁ ରକ୍ଷା ପାଇବେ ଏବଂ କେଉଁ ୱେବସାଇଟରେ ଏହାର ଅଭିଯୋଗ କରାଯିବ ତାହା ନେଇ ମଧ୍ୟ ସୂଚନା ଦିଆଯାଇଛି। ଜନ ସାଧାରଣ ସାଇବର ଫ୍ରଡ଼ ବା ସାଇବର ସୁରକ୍ଷା ପାଇଁ ସିଧାସଳଖ www.sancharsathi.gov. in ରେ ଯାଇ ସମସ୍ତ ପ୍ରକାର ସାଇବର କ୍ରାଇମ ଉପରେ ଅଭିଯୋଗ କରି ପାରିବେ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.