ETV Bharat / state

ଢେଙ୍କାନାଳରେ ପୀଡିତଙ୍କୁ ନିର୍ଯାତନା ଘଟଣା, ଏସପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦଲେ NHRC

author img

By ETV Bharat Odisha Team

Published : Feb 23, 2024, 10:46 AM IST

Dhenkanal Police Torture On Victim Families: ଢେଙ୍କାନାଳରେ ପୀଡିତଙ୍କୁ ନିର୍ଯାତନା ଘଟଣାରେ ଏସପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଜାତୀୟ ମାନବ ଅଧିକାର କମିଶନ । ଅଧିକ ପଢନ୍ତୁ

NHRC
NHRC


ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜଘନ୍ୟ ହତ୍ୟା, ଶିଶୁ ଅପହରଣ, ଅଙ୍ଗତସ୍କରୀ, ଦୁଷ୍କର୍ମ ଭଳି ସମ୍ବେଦନଶୀଳ ଘଟଣାରେ ବର୍ଷ ବର୍ଷ ଧରି ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ପୀଡିତ ପରିବାର । ନ୍ୟାୟ ପାଇଁ ଯାଇ ସବୁଠି ନିରାଶ ହେଉଛନ୍ତି । ତେଣୁ ଗତ ୩ ତାରିଖରେ ସମ୍ୱଲପୁର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀଙ୍କୁ ପୀଡିତ ପରିବାର ସଦସ୍ୟମାନେ ଭେଟିବେ 'ନ୍ୟାୟ ପାଇଁ ଲଢେଇ ପରିବାର' ପକ୍ଷରୁ ପ୍ରଧାନମନ୍ତ୍ରୀ ଅଫିସ, ସମ୍ବଲପୁର ଜିଲ୍ଲାପାଳ ଏବଂ ଏସପିଙ୍କୁ ଚିଠି ମାଧ୍ୟମରେ ସୂଚୀତ କରାଯାଇଥିଲା । ଏହାପରେ ୮ ଜଣ ପୀଡିତ ପରିବାର ସଦସ୍ୟ ଏକତ୍ରିତ ହୋଇ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ସମ୍ବଲପୁର ଯାଉଥିବା ସମୟରେ ଢେଙ୍କାନାଳ ଠାରେ ୨୦ ଜଣ ପୋଲିସ ଅଧିକାରୀ ସେମାନଙ୍କ ଗାଡି ଅଟକାଇଥିଲେ । ଏହା ପରେ ସମସ୍ତଙ୍କୁ ଗୋବିନ୍ଦପୁର ଫାଣ୍ଡିକୁ ଆଣି ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଇଥିବାର ସାଙ୍ଘାତିକ ଅଭିଯୋଗ ହୋଇଥିଲା ।

ଫାଣ୍ଡିରେ ଦୀର୍ଘ ୧୨ ଘଣ୍ଟା ଧରି ନିର୍ଯାତନାର ଶିକାର ହୋଇଥିବା କହିଛନ୍ତି ପୀଡ଼ିତା ପରିବାର ସଦସ୍ୟ । ତେବେ ଏହି ଖବର ପ୍ରଘଟ ହେବା ଦ୍ବାରା ସମ୍ପୃକ୍ତ ପୋଲିସ ଅଧିକାରୀମାନେ ପୀଡିତମାନଙ୍କୁ ଛାଡିବା ସହ ଘଟଣା ବାବଦରେ କୌଣସି ଜାଗାରେ ଅଭିଯୋଗ ନକରିବାକୁ ଧମକ ଦେଇଥିଲେ । ନଚେତ୍ ସମସ୍ତଙ୍କ ବିରୋଧରେ ମିଥ୍ୟା ମକଦ୍ଦମା କରି ଜେଲରେ ଠୁଙ୍କି ଦିଆଯିବ ବୋଲି ଧମକ ଦେଇଥିବା କହିଛନ୍ତି ପୀଡ଼ିତ ପରିବାର ସଦସ୍ୟ ।

ଏହି ସମ୍ବେଦନଶୀଳ ଘଟଣାରେ ଗତ ୫ ତାରିଖ ଦିନ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଏନ.ଏଚ.ଆର.ସି କେଶ ନମ୍ବର ୧୬୬୨/୨୦୨୪ରେ କେଶ ଦାଏର କରିଥିଲେ 'ନ୍ୟାୟ ପାଇଁ ଲଢେଇ ପରିବାର'ର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ । ଗୁରୁବାର ଦିନ ଏହି ସମ୍ବେଦନଶୀଳ ମାମଲାରେ ବିଚାର କରି ଜାତୀୟ ମାନବ ଅଧିକାର ଢେଙ୍କାନାଳ ଏସପିଙ୍କୁ ପୁରା ଘଟଣାର ତଦନ୍ତ କରିବା ସହ ତଦନ୍ତ ରିପୋର୍ଟ ପୀଡିତ ପରିବାର, ଅଭିଯୋଗକାରୀ ଏବଂ କମିଶନଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପୋଲ ଧାରରେ ଚାଲୁଛି ଜୀବନ, ସୁକୁ ପୋଲ ନିର୍ମାଣକୁ ନେଇ ଜବାବ ମାଗିଲେ NHRC

ସୂଚନା ଅନୁଯାୟୀ, 'ନ୍ୟାୟ ପାଇଁ ଲଢେଇ ପରିବାର' ଦୀର୍ଘ ଦିନ ଧରି ନ୍ୟାୟ ପାଇବାକୁ ଲଢେଇ କରିଆସୁଛନ୍ତି । ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସୁଫଳ ମିଳିନଥିବା କହିଛନ୍ତି ପୀଡ଼ିତା ପରିବାର ସଦସ୍ୟମାନେ । ଏପରିକି ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ଛୋଟ ବଡ ପଦାଧିକରୀଙ୍କ ପାଖରେ ନ୍ୟାୟ ପାଇଁ ସଂଗ୍ରାମ କରୁଛନ୍ତି । ହେଲେ ନ୍ୟାୟ ପାଇବାରେ ବିଫଳ ହେଉଥିବା ଅଭିଯୋଗ କରିଛନ୍ତି ଏହି ପୀଡିତ ପରିବାର ସଦସ୍ୟ ।


ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.