ETV Bharat / state

ଶତାୟୁ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ

author img

By ETV Bharat Odisha Team

Published : Jan 27, 2024, 7:53 PM IST

Centenarian Freedom Fighter Nilamani Samal Passes Away : ରାଜ୍ୟର ବିଶିଷ୍ଟ ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ । ୧୦୨ ବର୍ଷ ବୟସରେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ । ଅଧିକ ପଢନ୍ତୁ

ଶତାୟୁ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ
ଶତାୟୁ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ

ଶତାୟୁ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ

କଟକ : ରାଜ୍ୟର ବିଶିଷ୍ଟ ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ । କଟକର ଏସସିବି ମେଡିକାଲରେ ଚିକିତ୍ସାଧୀନ ହେଉଥିବା ଅବସ୍ଥାରେ 102 ବର୍ଷରେ ତାଙ୍କର ପରଲୋକ ଘଟିଛି । ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ଯାଜପୁର ଜିଲ୍ଲାପାଳଙ୍କ ପରାମର୍ଶକ୍ରମେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ ନୀଳମଣି । ମେଡିକାଲରୁ ଡିସଚାର୍ଜ ହେବା ପରେ ନିଜ ଘରେ ଚାଲିଥିଲା ଚିକିତ୍ସା । କିନ୍ତୁ ସେ ଶୋଇଥିବା ବେଳେ ଖଟରୁ ଖସି ପଡ଼ିଥିଲେ । ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ପ୍ରଥମେ ଯାଜପୁର ର ଏକ ଘରୋଇ ହସ୍ପିଟାଲ ରେ ତାଙ୍କୁ ଭର୍ତି କରାଯାଇଥିଲା। କିନ୍ତୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବିଳମ୍ବିତ ରାତିରେ ଯାଜପୁରରୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ ...ନିଆଳି ମାଧବାନନ୍ଦ ଜୀଉଙ୍କ ନିଆରା ଆମ୍ବ ତୋଟା, ରହିଛି ଦେଶପ୍ରେମୀଙ୍କ ପ୍ରତିମୂର୍ତ୍ତି


ନୀଳମଣିଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଶଙ୍କଟାପନ୍ନ ଥିଲା । ତେଣୁ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତି କରିବା ପରେ ତାଙ୍କର ସିଟି ସ୍କାନ କରାଯାଇଥିଲା। ଉଚ୍ଚରକ୍ତ ଚାପ ଚିହ୍ନଟ ହେବା ପରେ ତାଙ୍କୁ ଏସସିବି ମେଡିସିନ ବିଭାଗର ଆଇସିୟୁରେ ରଖାଯାଇଥିବା ବେଳେ, ଚିକିତ୍ସା ପାଇଁ ବିଭାଗୀୟ ମୁଖ୍ୟ ସରୋଜ କୁମାର ତ୍ରିପାଠୀ ଙ୍କ ନେତୃତ୍ୱରେ ଏକ ୪ ଜଣିଆ ସ୍ବତନ୍ତ୍ର ବିଶେଷଜ୍ଞ ଡାକ୍ତରୀ ଦଳ ନିୟୋଜିତ କରାଯାଇଥିଲା । କିନ୍ତୁ ସମସ୍ତ ପ୍ରୟାସ ସତ୍ତ୍ବେ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଦେହାନ୍ତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ .... ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଅସୁସ୍ଥ, କଟକ ବଡ଼ ଡାକ୍ତରଖାନାରେ ଚାଲିଛି ଚିକିତ୍ସା

ତାଙ୍କ ପୈତୃକ ଗ୍ରାମ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାଲିପଡ଼ିଆ ହୋଇଥିବା ବେଳେ ମାତ୍ର 19 ବର୍ଷ ବୟସରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆହ୍ବାନରେ ସେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ । ଯାହା ପାଇଁ ତାଙ୍କୁ ତିନି ବର୍ଷ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିଥିଲା । ସେ ଓଡ଼ିଶା ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ରହିଥିଲେ। ଚାରିଥର ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନୀତ ହୋଇଛନ୍ତି ସେ । ତାଙ୍କ ମୃତ୍ୟୁର ଖବର ପାଇ ସେଠାରେ ଯାଇ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଙ୍କ ସମେତ ବହୁ ବିଶିଷ୍ଟ ଲୋକ ତାଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.