ETV Bharat / state

ହୋହଲ୍ଲାରେ କମ୍ପିଲା ବିଜେପି କାର୍ଯ୍ୟାଳୟ, ଉଗ୍ରରୂପ ନେଉଛି ଟିକେଟ୍ କନ୍ଦଳ - bjp ticket issue

author img

By ETV Bharat Odisha Team

Published : Apr 11, 2024, 8:50 PM IST

Bjp Ticket Issue:ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବାରେ ହେଉଛି ବିଳମ୍ବ । ସେପଟେ ଆଶାୟୀଙ୍କ ଟିକେଟ କଟିବା ପରେ ବଢୁଛି ଅସନ୍ତୋଷ । ବିଜେପୁରରେ ସନତକୁମାର ଗର୍ତିଆଙ୍କୁ ଜୋରଦାର ବିରୋଧ କରାଯାଉଥିବାବେଳେ କୋରାପୁଟରେ ରଘୁରାମ ମାଛଙ୍କୁ ବିରୋଧ । ଅଧିକ ପଢନ୍ତୁ

ହୋହଲ୍ଲାରେ କମ୍ପିଲା ବିଜେପି କାର୍ଯ୍ୟାଳୟ, ଉଗ୍ରରୂପ ନେଉଛି ଟିକେଟ୍ କନ୍ଦଳ
ହୋହଲ୍ଲାରେ କମ୍ପିଲା ବିଜେପି କାର୍ଯ୍ୟାଳୟ, ଉଗ୍ରରୂପ ନେଉଛି ଟିକେଟ୍ କନ୍ଦଳ

ହୋହଲ୍ଲାରେ କମ୍ପିଲା ବିଜେପି କାର୍ଯ୍ୟାଳୟ, ଉଗ୍ରରୂପ ନେଉଛି ଟିକେଟ୍ କନ୍ଦଳ

ଭୁବନେଶ୍ବର: ବିଜେପିର ପଛା ଛାଡୁନି ଟିକେଟ୍ କନ୍ଦଳ । ଦିନକୁ ଦିନ ଉଗ୍ରରୂପ ନେଇ ଅସନ୍ତୋଷ ନେତା ଓ କର୍ମୀଙ୍କ ବିରୋଧ । ବିଜେପିର ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା ହେବା ପରେ ପ୍ରାୟ ପ୍ରତିଦିନ ରାଜ୍ୟ କାର୍ଯ୍ୟାଳୟରେ ଅସନ୍ତୋଷ ନେତାଙ୍କ ପ୍ରତିବାଦ ସହ ହୋହଲ୍ଲା ଜାରି ରହିଛି । ଫଳରେ ଦଳର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବାରେ ବିଳମ୍ବ ହେଉଛି । ଏହି ବିଦ୍ରୋହ ପ୍ରଥମେ ଯାଜପୁର ଧର୍ମଶାଳାରୁ ଆରମ୍ଭ ହୋଇଥିବା ବେଳେ ଏବେ କୋରାପୁଟରେ ପହଞ୍ଚିଛି । ସେହିଭଳି ଆଜି(ଗୁରୁବାର) ଦିନ ବିଜେପୁର ଏବଂ କୋରାପୁଟ ବିଧାନସାଭା ଆସନର ଆଶାୟୀ ପ୍ରାର୍ଥୀମାନେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରତିବାଦ କରିଛନ୍ତି ।

ଆଜି ପୁଣି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହୋହାଲ୍ଲା କରିଥିଲେ ଆଶାୟୀ ପ୍ରାର୍ଥୀ । ବିଜେପୁର ପାଇଁ ସନତକୁମାର ଗର୍ତିଆଙ୍କୁ ବିଜେପି ଟିକେଟ୍ ଦେଇଛି । ଏହାକୁ ବିରୋଧ କରିଛନ୍ତି ସୁଶୀଲଙ୍କ ସମର୍ଥକ । ବିଜେପି ପାର୍ଟି ଅଫିସକୁ ସୁଶୀଲଙ୍କ ସମର୍ଥକମାନେ ଆସି ତାଙ୍କୁ ଟିକେଟ୍ ଦେବାକୁ ଦାବି କରିଛନ୍ତି । ସେପଟେ କୋରାପୁଟ ଟିକେଟ ଘୋଷଣାକୁ ନେଇ ଅସନ୍ତୋଷ କରି ପାର୍ଟି ଅଫିସ ସମ୍ମୁଖରେ ନାରାବାଜି କରିଛନ୍ତି ଆଶାୟୀ । ତେବେ ଦଳ ରଘୁରାମ ମାଛଙ୍କୁ ଟିକେଟ ଦେଇଥିବା ବେଳେ ସେଠାରେ ଆଶାୟୀ ଭାଗୀରଥୀ ପାଟନିଆ ନିଜ ସମର୍ଥକଙ୍କ ସହିତ ଆମଦାନୀ ନେତା ରଘୁରାମ ମାଛଙ୍କୁ ହଟାଓ କୋରାପୁଟ ବଞ୍ଚାଓ ନାରା ଦେଇଛନ୍ତି । ସେମାନେ ଅଭିଯୋଗ ଆଣିଛନ୍ତି କୋରାପୁଟ ଜିଲ୍ଲା ସଭାପତି ଲାଞ୍ଚ ନେଇ ଟିକେଟ୍ ଦେଇଛନ୍ତି ।ଏହି ଅସନ୍ତୁଷ୍ଟ ଆଶାୟୀମାନଙ୍କୁ କିପରି ଭାବରେ ମ୍ୟାନେଜ କରିବେ ନା ଟିକେଟକୁ ଅଦଳବଦଳ କରିବେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବିଦ୍ରୋହ ହୋଇଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ କଥା ଦେଖବାକୁ ଗଲେ ,ଯାଜପୁର ଧର୍ମଶାଳା ଟିକେଟ ମିଳିଛି ସ୍ମୃତି ରେଖା ପହିଙ୍କୁ ହେଲେ ବିଦ୍ରୋହୀ ହିମାଂଶୁ ଶେଖର ସାହୁ । ଭୁବନେଶ୍ଵର ଜୟଦେବ ଟିକେଟ ମିଳିଛି ଅରବିନ୍ଦ ଢାଲିଙ୍କୁ ତାଙ୍କ ବିଦ୍ରୋହୀ ସତ୍ୟପ୍ରିୟ ବେହେରା ଓ ବସନ୍ତ ନାୟକ । ସେହିପରି କଟକ ବାଙ୍କୀ କଥା ଦେଖବାକୁ ଗଲେ ଟିକେଟ ମିଳିଛି ତୁଷାର ଚକ୍ରବର୍ତ୍ତୀ ବିଦ୍ରୋହୀ ନେତା ଶୁଭ୍ରାଂଶୁ ପାଢ଼ୀ । ହିଞ୍ଜଳିକାଟୁରେ ବିଜେପି ପ୍ରାର୍ଥୀ ଶିଶିର ମିଶ୍ରଙ୍କୁ ବିରୋଧ କରି ରଜନୀକାନ୍ତ ପାଢ଼ୀ ତାଙ୍କ ସମର୍ଥକଙ୍କ ସହ ପାର୍ଟି ଅଫିସରେ ବିରୋଧ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ...... 'ଓଡ଼ିଶା 1 ଟ୍ରିଲିୟନ ଡଲାର ଅର୍ଥନୀତି ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ କଥା ପାଣିର ଗାର ସଦୃଶ' - Satyabrata Panda Targets State Govt

ସେହିପରି ଯାଜପୁର କୋରେଇର ଆଲେକଜାଣ୍ଡାର ଦାସ ଓ ତାଙ୍କ ସମର୍ଥକ ରାଜ୍ୟ ବିଜେପି କାର୍ଯ୍ୟାଳୟରେକୁ ବିଶାଳ ରାଲିରେ ଆସିଥିଲେ । ସେ ମଧ୍ୟ ଆଶାୟୀ ପ୍ରାର୍ଥୀ ଥିବାବେଳେ ଟିକେଟ ଦିଆଯାଇଛି ବିଜେଡ଼ି ଛାଡି ଆସିଥିବା ଅଭିନେତା ଆକାଶ ଦାସ ନାୟକଙ୍କୁ । ମହାକାଳପଡ଼ା ବିଜେପି ଟିକେଟ ଆଶାୟୀ ସୌଭାଗ୍ୟ ପରିଡାଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ବିଜେପି ଟିକେଟ ଦୁର୍ଗା ନାୟକଙ୍କୁ ମିଳିଥିବାରୁ ସୌଭାଗ୍ୟଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେହିପରି ଦିଗପହଣ୍ଡି ଆସନରେ ବିପିନ ପ୍ରଧାନଙ୍କୁ ଟିକେଟ ଦିଆ ନ ଯାଇ ସିଦ୍ଧାନ୍ତଙ୍କୁ ଟିକେଟ ଦିଆଯିବା ପରେ ବିପିନଙ୍କ ସମର୍ଥକଙ୍କ ମାହୋଲରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ତେବେ ବିଜେପି ନେତୃତ୍ବ ତାଙ୍କୁ ବର୍ତ୍ତମାନ ବୁଝାଇବାରେ ସକ୍ଷମ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.