ETV Bharat / state

ଅପରାଜିତାଙ୍କ ବିରୋଧରେ ପୁଣି ତେଜିଲା ଦଳୀୟ ତାତି, ଦଳୀୟ କର୍ମକର୍ତ୍ତାଙ୍କୁ ଉପେକ୍ଷା ଅଭିଯୋଗ - Protest Against Aparajita Sarangi

author img

By ETV Bharat Odisha Team

Published : Apr 6, 2024, 9:48 PM IST

Protest Against Aparajita Sarangi In Khordha: ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କୁ ପୁଣି ବିରୋଧ କଲେ ଦଳୀୟ କର୍ମକର୍ତ୍ତା । ଅଧିକ ପଢ଼ନ୍ତୁ

ଅପରାଜିତାଙ୍କ ବିରୋଧରେ ପୁଣି ତେଜିଲା ଦଳୀୟ ତାତି
ଅପରାଜିତାଙ୍କ ବିରୋଧରେ ପୁଣି ତେଜିଲା ଦଳୀୟ ତାତି

ଅପରାଜିତାଙ୍କ ବିରୋଧରେ ପୁଣି ତେଜିଲା ଦଳୀୟ ତାତି

ଖୋର୍ଦ୍ଧା: ପୁଣି ଅପରାଜିତାଙ୍କ ବିରୋଧରେ ତେଜିଲ ଦଳୀୟ ତାତି । ଖୋର୍ଦ୍ଧା ଗଡମାଣୀତ୍ରୀ ମା' ରାମଚଣ୍ଡୀଙ୍କ ପୀଠରେ ଅପରାଜିତାଙ୍କ ବିରୁଦ୍ଧରେ ଏକାଠି ହେଲେ ଶତାଧିକ ବିଜେପି କର୍ମକର୍ତ୍ତା । ଆଜି (ଶନିବାର) ବିଜେପି ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ତୀବ୍ର ବିରୋଧ କରାଯାଇଛି । ଦଳୀୟ ପଦ ପଦବୀରେ ଥିବା ମଣ୍ଡଳ ସଭାପତି ଓ ବିଭିନ୍ନ ପଞ୍ଚାୟତ କର୍ମକର୍ତ୍ତା ଏବଂ ବିଜେପିରେ ଥାଇ ଉପେକ୍ଷିତ ହୋଇଥିବା କର୍ମୀମାନେ ଏକାଠି ହୋଇ ଅପରାଜିତାଙ୍କୁ ତୀବ୍ର ବିରୋଧ କରିଛନ୍ତି ।

ତେବେ ଆଜି ବିଜେପିର ପ୍ରତିଷ୍ଠା ଦିବସରେ ଖୋର୍ଦ୍ଧା ଜିଲ୍ଲା ଗଡମାଣୀତ୍ରୀ ମା' ରାମଚଣ୍ଡୀଙ୍କ ପୀଠରେ ଖୋଦ ବିଜେପି କର୍ମକର୍ତ୍ତାମାନେ ଅପରାଜିତାଙ୍କୁ ବିରୋଧ କରିଛନ୍ତି । ସାଂସଦ ଅପରାଜିତା ବିଗତ ପାଞ୍ଚ ବର୍ଷରେ ଦଳୀୟ କର୍ମକର୍ତ୍ତାଙ୍କୁ ଉପେକ୍ଷା କରି ନିଜସ୍ଵ ସଙ୍ଗଠନ କରି ବିଜେପିକୁ ତୃଣମୂଳ ସ୍ତରରୁ ଦୁର୍ବଳ କରିଛନ୍ତି ବୋଲି ବିଜେପି କର୍ମୀମାନଙ୍କୁ କହିଛନ୍ତି ବିଜେପି ଦକ୍ଷିଣ ବେଗୁନିଆ ମଣ୍ଡଳ ସଭାପତି ଯଜ୍ଞସ୍ବର ସୁନ୍ଦରାୟ । ସେହିପରି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରାର୍ଥୀତ୍ବକୁ ପରିବର୍ତ୍ତନ କରାଯାଉ ନଚେତ ଭୋଟ ନୋଟାରେ ଦିଆଯିବ ବୋଲି ଚରମ ବାଣୀ ଶୁଣାଇଛନ୍ତି ବିଜେପି କର୍ମକର୍ତ୍ତା । ବେଗୁନିଆ ନିର୍ବାଚନ ମଣ୍ଡଳୀରେ କୋଡ଼ିଏ ହଜାରରୁ ଉର୍ଦ୍ଧ୍ବ ଭୋଟ ଏଥର ଅପରାଜିତାଙ୍କ ବିରୋଧରେ ଦିଆଯିବ । ଏନେଇ ଏହି କାର୍ଯ୍ୟକ୍ରମ ଧୀରେ ଧୀରେ ଗାଁ ଗାଁରେ ପହଞ୍ଚି ଅପରାଜିତାଙ୍କୁ ଭୋଟ ନଦେବା ପାଇଁ ଅଭିଯାନ କରାଯିବ ବୋଲି କହିଛନ୍ତି ମଣ୍ଡଳ ସଭାପତି ଯଜ୍ଞସ୍ବର ସୁନ୍ଦରାୟ ।

ଏହା ମଧ୍ୟ ପଢ଼ନ୍ତୁ...ଅପରାଜିତାଙ୍କୁ ପୁଣି ବିରୋଧ, ସଂସଦୀୟ ପାଣ୍ଠିକୁ ଅନ୍ୟ ଦଳର କର୍ମୀଙ୍କୁ ପ୍ରଦାନ ଅଭିଯୋଗ - APARAJITA SARANGI

ଏହା ମଧ୍ୟ ପଢ଼ନ୍ତୁ...ପୁଣି ବେଗୁନିଆରେ ଅପରାଜିତାଙ୍କୁ ବିରୋଧ - Begunia BJP Worker Oppose Aparajita

ସେହିପରି ଅପରାଜିତା ଜଣେ ଗର୍ବି ଓ ଅହଂକାରୀ ନେତ୍ରୀ । ସେ ଦେଇଥିବା କୌଣସି ପ୍ରତିଶ୍ରୁତି ରଖନ୍ତି ନାହିଁ ବୋଲି କହିଛନ୍ତି ସଭାସ୍ଥଳରେ ଉପସ୍ଥିତ ଥିବା ଗଡମାଣୀତ୍ରୀ ଗ୍ରାମର ଭିନ୍ନକ୍ଷମ ପାର୍ବତୀ କାଣ୍ଡି । କିଭଳି ସାଂସଦ ଅପରାଜିତା ତାଙ୍କୁ ତାଙ୍କ ଭୁବନେଶ୍ୱର କାର୍ଯ୍ୟାଳୟକୁ ଡାକି ଦେଖା ଦେଇନଥିଲେ ତାହା କହିଥିବା ବେଳେ ଏଥର ଭୋଟ ମାଗିବାକୁ ଆସିଲେ ଜୋତା ମାଳ ପକାଇବି ବୋଲି କହିଛନ୍ତି । ତେବେ ନିର୍ବାଚନ ପୂର୍ବରୁ ଧୀରେ ଧୀରେ ଅପରାଜିତାଙ୍କ ପ୍ରତି ବଢୁଥିବା ଦଳୀୟ ଅସନ୍ତୋଷ ଅପରାଜିତାଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବି ଅସନ୍ତୋଷ ଆଗକୁ କି ରୂପ ନେଇଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.