ETV Bharat / state

୧୦ ହଜାର ବଦଳରେ ଲକ୍ଷେ ଆବେଦନ ପଡିଲେ ବି ଫଳ ମିଳିବାର ନାହିଁ: ଲେଖାଶ୍ରୀ

author img

By ETV Bharat Odisha Team

Published : Feb 26, 2024, 8:45 PM IST

Bjp vice president targets bjd over party received applications for tickets: ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବା ଲାଗି ୧୦ ହଜାର ଆବେଦନ ଆସିଥିବା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି । ଏହାକୁ ନେଇ ଚିଇଁକି ଉଠିଛି ବିଜେପି। ୧୦ ହଜାର ବଦଳରେ ୧ ଲକ୍ଷ ଆବେଦନ ଆସିଲେ ବି କିଛି ଫଳ ମିଳିବାର ନାହିଁ ବୋଲି କହିଛନ୍ତି ଦଳୀୟ ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଅଧିକ ପଢନ୍ତୁ

BJP Vice President
BJP Vice President

୧୦ ହଜାର ବଦଳରେ ଲକ୍ଷେ ଆବେଦନ ପଡିଲେ ବି ଫଳ ମିଳିବାର ନାହିଁ : ଲେଖାଶ୍ରୀ

ଭୁବନେଶ୍ବର: ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବା ଲାଗି ୧୦ ହଜାର ଆବେଦନ ଆସିଥିବା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି । ଏହାକୁ ନେଇ ଚିଇଁକି ଉଠିଛି ଭାରତୀୟ ଜନତା ପାର୍ଟି । ୧୦ ହଜାର ବଦଳରେ ୧ ଲକ୍ଷ ଆବେଦନ ପଡିଲେ ବି କିଛି ଫଳ ମିଳିବାର ନାହିଁ ବୋଲି କହିଛନ୍ତି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଯାହାର ଜବାବ ରଖିଛନ୍ତି ବିଜେଡିର ଉପସଭାପତି ଦେବୀ ପ୍ରସାଦ ମିଶ୍ର ।

ଅଧିକ ପଢନ୍ତୁ- ଟିକେଟ ପାଇଁ ବିଜେଡିକୁ ମିଳିଲାଣି ୧୦ ହଜାରରୁ ଅଧିକ ଆବେଦନ: ପ୍ରଣବ

  • " class="align-text-top noRightClick twitterSection" data="">

ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ବିଜୁ ଜନତା ଦଳର କାର୍ପଟଦାରମାନେ କହୁଛନ୍ତି ବର୍ତ୍ତମାନ ସୁଦ୍ଧା ୧୦ ହଜାର ପ୍ରାର୍ଥୀ ଦଳୀୟ ଟିକେଟ ପାଇଁ ଆବେଦନ କରିଛନ୍ତି । ଅଭୂତପୂର୍ବ ବିଜୟ ହେବ ବୋଲି ସେମାନେ କହୁଛନ୍ତି । ସ୍କୁଲରେ ଅଧିକ ସଂଖ୍ୟାର ଦରଖାସ୍ତ ପଡ଼ିବା ଅର୍ଥ ନୁହେଁ, ସମସ୍ତେ ଫାର୍ଷ୍ଟ କ୍ଲାସରେ ଉତ୍ତୀର୍ଣ୍ଣ ହୋଇଯିବେ । ସ୍କୁଲ କାନ୍ଥରେ ରଙ୍ଗ ବୋଳି ବିଜେଡି ସରକାର ଭାବୁଛନ୍ତି ଉନ୍ନତ ଧରଣର ଶିକ୍ଷା ମିଳୁଛି । ସେମିତି ଅଧିକ ସଂଖ୍ୟାରେ ଆବେଦନ ପଡିଲେ, ସଫଳତା ତାଙ୍କର ହେବ । ଅସଲ କଥା ୨୩ ବର୍ଷ ହେଲା କୌଣସି ପ୍ରକାର ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚିପାରିନାହିଁ । ମୋଦି ସରକାର ଦେଉଥିବା ଘର, ପାଇଖାନା, ବିଜୁଳି, ପାଣି ଶେଷ ଶ୍ରେଣୀରେ ଥିବା ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ । କେବଳ ମୂଳରୁ ଚୂଳ ପର୍ଯ୍ୟନ୍ତ ନେତା ପୋଷଣ ନୀତି ଚାଲିଛି । ଯଦି କିଛି ଯୋଜନା ଗାଁ'ରେ ପହଞ୍ଚିଲା ତେବେ ବିଜେଡି କୁଜି ନେତା ମିଳି ବାଣ୍ଟି ଖାଉଛନ୍ତି । ମିଛ କଥା କହି ଲୋକଙ୍କୁ ଭଣ୍ଡେଇ ଭୋଟ ଆଣୁଛନ୍ତି । ମିଛି ମିଛିକିଆ ମଡେଲରେ ଅତୀତରେ ଜିତିଥିବା ହେତୁ ସେମାନେ ଭାବୁଛନ୍ତି, ଏଥର ମଧ୍ୟ ସେମିତି ଜିତିବେ । ଏଥର ସେଭଳି କିଛି ହେବାର ନାହିଁ । ନବୀନ ନୁହେଁ ମୋଦି ସରକାର ଓଡିଶା ବାସୀଙ୍କ ହିତରେ କାର୍ଯ୍ୟ କରୁଥିବା ଲୋକେ ଜାଣିଗଲେଣି । ୧୦ ହଜାର ବଦଳରେ ୧ ଲକ୍ଷ ଆବେଦନ ପଡିଲେ ବି କିଛି ଫଳ ମିଳିବାର ନାହିଁ ।

ବିଜେପି ନେତ୍ରୀଙ୍କ ଆକ୍ରମଣର ଜବାବ ରଖି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ଆବେଦନ ବାବଦରେ ସଂଗଠନ ସମ୍ପାଦକ ଅବଗତ ଅଛନ୍ତି । କାରଣ ଏ ବାବଦରେ ସେ ତଦବୀର କରୁଛନ୍ତି । ବିଜୁ ଜନତା ଦଳ ଓଡ଼ିଶାର ଏକ ନମ୍ବର ଦଳ । ରାଜ୍ୟରେ ଯେତେ ନେତା ଅଛନ୍ତି ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗ୍ରହଣୀୟତା ଏକ ନମ୍ବର । ଏହା ବିଭିନ୍ନ ସର୍ଭେ କହିଛି । ଏମିତିବି ଯେଉଁମାନେ ତାଙ୍କୁ ସମାଲୋଚନା କରୁଛନ୍ତି ସେମାନେ ମଧ୍ୟ ମାନୁଛନ୍ତି । ବିଜୁ ଜନତା ଦଳ ଲଗାତାର ଭାବରେ ସଫଳତା ପାଇ ଆସିଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ଦଳ 30 ଜିଲ୍ଲା ପରିଷଦ ଦଖଲ କରିଛି । ଲୋକଙ୍କ ଆଶୀର୍ବାଦରେ ଯେଉଁ ବିଜୟ ହୋଇଛି ତାହା ଈର୍ଷଣୀୟ । ଯେଉଁ ଦଳ ଜିତେ ସେହି ଦଳକୁ ଅଧିକ ଆବେଦନ ଆସେ । ଲୋକଙ୍କ ଆଗ୍ରହ ବଢ଼େ । ଲୋକ ଜିତିବା ପାଇଁ ଲଢ଼ିବେ । ଆବେଦନକୁ ଯାଞ୍ଚ କରାଯିବ । ଅନେକ ଲୋକ ଅନ୍ୟାନ୍ୟ ଆଶାରେ ଆବେଦନ କରନ୍ତି । ଯେଉଁମାନେ ଯୋଗ୍ୟ ପ୍ରାର୍ଥୀ ହୋଇଥିବେ, ଦଳ ପ୍ରତି ନିଷ୍ଠା ଥିବ, ନେତୃତ୍ବ ପ୍ରତି ବିଶ୍ବାସ ଥିବ ଓ ଜିତିବା ସମ୍ଭାବନା ଥିବ ସେମାନଙ୍କ ବାବଦରେ ଦଳ ବିଚାର କରିବ । ଦଳକୁ ଆସିବା ଓ ଛାଡିବା ଏକ ପ୍ରକ୍ରିୟା । ତାହା ଚାଲିଛି । ଆସିବା ଅଧିକ ହେଉଛି ଓ ଯିବା କମ ହେଉଛି । ଦଳ ପାଇଁ ସଂଜୀବନୀ ସାଜିଥିବା ନେତା କେହି ଯାଇନାହାନ୍ତି । ବିଜେଡି ଲୋକଙ୍କ ଶକ୍ତିରେ ବଳିଆନ । ବିଜୁ ବାବୁଙ୍କ ଆଦର୍ଶରେ ଥିବା ଦଳ । ଓଡ଼ିଶାର ବିକାଶ ଆଭିମୁଖ୍ୟ ରଖିଥିବା ଦଳ । ତାହା ହେଉଛି ଆମ ସଂଜୀବନୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.