ETV Bharat / state

ପ୍ରଦୀପ ମାଝୀ ଅପରାଧ କରିଛନ୍ତି, ପାଣ୍ଡିଆନଙ୍କର ବି ହାତ ଅଛି: ବିଜେପି - Amit Shah Fake Video Issue

author img

By ETV Bharat Odisha Team

Published : May 11, 2024, 2:49 PM IST

Amit Shah Fake Video Issue: ଅମିତ ଶାହଙ୍କ ଫେକ ଭିଡିଓ ମାମଲାରେ ବିଜେପିର ପ୍ରେସମିଟ । ନିରୀହ ଆଦିବାସୀ ମାନଙ୍କୁ ମିଛ କହି ଭଡକାଇଛନ୍ତି କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ପ୍ରଦୀପ ମାଝୀ । ଏପରିକି ସେ କରିଥିବା ଅପରାଧ ପଛରେ ପାଣ୍ଡିଆନଙ୍କର ମଧ୍ୟ ହାତ ଥିବା ଅଭିଯୋଗ କରିଛି ବିଜେପି । ଅଧିକ ପଢ଼ନ୍ତୁ

Amit Shah Fake Video Issue
Amit Shah Fake Video Issue (ETV Bharat Odisha)

Amit Shah Fake Video Issue (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଥମୁନି ଅମିତ ଶାହଙ୍କ ଫେକ ଭିଡିଓ ମାମଲା । ଇସିଆଇଙ୍କ ପାଖରେ ବିଜେପିର ଅଭିଯୋଗ ପରେ ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । ହେଲେ ଏହାକୁ ଗ୍ରହଣ କରିନି ବିଜେପି । ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ନିରୀହ ଆଦିବାସୀ ମାନଙ୍କୁ ମିଛ କହି ଭଡକାଇଛନ୍ତି କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ପ୍ରଦୀପ ମାଝୀ । ଏପରିକି ସେ କରିଥିବା ଅପରାଧ ପଛରେ ପାଣ୍ଡିଆନଙ୍କର ମଧ୍ୟ ହାତ ଥିବା ଅଭିଯୋଗ କରିଛି ବିଜେପି । ତେଣୁ ପାଣ୍ଡିଆନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛି ବିଜେପି ।

ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ନବରଙ୍ଗପୁର ଲୋକସଭାର ବିଜେଡି ପ୍ରାର୍ଥୀ ପ୍ରଦୀପ ମାଝୀ ଗୃହମନ୍ତ୍ରୀ ଅମିତ ଶାହଙ୍କ ମିଛ ଅଡିଓ ଦେଖାଇ ଲୋକଙ୍କୁ ଭଡକାଇଲେ । ଆଦିବାସୀମାନଙ୍କୁ ଧମକ ଦେଲେ ପ୍ରଦୀପ ମାଝୀ । ବିଜେପି ସରକାରକୁ ଆସିଲେ ବିଭିନ୍ନ ଯୋଜନା ବନ୍ଦ ହୋଇଯିବ ବୋଲି କହି ଲୋକଙ୍କୁ ଭଡକାଇଲେ । କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ନେତାଙ୍କୁ ଶାସକ ଦଳ ପ୍ରାର୍ଥୀ କରିଛି । ଇସିଆଇଙ୍କ ପାଖରେ ଅଭିଯୋଗ ପରେ ପ୍ରଦୀପ ମାଝୀ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । କିନ୍ତୁ ଏହାକୁ ଗ୍ରହଣ କରୁନାହିଁ ବିଜେପି । କାରଣ ନିରୀହ ଆଦିବାସୀ ମାନଙ୍କୁ ମିଛ କହି ଭଡକାଇଛନ୍ତି ପ୍ରଦୀପ ମାଝୀ । ସମାଜକୁ ଭାଗ ଭାଗ କରିବା ପାଇଁ ଉଦ୍ୟମ କରିଛନ୍ତି ପ୍ରଦୀପ ମାଝୀ । ଏହା କରି ପ୍ରଦୀପ ମାଝୀ ଅପରାଧ କରିଛନ୍ତି । ଏଭଳି କରିବା ପାଇଁ ବିଜେଡି ନେତା ପାଣ୍ଡିଆନଙ୍କ ପ୍ରଚ୍ଛଦ ହାତ ଅଛି ।" ତେଣୁ ତାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛି ବିଜେପି । ନିର୍ବାଚନ ପ୍ରଚାରରୁ ପାଣ୍ଡିଆନଙ୍କୁ ବାହାର କରାଯାଉ ବୋଲି ବିଜେପି ଦାବି କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ଅମିତ ଶାହଙ୍କ ଫେକ୍‌ ଭିଡିଓ ମାମଲା; ପ୍ରଦୀପ ମାଝୀଙ୍କ ଗିରଫ ଦାବି କଲା ବିଜେପି - BJP Meet CEO

ସେ ଆହୁରି କହିଛନ୍ତି, "ବିଜେଡି ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଛି । ନିର୍ବାଚନ ଜିତିବା ପାଇଁ ସରକାରୀ କଳ, ବଳ ବ୍ୟବହାର କରୁଛି ବିଜେଡି । ଯାହା ବିରୋଧରେ 104ଟି ଅଭିଯୋଗ ପତ୍ର ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । 17 ଜଣ ସରକାରୀ କର୍ମଚାରୀଙ୍କୁ ନିଲମ୍ବନ ଅଥବା ବହିଷ୍କାର କରାଯାଇଛି । ଆଇଏଏସ୍‌, ଆଇପିଏସ୍‌, ଓପିଏସ୍‌ ଏବଂ ପୋଲିସ ଅଧିକାରୀ ମାନଙ୍କୁ ମଧ୍ୟ ବଦଳି କରାଯାଇଛି । ମିଶନ ଶକ୍ତି ମୁଖ୍ୟ ଅର୍ଥାତ ସଚିବଙ୍କ ଉପରେ ମଧ୍ୟ ଇସିଆଇ ଆକ୍ସନ ନେଇଛନ୍ତି । ହେଲେ କିଛି ଅଧିକାରୀଙ୍କୁ ନେଇ ଅଭିଯୋଗ ପରେ ମଧ୍ୟ ରାଜ୍ୟ ସରକାର ସେମାନଙ୍କୁ କାର୍ଯ୍ୟରେ ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.