ETV Bharat / state

ଓଡ଼ିଶା ପାଇଁ ମୋଦି ଯାହା କହିଥିଲେ ସବୁ କରିଛନ୍ତି: ରାଜ୍ୟ ବିଜେପି ସଭାପତି

author img

By ETV Bharat Odisha Team

Published : Feb 4, 2024, 9:48 PM IST

BJP Reaction On Modi Guarantee: ମୋଦି ଗ୍ୟାରେଣ୍ଟିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ମୋଦି ଯଦି ସରକାର ଗ୍ୟାରେଣ୍ଟି ଦେଉଛନ୍ତି, ତାହାଲେ ତାଙ୍କର ଗଫଲତି କିଛି ନାହିଁ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

ଓଡ଼ିଶା ପାଇଁ ମୋଦି ଯାହା କହିଥିଲେ ସବୁ କରିଛନ୍ତି : ମନମୋହନ ସାମଲ
ଓଡ଼ିଶା ପାଇଁ ମୋଦି ଯାହା କହିଥିଲେ ସବୁ କରିଛନ୍ତି : ମନମୋହନ ସାମଲ

ଓଡ଼ିଶା ପାଇଁ ମୋଦି ଯାହା କହିଥିଲେ ସବୁ କରିଛନ୍ତି : ମନମୋହନ ସାମଲ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସମ୍ବଲପୁର ଗସ୍ତରେ ଆସି ମୋଦି ଗ୍ୟାରେଣ୍ଟି କଥା ଉଠାଇଥିଲେ । ଓଡିଶାର ବିକାଶ ପାଇଁ ୭୦ହଜାର କୋଟିର ଭେଟି ଦେବା ସହ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଦେଲେ ପ୍ରଧାନମନ୍ତ୍ରୀ । ଓଡ଼ିଶାରେ ଗରିବ ଲୋକଙ୍କ ପାଇଁ ପକ୍କାଘର, ଚାଉଳ, ପିଇବା ପାଣି, ବିଜୁଳି ଏବଂ କୃଷକଙ୍କ ରୋଜଗାର ପାଇଁ ମୋଦି ପର୍ଯ୍ୟାପ୍ତ ଅର୍ଥ ଦେଇଛନ୍ତି । ଏନେଇ ଆଜି (ରବିବାର) ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି ।

ମୋଦି କହିଥିଲେ ଯେ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି ଏବଂ ଓଡ଼ିଶାରେ ଚାଳିବ ମୋଦି ଗ୍ୟାରେଣ୍ଟି । ଚଳିତ କେନ୍ଦ୍ର ବଜେଟ୍‌ରେ ଯୁବ, ମହିଳା, ଚାଷୀ ଓ ଗରିବଙ୍କୁ ସଶକ୍ତ କରିବାର କଥା କୁହାଯାଇଛି । ଆଜି ମୋଦି କି ଗ୍ୟାରେଣ୍ଟିର ଅର୍ଥ 'ଗ୍ୟାରେଣ୍ଟି ପୂରା ହେବାର ଗ୍ୟାରେଣ୍ଟି' । ସେହିପରି ଗତ ୧୦ବର୍ଷରେ ୪କୋଟି ଗରିବ ପରିବାରକୁ ପକ୍କା ଘର ମିଳିଛି । ଏଥିରେ ୨୯ଲକ୍ଷ ହିତାଧିକାରୀ ଓଡ଼ିଶାରୁ ସାମିଲ ଅଛନ୍ତି । ଯେଉଁ ହିତାଧିକାରୀ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ରୁ ବଞ୍ଚିତ ଅଛନ୍ତି । ସେମାନଙ୍କ କଥା ମୋଦି ଚିନ୍ତା କରୁଛନ୍ତି । ଓଡିଶାକୁ ଶିକ୍ଷା ଏବଂ କୌଶଳ ବିକାଶର କେନ୍ଦ୍ରସ୍ଥଳ ପାଇଁ ମୋଦି ସରକାର ବିଶେଷ ଧ୍ୟାନ ଦେଉଛନ୍ତି । ଆଗାମୀ ଦିନରେ କେନ୍ଦ୍ର ସରକାର ୨କୋଟି ଘର ନିର୍ମାଣ କରିବେ ।

ହେଲେ ଏହି ମୋଦି ଗ୍ୟାରେଣ୍ଟି ଓଡ଼ିଶାର କେତେ କାମ ଦେବ ତାକୁ ନେଇ ପ୍ରଶ୍ନବାଚୀ । ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟାରେ କହିଛନ୍ତି," ଯଦି ସରକାର ଗ୍ୟାରେଣ୍ଟି ଦେଉଛନ୍ତି, ତାହାଲେ ତାଙ୍କର ଗଫଲତି କିଛି ନାହିଁ । ଆମେ କାମ କରୁଛୁ, ଓଡିଶା ପାଇଁ ଯାହା କହିଛୁ ତାହା କରିଛୁ । ମୋଦି ସରକାର 175ଟି ଯୋଜନା କରିଛନ୍ତି । ଓଡ଼ିଶାରେ କିଛି ଲୋକ ଘର ପାଇ ନାହାଁନ୍ତି କ'ଣ ପାଇଁ ତାହା ରାଜ୍ୟ ସରକାର କହିବେ । ବିଜେପିର ନୈତିକ ସାହସ ଅଛି ଯେ ଆମେ କାମ କରିଛୁ । ଓଡିଶା ପାଇଁ ଯାହା କହିଥିଲେ ମୋଦି ସବୁ କରିଛନ୍ତି । "

ଏହା ମଧ୍ୟ ପଢନ୍ତୁ ...କଂଗ୍ରେସ ଗରିବୀ ଓଡିଶା ପ୍ରଚାର କରୁଥିଲା, ବିଜେପି ସମୃଦ୍ଧ ଓଡିଶାକୁ ବିଶ୍ବସ୍ତରରେ ପହଞ୍ଚାଇଛି: ପ୍ରଧାନମନ୍ତ୍ରୀ

ସେ ଆହୁରି ମଧ୍ୟ କହିଛନ୍ତି ," ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପରେ ଆମେ ଆଗରେ ଅଛୁ । ବେଳାଭୂମି, ଜଙ୍ଗଲ ସମ୍ପତ୍ତି ଓଡ଼ିଶାର ଭରପୁର । ବିଜେପି ଶାସନରେ ଆସିଲେ ପାଞ୍ଚ ବର୍ଷ ଭିତରେ ସାରା ବିଶ୍ୱରେ ଆମେ ଏକ ନମ୍ବର ହେବୁ । ତେଣୁ ମୋଦି ଯେଉଁ କାମ କରିଛନ୍ତି ପଜିଟିଭ ଭୋଟରେ ଓଡ଼ିଶାର ସରକାର ହୋଇଯିବ । ଓଡ଼ିଶାର ୮୬ ପ୍ରତିଶତ ଲୋକୋ ମୋଦିକୁ ଭଲ ପାଉଛନ୍ତି । କେନ୍ଦ୍ର ଅର୍ଥ ଯଦି ଠିକରେ ଓଡ଼ିଶାର ବିନିଯୋଗ ହୋଇପାରନ୍ତା, କେବେ ଠାରୁ ଓଡ଼ିଶାର ଚିତ୍ର ବଦଳି ସାରିଥାନ୍ତ । "

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.